Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଥୋମାସ କପ ଓ ଉବର କପ ଟିମ ସହ ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତାଳାପ
ଆଜିର ଖବର

ଥୋମାସ କପ ଓ ଉବର କପ ଟିମ ସହ ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତାଳାପ

May 22, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସ ଓ ଉବର କପ ବ୍ୟାଡମିଣ୍ଟନ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରତିଯୋଗୀତା ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇଛନ୍ତି। ଖେଳାଳୀଗଣ ଖେଳର ବିଭିନ୍ନ ଦିଗ ସହ ଜୀବନର ଅନ୍ୟାନ୍ୟ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ।

କିଦାମ୍ବୀ ଶ୍ରୀକାନ୍ତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏତେ ବଡ ସ୍ୱୀକୃତି ଦେବାନେଇ ହେଉଥିବା ମହାନ ଅନୁଭବ ନେଇ ବଖାଣିଥିଲେ। ପ୍ରଧାନମନ୍ତ୍ରୀ ଦଳର ଦଳପତିଙ୍କୁ ତାଙ୍କର ନେତୃତ୍ୱର ଦିଗ ଓ ତାଙ୍କ ସମ୍ମୁଖରେ ଥିବା ଆହ୍ୱାନଗୁଡକ ସମ୍ପର୍କରେ ପଚାରିଥିଲେ। ଶ୍ରୀକାନ୍ତ କହିଥିଲେ ଯେ ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ପାଇଁ ସର୍ବୋତ୍ତମ ସଫଳତା ଆଣିବାକୁ ପ୍ରୟାସ କରିଥିଲେ। ସେ ମଧ୍ୟ ତାଙ୍କର ଗୁରୁତ୍ୱପୁର୍ଣ୍ଣ ନିର୍ଣ୍ଣାୟକ ଖେଳ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କର ବିଶ୍ୱରେ ଏକ ନମ୍ବର ମାନ୍ୟତା ପାଇ ଥମାସ କପରେ ସ୍ୱର୍ଣ୍ଣପଦକ ହାସଲ କରିବା ସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ଉଭୟ ସଫଳତାର ମାଇଲଖୁଣ୍ଟରେ ପହଞ୍ଚିବା ତାଙ୍କ ଅଭିଳାଷ ଥିଲା ଓ ତାହା ସେ ହାସଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଗରୁ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ ବିନା ଥମାସ କପ ନେଇ ଏତେ ଆଲୋଚନା ହେଉନଥିଲେ ମଧ୍ୟ ଦଳର ଏଭଳି ଆକସ୍ମିକ ଚିତ୍ତାକର୍ଷକ ବିଜୟ ଦେଶକୁ ଉଲ୍ଲସିତ କରିଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶ ତରଫରୁ ମୁଁ ତମକୁ ଓ ତୁମର ପୁରା ଦଳକୁ ଅଭିନନ୍ଦନ ଜଣାଉଛି। ଅନେକ ଯୁଗର ବ୍ୟବଧାନରେ ଭାରତୀୟ ବିଜୟ କେତନ ଫରଫର ହୋଇ ଉଡିଛି। ଏହା କିଛି ସାମାନ୍ୟ କଥା ନୁହେଁ। ଦଳ କିପରି ଅସ୍ୱାଭାବିକ ଚାପରେ ଥାଇ ମଧ୍ୟ ଏହା କରିପାରିଛି ତାହା ମୁଁ ଭଲ ଭାବେ ହୃଦୟଙ୍ଗମ କରୁଛି। ମୁଁ ତମୁକୁ ଦୂରଭାଷ ଜରିଆରେ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଏବେ ମୁହାଁମୁହିଁ ତାହା ଜଣାଇ ଅସୀମ ଆନନ୍ଦ ଲାଭ କରୁଛି।

