Categories
ଆଜିର ଖବର ଜାତୀୟ ଖବର

ଗ୍ରାମାଞ୍ଚଳରେ ବାସ କରୁଥିବା ଜନତାଙ୍କ ବିକାଶରେ ଦେଶର ବିକାଶ ନିହିତ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ମହୁମାଛି ଦିବସ ଆଜି ବହୁତ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଉପସ୍ଥିତିରେ ଗୁଜୁରାଟର ନର୍ମଦା ସ୍ଥିତ ଏକତାନଗରର ଟେଣ୍ଟ ସିଟି-୨ରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ତୋମର କାର୍ଯ୍ୟକ୍ରମ ସ୍ଥଳରେ ପୁଲୱାମା, ବାନ୍ଦିପୁରା ଏବଂ ଜାମ୍ମୁ କାଶ୍ମୀରର ଜମ୍ମୁ, କର୍ଣ୍ଣାଟକର ତୁମକୁର, ଉତ୍ତରପ୍ରଦେଶର ସାହାରଣପୁର, ମହାରାଷ୍ଟ୍ରର ପୁଣେ ଏବଂ ଉତ୍ତରାଖଣ୍ଡରେ ମହୁ ପରୀକ୍ଷଣ ଲାବୋରେଟୋରୀ ଏବଂ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଏକ ପ୍ରଦର୍ଶନୀକୁ ଗୁଜୁରାଟରୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି। ଶ୍ରୀ ତୋମର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା ସମୟରେ ବିଭିନ୍ନ ରାଜ୍ୟର ମହୁଚାଷୀମାନେ କହିଛନ୍ତି ଯେ, ଏଭଳି ଅତିରିକ୍ତ କାର୍ଯ୍ୟକଳାପ ହେତୁ ସେମାନଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇଛି। ଶ୍ରୀ ତୋମର କହିଛନ୍ତି, କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଲକ୍ଷ୍ୟ। ସେ କହିଛନ୍ତି ଯେ ଭାରତ ଜନସଂଖ୍ୟାର ପ୍ରାୟ ୫୫ ପ୍ରତିଶତ ଗ୍ରାମାଞ୍ଚଳରେ ରହୁଛନ୍ତି ଏବଂ ଗ୍ରାମାଞ୍ଚଳର ଅଧାରୁ ଅଧିକ ଲୋକଙ୍କର ପ୍ରଗତି ହୋଇପାରିଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ସହିତ ଅଗ୍ରଗତି କରିବ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦେଶରେ କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି। ଭାରତ ସରକାର ଦେଶରେ ବିଶ୍ୱ ସ୍ତରୀୟ ପରୀକ୍ଷାଗାରମାନ ସ୍ଥାପନ କରିଛନ୍ତି। କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାରେ “ଜାତୀୟ ମହୁମାଛିପାଳନ ଏବଂ ମହୁ ମିଶନ” ଅନ୍ତର୍ଗତ ୫ ଟି ବଡ ଆଞ୍ଚଳିକ ଏବଂ ୧୦୦ ଟି ଛୋଟ ମହୁ ଏବଂ ଅନ୍ୟାନ୍ୟ ମହୁମାଛି ଉତ୍ପାଦ ପରୀକ୍ଷଣ ଲାବୋରେଟୋରୀ ପ୍ରତିଷ୍ଠାପାଇଁ ଲକ୍ଷ୍ୟ ରହିଛି, ସେଥିମଧ୍ୟରୁ ୩ ଟି ବିଶ୍ୱ ସ୍ତରୀୟ ଅତ୍ୟାଧୁନିକ ଲାବୋରେଟୋରୀ ସ୍ଥାପନ କରାଯାଇଛି। ଅନ୍ୟ ୨୫ ଟି ଛୋଟ ଲାବୋରେଟୋରୀ ପ୍ରତିଷ୍ଠା ପ୍ରକ୍ରିୟାରେ ଅଛି। କ୍ଷୁଦ୍ର ଚାଷୀଙ୍କୁ ମହୁ ପରୀକ୍ଷା ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିବ ନାହିଁ ବୋଲି ଉଦ୍ୟମ କରାଯାଉଛି। ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ପାଇଁ ଭାରତ ସରକାର ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି। ଦେଶରେ ୧.୨୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ମହୁ ଉତ୍ପାଦନ ହେଉଛି, ଯେଉଁଥିରୁ ୬୦ ହଜାର ମେଟ୍ରିକ ଟନରୁ ଅଧିକ ପ୍ରାକୃତିକ ମହୁ ରପ୍ତାନି ହେଉଛି। ବିଶ୍ୱ ବଜାରକୁ ଆକର୍ଷିତ କରିବା ପାଇଁ ଘରୋଇ ମହୁର ଗୁଣମାନରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାର ମିଳିତ ପ୍ରୟାସ  କରୁଛନ୍ତି  ଏବଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରି ମହୁ ଉତ୍ପାଦନ ପାଇଁ ମହୁଚାଷୀଙ୍କ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି।

