ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହେଲା ଆଉ ଏକ ଆବେଦନ

Published: May 23, 2022, 11:51 am IST

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ମାମଲାରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି। ମସଜିଦ କମିଟିର ଆବେଦନକୁ ଖାରଜ କରିବାକୁ ଆବେଦନ କରାଯାଇଛି। ଇସଲାମିକ ନୀତି ଅନୁଯାୟୀ – ମନ୍ଦିର ଭାଙ୍ଗିବା ଦ୍ୱାରା ନିର୍ମିତ ମସଜିଦ ବୈଧ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ହସ୍ତକ୍ଷେପ ଆବେଦନରେ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, ସମ୍ବିଧାନର ଧାରା ୧୩ (୨) ମୌଳିକ ଅଧିକାର ଛଡ଼ାଇବା ପାଇଁ ଆଇନ ପ୍ରଣୟନ କରିବାକୁ ବାରଣ କରିଛି। କିନ୍ତୁ ୧୯୯୧ ଆଇନ ହିନ୍ଦୁ, ଜୈନ, ବୋଦ୍ଧ, ଶିଖ ଧର୍ମର ଅଧିକାର ଛଡ଼ାଇ ନେଇଛି, ଯେଉଁମାନେ ବର୍ବର ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ ହୋଇଯାଇଥିବା ସେମାନଙ୍କର ‘ପୂଜାସ୍ଥଳ ଏବଂ ତୀର୍ଥ ସ୍ଥଳ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି।

Related posts