ସାତ୍ତ୍ୱିକ ସାଇରାଜ ରାଙ୍କିରେଡଡୀ ତଙ୍କର ଆନନ୍ଦ ଓ ଗତ ଦଶ ବର୍ଷର ସାଧନା ଉପରେ ଆଲୋକପାତ କରିଥିଲେ। ସେ ତାଙ୍କ ଦଳର ସଦସ୍ୟ ଓ ସହାୟକ ମାନଙ୍କଠାରୁ ପାଇଥିବା ସାହାଯ୍ୟର ସ୍ମୃତିଚାରଣ କରିଥିଲେ। ବିଜୟର ଆନନ୍ଦମୟ କ୍ଷଣ ଦଳରେ ଏବେ ମଧ୍ୟ ସଜୀବ ରହିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ଖୁସୀରେ ଭାଗୀଦାର ହେବା ସହ ଦଳର ସଦସ୍ୟଙ୍କ ଟ୍ୱିଟକୁ ମନେ ପକାଇଥିଲେ। ରାଙ୍କିରେଡଡୀ ସେମାନଙ୍କ କ୍ରୀଡା ଦକ୍ଷତାର ସମୀକ୍ଷା ମଧ୍ୟ ପ୍ରଶିକ୍ଷକଙ୍କ ସହ କରିଥିବା ବିଷୟରେ ବୁଝାଇଥିଲେ। ପ୍ରଧାନମନ୍ତ୍ରୀ ପରିସ୍ଥିତି ସହ ଖାପଖୁଆଇ ପାରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭବିଷ୍ୟତର ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଚିରାଗ ସେଟ୍ଟୀ ମଧ୍ୟ ଟୁର୍ଣ୍ଣାମେଣ୍ଟର ଯାତ୍ରା ସମ୍ପର୍କରେ କହିବା ସହ ଅଲିମ୍ପିକ ଦଳ ସଦସ୍ୟ ସହ କିପରି ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ତାର ସ୍ମୃତିଚାରଣ କରିଥିଲେ। କେତେକ ଖେଳାଳୀ ଅଲିମ୍ପିକ୍ସରେ ପଦକ ହାସଲ କରି ନ ପାରିନଥିବାରୁ ସେମାନଙ୍କ ମୁହଁରେ ହତାଶାର ଭାବ ଲକ୍ଷ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଖେଳାଳୀମାନେ ସଂକଳ୍ପବଦ୍ଧ ଥିଲେ ଓ ସେମାନେ ସମସ୍ତ ଆଶାକୁ ଠିକ କରି ଦେଖାଇଛନ୍ତି। ଗୋଟିଏ ପରାଜୟ ଯୋଗୁଁ ସବୁ ଶେଷ ହୋଇଯାଏ ନାହିଁ, ଜଣକୁ ଜୀବନରେ ସଂକଳ୍ପବଦ୍ଧ ଓ ଆଶା ରଖିବା ଆବଶ୍ୟକ। ବିଜୟ ଏକ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା ଯାହା ଆପଣମାନେ ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦଳ ପରେ ପରେ ଆହୁରି ପଦକ ହାସଲ କରିବେ। ସେମାନଙ୍କୁ ଆହୁରି ଅଧିକ ଖେଳିବାକୁ ହେବ ଓ ସଫଳତା ହାସଲ କରିବାକୁ ହେବ। ଖେଲନାଭି ହୈ ଖିଲନା ଭୀ ହୈ ଏବେ ଭାରତ ଆଉ ପଛରେ ପଡିବ ନାହିଁ। ଆପଣମାନଙ୍କ ବିଜୟ ଖେଳରେ ପିଢ଼ି ପରେ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଲକ୍ଷ୍ୟସେନଙ୍କୁ ବାଲ ମିଠାଇ ଅଣିବାକୁ ଧନ୍ୟବାଦ ଦେଇଥିଲେ। ଶ୍ରୀସେନ ବିଜୟ ପରେ ପରେ ଫୋନ କରି ଏହା କହିଥିଲେ। ଲକ୍ଷ୍ୟସେନ ପ୍ରଧାନମନ୍ତ୍ରୀଙ୍କୁ ଯୁବା ଅଲିମ୍ପିକ୍ସ ବିଜୟୀ ହେବା ପରେ ସାକ୍ଷାତ କରିବା ସ୍ମୃତିଚାରଣ କରିଥିଲେ ଓ ଏବେ ଥମାସ କପ ପରେ ପୁଣି ଭେଟିଛନ୍ତି ବୋଲି କହିଥିଲେ। ଏଭଳି ସାକ୍ଷାତ ପରେ ଖେଳାଳୀମାନେ ଆହୁରି ଅଧିକ ପ୍ରୋତ୍ସାହିତ ହୋଇଥାନ୍ତି ବୋଲି କହିଥିଲେ। ମୁଁ ଭାରତ ପାଇଁ ଏହିପରି ପଦକ ଜିତି ଆପଣଙ୍କୁ ସାକ୍ଷାତ କରୁଥିବି ବୋଲି ଦକ୍ଷ ବ୍ୟାଡମିଣ୍ଟନ ଖେଳାଳୀ କହିଥିଲେ। ଟୁର୍ଣ୍ଣାମେଣ୍ଟ କାଳରେ ଲକ୍ଷ୍ୟ ଖାଦ୍ୟ ଅପମିଶ୍ରଣ ସମସ୍ୟାରେ ପଡିଥିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରି ବୁଝିଥିଲେ। ତାଙ୍କୁ ଯେତେବେଳେ ଯୁବ ଖେଳାଳୀଙ୍କ ନିମନ୍ତେ କଣ ଉପଦେଶ ଅଛି ବୋଲି ପଚାରନ୍ତେ ଲକ୍ଷ୍ୟ ତାଲିମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ଲକ୍ଷ୍ୟଙ୍କୁ ଖାଦ୍ୟ ବିଷକ୍ରିୟା ଜନିତ ପରିସ୍ଥିତିରେ କିପରି ନିଜକୁ ସମ୍ଭାଳି ସେଥିରୁ ମୁକ୍ତ ହୋଇଥିଲେ ତା ଉପରେ ଭବିଷ୍ୟତରେ ମଧ୍ୟ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ।