ଶ୍ରୀ ତୋମାର କହିଛନ୍ତି ଯେ ଯେତେବେଳେ ଶ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଗୁଜରାଟର ବିକାଶରେ ନୂତନ ଦିଗ ସ୍ଥିର କରିଥିଲେ। ଦାରିଦ୍ର‌୍ୟ ଦୂରୀକରଣ, ରୋଜଗାର ସୃଷ୍ଟି, ସ୍ୱାସ୍ଥ୍ୟ ସୁବିଧା ବିକାଶ, କୃଷକମାନଙ୍କୁ ଜଳସେଚନର ପର୍ଯ୍ୟାପ୍ତ ଉପଲବ୍ଧତା ଦୃଷ୍ଟିରୁ ଗୁଜୁରାଟ ମୋଦୀ ଜିଙ୍କ ନେତୃତ୍ୱରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳ ହୋଇଥିଲା। ଅନ୍ୟମାନଙ୍କ ପାଇଁ ଗୁଜୁରାଟର ବିକାଶ ଏକ ଆଦର୍ଶ ପାଲଟିଛି।

ଶ୍ରୀ ତୋମାର କହିଛନ୍ତି ଯେ ଦେଶରେ ଅସମାନତା ସମାପ୍ତ ହେବା ଉଚିତ ଏବଂ ସେଠାରେ ସାମାଜିକ-ଅର୍ଥନୈତିକ ସ୍ଥିତିକୁ ବଢାଇବା ପାଇଁ ଗରିବ ଲୋକଙ୍କ ଜୀବନଧାରଣରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ଏବଂ ଏହି ଦିଗରେ କାର୍ଯ୍ୟ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ପରେ ଗୋଟିଏ ଗଠନମୂଳକ କାର୍ଯ୍ୟକ୍ରମ ଏବଂ ଯୋଜନା କାର୍ଯ୍ୟକାରୀ ହେଉଛି। ଜନ ଧନ ଆକାଉଣ୍ଟ ଖୋଲିବା ପରେ ଆଜି ସୁଦ୍ଧା ବ୍ୟାଙ୍କରେ ୪୩ କୋଟିରୁ ଅଧିକ ଲୋକଙ୍କ ଆକାଉଣ୍ଟ ଖୋଲିବା ସହିତ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଏହି ଆକାଉଣ୍ଟଣ୍ଟଗୁଡିକ ଜିରୋ ବାଲାନ୍ସରେ ଖୋଲାଯାଇଥିଲା, ଯେଉଁଥିରେ ୧.୪୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ଯାହା ଦେଶର ଅର୍ଥନୀତିକୁ ମଜବୁତ କରିଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସେହିଭଳି ଦେଶର କ୍ଷୁଦ୍ର ଚାଷୀମାନେ ଏଫ୍‍ପିଓ ଏବଂ ହନି ମିଶନ ଭଳି ଯୋଜନା ଉପରେ ଧ୍ୟାନ ଦେଇଛନ୍ତି। ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଜରିଆରେ ମହୁମାଛି ପାଳନ ପାଇଁ ଆତ୍ମର୍ନିଭରଶୀଳ ଭାରତ ଅଭିଯାନ ଅଧୀନରେ ୫୦୦ କୋଟି ଟଙ୍କା ଦିଆଯାଇଛି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ ମହୁମାଛି ପାଳନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ ସରକାର ଆବଶ୍ୟକ ସମ୍ବଳ ଯୋଗାଇ ଦେଇଛନ୍ତି। ମହୁଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଶ୍ରୀ ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ ମହାମାରୀ ସମୟରେ ମଧ୍ୟ ଚାଷୀଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି।

ଗୁଜୁରାଟର କୃଷି ମନ୍ତ୍ରୀ ରାଘବଜୀ ପଟେଲ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଗୁଜୁରାଟ ରାଜ୍ୟ ଚୟନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଗୁଜୁରାଟର କୃଷକମାନଙ୍କୁ ଅଧିକ ଆୟ ଲାଗି ବୈଜ୍ଞାନିକ ପ୍ରଣାଳୀରେ ମହୁଚାଷ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ସ୍ଲୋଭେନିଆ ରିପବ୍ଲିକର ରାଷ୍ଟ୍ରଦୂତ ମାଟେଜା ଭୋଡେବ, ଭାରତରେ ଏଫ୍‍ଏଓର ପ୍ରତିନିଧି କୋଣ୍ଡା ରେଡ୍ଡୀ ଚାଭା, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ ମନୋଜ ଅହୁଜା, ଅତିରିକ୍ତ ସଚିବ, ଡକ୍ଟର ଅଭିଲକ୍ଷ୍ୟ ଲିକ୍ଷି, ଉଦ୍ୟାନ କମିଶନର, କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଡକ୍ଟର ପ୍ରଭାତ କୁମାର, ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ମନୀଷ ଶାହା, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ବହୁ ସଂଖ୍ୟାରେ କୃଷକ / ମହୁଚାଷୀ ଏବଂ ହିତାଧିକାରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମେ ୨୦ ରେ ପାଳିତ ହେବ ବିଶ୍ୱ ମହୁମାଛି ଦିବସ

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (ଏମ୍ଓଏଆଣ୍ଡ୍ ଏଫ୍ଡବ୍ଲ୍ୟୁ) ୨୦ ମେ ୨୦୨୨ରେ ଗୁଜରାଟର ଟେଂଟ ସିଟି – ଟୁ, ଏକତା ନଗର, ନର୍ମଦା ଠାରେ ମହୁମାଛି ଦିବସ ପାଳନ କରିବ। ବିଶ୍ୱ ମହୁମାଛି ଦିବସ ସମାରୋହ ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ୍ ହେବେ। ଏମ୍ଓଏ ଆଣ୍ଡ୍ ଏଫ୍ଡବ୍ଲ୍ୟୁ ଦେଶର କ୍ଷୁଦ୍ର କୃଷକମାନଙ୍କ ହିତ ପାଇଁ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ମହତ୍ୱପୂର୍ଣ୍ଣ ଦିବସକୁ ପାଳନ କରୁଛି, ଯାହା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ଅଟନ୍ତି। ଯାହାକୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମାଗଦର୍ଶନରେ କାର୍ଯ୍ୟକାରୀ କରାଯାଉଛି।

ଲୋକ ମାନଙ୍କର ଏବଂ ଆମ ପୃଥିବୀ ଗ୍ରହକୁ ସୁସ୍ଥ ରଖିବା ପାଇଁ ଏବଂ ଏହା ସମ୍ପର୍କିତ କିଛି ଆହ୍ୱାନ/ ସମସ୍ୟାର ସମାଧାନ କରିବା ପାଇଁ ମହୁମାଛିମାନଙ୍କୁ ଏବଂ ଅନ୍ୟ ପରାଗ ଗଣଙ୍କର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ସାଧାରଣ ପରିଷଦ ୨୦ ମେ’କୁ ବିଶ୍ୱ ମହୁମାଛି ଦିବସ ରୂପରେ ଘୋଷିତ କରିଛି। ମାନନୀୟ କେନ୍ଦ୍ର କୃଷି ମନ୍ତ୍ରୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ହେବେ।

କୈଳାଶ ଚୌଧରୀ ଏବଂ ମାନନୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ, ଶୋଭା କରନ୍ଦଲାଜେ, କୃଷି ମନ୍ତ୍ରୀ, ଗୁଜରାଟ ସରକାର, ମାତେଜା ଭୋଦେବ, ସ୍ଲୋଭେନିଆ ସାଧାରଣତନ୍ତ୍ରର ଦୂତାବାସରୁ ରାଷ୍ଟ୍ରଦୂତ, କୋଣ୍ଡା ରେଡ୍ଡୀ ଚାୱା, ଭାରତର ଏଫ୍ଏଓ ପ୍ରତିନିଧି, ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏବଂ ଗୁଜରାଟ ସରକାରଙ୍କର ବରିଷ୍ଠ ଅଧିକାରୀ ବୃନ୍ଦ, ତଥା ମହୁ ଉତ୍ପାଦନ ସହିତ ସମ୍ପର୍କିତ ସମସ୍ତ ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ଉତ୍ସବ ଅବସରରେ ମହୁମାଛି ପାଳନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ମହୁମାଛି ଏବଂ ବିଭିନ୍ନ ଉତ୍ପାଦ ଗୁଡିକକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ରଦର୍ଶନୀରେ ମହୁମାଛି ପାଳନକାରୀ, ପ୍ରକ୍ରିୟାକରଣକାରୀ ଏବଂ ମହୁମାଛି ପାଳନ କ୍ଷେତ୍ରର ବିଭିନ୍ନ ହିତାଧିକାରୀ ମାନଙ୍କ ଦ୍ୱାରା ଅନେକ ଷ୍ଟଲ୍ ଲଗା ଯିବ। ଏହି ଆୟୋଜନ ଅବସରରେ ପୋର୍ଟାଲ୍ରେ ମହୁମାଛି ପାଳକ ମାନଙ୍କୁ ଲାଇଭ୍ ପଞ୍ଜୀକରଣ କରିବା ନିମନ୍ତେ ‘ମଧୁକ୍ରାନ୍ତି’ ପୋର୍ଟାଲ୍ ର କାର୍ଯ୍ୟନ୍ୱୟନ ଏଜେନ୍ସି ଇଣ୍ଡିଆନ୍ ବ୍ୟାଙ୍କ ଦ୍ୱାରା ଏକ ଷ୍ଟଲ୍ ମଧ୍ୟ ଲଗା ଯିବ।