ଏଚଏସ ପ୍ରଣୟ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଏହି ବିଜୟ ଏକ ଗର୍ବର କ୍ଷଣ ବୋଲି କହିଥିଲେ। କ୍ୱାର୍ଟର ଓ ସେମି -ଫାଇନାଲରେ ଚାପ ଅଧିକ ଥିଲେ ମଧ୍ୟ ଦଳଗତ ଉତ୍ସାହ ଯୋଗୁଁ ସେମାନେ ଏହାକୁ ଅତିକ୍ରମ କରିପାରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଣୟଙ୍କ ଯୋଦ୍ଧା ମନୋବୃତ୍ତିକୁ ଲକ୍ଷ୍ୟ କରିବା ସହ ତାଙ୍କର ବିଜୟୀ ମନୋଭବ ହିଁ ତାଙ୍କର ଶକ୍ତି ବୋଲି କହିଥିଲେ।

ସମସ୍ତଙ୍କ ମଧ୍ୟରେ ସାନ ଖେଳାଳୀ ଉନ୍ନତୀ ହୁଡାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ପରେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ପଦକ ବିଜେତା ଓ ହାରିବା ଖେଳାଳୀ ମଧ୍ୟରେ ପାର୍ଥକ୍ୟ ନରଖିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉନ୍ନତୀଙ୍କ ସଂକଳ୍ପକୁ ପ୍ରଶଂସା କରିବା ସହ ଅନେକ ପ୍ରତିଭାବାନ ଖେଳାଳୀ ହରିୟାଣା ରାଜ୍ୟରୁ ଆସିଥିବାରୁ ଖୁସୀ ପ୍ରକଟ କରିଥିଲେ। ହରିୟଣାରେ ଦୁଧ ଓ ଦହି ଖାଦ୍ୟ ଏହାର ମୂଳ କାରଣ ବୋଲି ଉନ୍ନତୀ କହିବାରେ ସମସ୍ତେ ଖୁସୀରେ ହସିଥିଲେ। ପ୍ରଧାନମନ୍ତ୍ରୀ ଉନ୍ନତୀ ନିଜ ନାମର ଟେକ କରି ଖୁବ ଉନ୍ନତି କରିବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଖୁବ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ହେବ  ଓ ବିଜୟ ଯୋଗୁଁ ଅଧିକ ଆତ୍ମ ସନ୍ତୋଷ ଲାଭ କରିବା ଅନୁଚିତ ବୋଲି କହିଥିଲେ।