କୃଷକ/ମହୁମାଛି ପାଳନକର୍ତା ମାନଙ୍କ ମଧ୍ୟରେ ମହୁମାଛି ପାଳନର ବୈଜ୍ଞାନିକ ଜ୍ଞାନକୁ ଉନ୍ନତ କରିବା ନିମନ୍ତେ “ଉତ୍ପାଦନ ପ୍ରଯୁକ୍ତି ଏବଂ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ପର୍କରେ ଗବେଷଣା ଏବଂ ବିକାଶର ଅନୁଭୂତି ଏବଂ ଆହ୍ୱାନକୁ ବାଂଟିବା” ଏବଂ “ବିତରଣ ସମ୍ପର୍କିତ ଆହ୍ୱାନ ଏବଂ ସମାଧାନ (ଘରୋଇ/ବିଶ୍ୱସ୍ତରୀୟ) ଏବଂ ଆଲୋଚନା” ଉପରେ ଟେକ୍ନିକାଲ୍ ଅଧିବେଶନ ବୈଷୟିକ କରା ଯିବ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତକୁ ଆତ୍ମନିର୍ଭର ଭାରତ ଭାବେ ଗଢ଼ିବା କ୍ଷେତ୍ରରେ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ଏବଂ ସରକାରଙ୍କ ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନ (ଏନ୍ବିଏଚ୍ଏମ୍)କୁ ଲୋକପ୍ରିୟ କରିବା।

ଏନ୍ବିଏଚ୍ଏମ୍କୁ ଜାତୀୟ ମହୁମାଛି ବୋର୍ଡ ମାଧ୍ୟମରେ କ୍ଷୁଦ୍ର ଏବଂ ସୀମାନ୍ତ ଅଂଚଳର କୃଷକ ମାନଙ୍କ ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ଏବଂ ସାମଗ୍ରିକ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ନିମନ୍ତେ, ଅମଳ ପରବର୍ତୀ ପରିଚାଳନା ନିମନ୍ତେ ଭିତିଭୂମି ସରଂଚନାର ବିକାଶ ଏବଂ ଗବେଷଣା ଏବଂ ବିକାଶ ନିମନ୍ତେ ସମର୍ଥନ ଏବଂ “ମଧୁ ବିପ୍ଲବ”ର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଲାଗୁ କରାଯାଇଛି।

ମାନନୀୟ କେନ୍ଦ୍ର କୃଷି ମନ୍ତ୍ରୀ ଗୁଜରାଟରୁ ଆଭାସୀ ମୋଡ୍ରେ ଜାମ୍ମୁ – କାଶ୍ମୀରର ପୁଲୱାମା, ବାନ୍ଦୀପୁରା ଏବଂ ଜାମ୍ମୁ, କର୍ଣ୍ଣାଟକର ତୁମକୁର, ଉତରପ୍ରଦେଶର ସାହାରାନପୁର, ମହାରାଷ୍ଟ୍ରର ପୁନେ ଏବଂ ଉତରାଖଣ୍ଡରେ ସ୍ଥାପିତ ହେବାକୁ ଯାଉଥିବା ମହୁ ପରୀକ୍ଷଣ ଏବଂ ପ୍ରକ୍ରିୟାକରଣ ୟୁନିଟ୍ର ମଧ୍ୟ ଉଦ୍ଘାଟନ କରିବେ।