ବିଜୟର କ୍ରୀଡା ବୃତ୍ତିରେ ପରିବାର ସମର୍ଥନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ତ୍ରିଷା ଜୋଲୀ କହିଥିଲେ ଉବେର କପରେ ମହିଳା ଦଳ ଯେପରି ପ୍ରଦର୍ଶନ କଲେ ଦେଶ ସେଥିପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ ଥମାସ କପ ଜିତି ଦଳ ଦେଶରେ ସମସ୍ତଙ୍କ ପ୍ରାଣରେ ବିପୁଳ ଉଲ୍ଲାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥି ସହିତ ସାତ ଦଶନ୍ଧିର ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି। ଯିଏବି ବ୍ୟାଡମିଣ୍ଟନ କଣ ବୁଝିଛି ନିଶ୍ଚିତ ଏହାର ସ୍ୱପ୍ନ ଦେଖିଥିବ, ଏହି ସ୍ୱପ୍ନ ଯାହା ଆଜି ଆପଣ ମାନଙ୍କ ଦ୍ୱାରା ସାକାର ହୋଇଛି। ଏପରି ସଫଳତା ଦେଶର କ୍ରୀଡା ବାତାବରଣରେ ଗଭୀର ଆତ୍ମବିଶ୍ୱାସ ଆଣିଥାଏ। ଆପଣମାନଙ୍କ ବିଜୟ ଯାହା ଦେଇଛି ତାହା ମହାନ ପ୍ରଶିକ୍ଷକଙ୍କ ଦ୍ୱାରା ମଧ୍ୟ ହାସଲ କରିବା କଷ୍ଟକର ବୋଲି ପ୍ରଧାନମନ୍ତୀ କହିଥିଲେ।

ଉବେର କପ ବିଷୟରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ବିଜୟର ପ୍ରତୀକ୍ଷା କରୁ ଆମେ ସେଥିପାଇଁ ଆୟୋଜନ ମଧ୍ୟ କରିଥାଉ। ପ୍ରତିଭାବାନ କ୍ରୀଡାବିତ ନିଶ୍ଚୟ ଭଲ କରିବେ ଏଥିରେ  ବିସ୍ମିତ ହେବାର କିଛି ନାହିଁ। ଆମର ମହିଳା ଦଳ ସେମାନଙ୍କ ଗରିମାର ପରିଚୟ ଥରକୁ ଥର ଦେଇଛନ୍ତି। ଏଥର ନହେଲେ ମଧ୍ୟ ପରବର୍ତ୍ତୀ କାଳରେ ସେମାନେ ନିଶ୍ଚିତ ବିଜେତା ହେବେ ବୋଲି ସେ କହିଥିଲେ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯିବା ବେଳେ ଏଥିରେ ବିଶାଳ ବିଜୟ ସମସ୍ତ ଭାରତୀୟଙ୍କ ଗର୍ବିତ କରିବ। ସେ କହିଥିଲେ ମୁଁ ଏହା ନିଶ୍ଚୟ କରିବି ହେଉଛି ନବ ଭାରତର ମତିଗତି। ପ୍ରତିଯୋଗୀତା ଉପରେ ଏତେ ଚିନ୍ତିତ ନହୋଇ ଜଣେ ନିଜ ଦକ୍ଷତା ଉପରେ ଅଧିକ ଭରସା କରିବା ଆବଶ୍ୟକ। ଏଣିକି ଦେଶର ଆଶା ଅଧିକ ହେବ ଓ ହେଲେ ମଧ୍ୟ ଖେଳାଳୀମାନେ ଏଥିପାଇଁ ଚାପର ବଶବର୍ତ୍ତୀ ହେବା ଅନୁଚିତ । ଆମେ ଚାପକୁ ଶକ୍ତିରେ ରୂପାନ୍ତରିତ କରିବା ଉଚିତ। ଆମେ ଏହାକୁ ପ୍ରୋତ୍ସାହନ ବିବେଚନା କରିବା ଦରକାର ବୋଲି ସେ କହିଥିଲେ।

ଗତ ସାତ ଆଠ ବର୍ଷ ମଧ୍ୟରେ ଆମ କ୍ରୀଡାବିତ ମାନେ ଅନେକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଓ ବଧୀର ଅଲିମ୍ପିକ୍ସରେ ଏହାର ପ୍ରମାଣ ମିଳିଛି। କ୍ରୀଡା ନେଇ ଦେଶରେ ମନୋଭାବ ବଦଳିବାରେ ଲାଗିଛି ବୋଲି ସେ କହିଥିଲେ। ଏହା ଭାରତୀୟ କ୍ରୀଡା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ଆପଣମାନଙ୍କ ଭଳି ଚାମ୍ପିଅନ ମାନେ ଏହାର କ୍ରୀଡାନାୟକ। ଆମକୁ ଏହି ସଫଳତା ଜାରି ରଖିବାକୁ ପଡିବ। ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ଦେଶ ସମସ୍ତ ସମର୍ଥନ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଉବର କପ ଥୋମାସ କପ ନରେନ୍ଦ୍ର ମୋଦୀ ବ୍ୟାଡମିଣ୍ଟନ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.