Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ
ଆଜିର ଖବର

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆକାଉଣ୍ଟ “ଆଭା”ର ପୁନଃବିନ୍ୟାସ କରାଯାଉଛି। ପ୍ରାଧିକରଣ ପକ୍ଷରୁ ଏହା ଘୋଷଣା କରାଯାଇ କୁହାଯାଇଛି ଯେ  ଆଭା ଆପ୍‌, ଯାହା ପୂର୍ବରୁ ଏନ୍‌ଡିଏଚଏମ୍ ହେଲଥ ରେକର୍ଡ ଆପ୍ ଭାବେ ପରିଚିତ ଥିଲା ଏବେ ତାହା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ଉପଲବ୍ଧ। ଇତିମଧ୍ୟରେ ୪ଲକ୍ଷରୁ ଅଧିକ ଆଭା ଆପ୍ ଡାଉନଲୋଡ ହୋଇସାରିଲାଣି।

ଏହି ପୁନର୍ବିନ୍ୟସ୍ତ ଆଭା ଆପ୍‌ରେ ଅନେକ ନୂଆ ସୁବିଧା ରହିଛି ଓ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇପାରିବେ। ଅପ୍‌ଡେଟେଡ୍ ଆଭା ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଆକ୍‌ସେସ୍ କରିପାରିବେ। ପୂର୍ବର ଆଭା ଆପ୍‌କୁ ୟୁଜରମାନେ ନିଜର ପୂର୍ବ ଆପ୍ ଭର୍ସନକୁ ମଧ୍ୟ ନୂଆ ଭର୍ସନକୁ ଅପଡେଟ କରିପାରିବେ ବୋଲି ସରକାରୀଭାବେ ଘୋଷଣା କରାଯାଇଛି।

ଆଭା ମୋବାଇଲ ଆପ୍ଲିକେସନ ବ୍ୟକ୍ତି ବିଶେଷଙ୍କୁ ଏକ ଆଭା  ଆଡ୍ରେସ କ୍ରିଏଟ କରିବାକୁ ସୁବିଧା ଦେଇଥାଏ। ଏହି ଠିକଣା ହେଲା  (username@abdm )ଏହି ୟୁଜର୍ସ  ଆଡ୍ରେଶକୁ ମନେ ରଖିବା ସହଜ। ଏହାକୁ ୧୪ସଂଖ୍ୟା ବିଶିଷ୍ଟ ର‌୍ୟାଣ୍ଡମଲୀ ଜେନେରେଟଡ୍ ଆଭା ନମ୍ବର ସହିତ ଲିଙ୍କ୍ କରି ହେବ। ଏହି ଆପ୍ ମାଧ୍ୟମରେ ୟୁଜରମାନେ ଏବିଡିଏମ୍ ଅନୁକୂଳ ହେଲ୍‌ଥ ଫ୍ୟାସିଲିଟିରେ ସୃଷ୍ଟି ହୋଇଥିବା ନିଜର ସ୍ୱାସ୍ଥ୍ୟ ରେକର୍ଡ ସହିତ ସଂଯୋଗ ସ୍ଥାପନ କରିପାରିବେ। ନିଜର ସ୍ମାର୍ଟଫୋନ ଦ୍ୱାରା ଏହି ଲିଙ୍କ ସ୍ଥାପନ କରି ବ୍ୟବହାରକାରୀ ଏହାକୁ ଦେଖି ପାରିବେ।

ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜର ଫିଜିକାଲ ହେଲଥ ରେକର୍ଡକୁ ଏବିଡିଏମ୍ ଅନୁକୂଳ ହେଲଥ ଲକରରେ ଅପଲୋଡିଂ କରିହେବ। ଏହାଛଡା ବ୍ୟବହାରକାରୀ ନିଦାନ ରିପୋର୍ଟ, ପ୍ରେସକ୍ରିପସନ, କୋୱିନ ଭ୍ୟାକସିନ୍ ସାର୍ଟିଫିକେଟ ଆଦିକୁ ଡିଜିଟାଲ ହେଲ୍‌ଥ ରେକର୍ଡକୁ ସେୟାର କରିହେବ। ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସମ୍ମତି ଏବିଡିଏମ ମାଧ୍ୟମରେ ହାସଲ କରିବାକୁ ପଡିବ।

ଏହା ସହିତ ଆଭା ମୋବାଇଲ ଆପ୍ଲିକେସନରେ ଆଉ କେତେକ ନୂଆ ବିଶେଷତ୍ୱ ରହିଛି। ସେଗୁଡିକ ମଧ୍ୟରୁ ଏଡିଟ୍ ପ୍ରୋଫାଇଲ ଓ ଆଭା ଆଡ୍ରେସ ସହିତ ୧୪ ଡିଜିଟ୍ ବିଶିଷ୍ଟ ଆଭା ନମ୍ବରର ଲିଙ୍କ ଓ ଅନଲିଙ୍କ୍ ସୁବିଧା ଅନ୍ୟତମ। ଆହୁରି ମଧ୍ୟ ଲଗ୍‌ଇନ୍ ଭାୟା ଫ୍ରେସ ଆଥେଣ୍ଟିକେସନ /ପିଙ୍ଗରପ୍ରିଣ୍ଟ୍‌/ବାୟୋ ମେଟ୍ରିକ ଓ ସ୍କାନ କୋଡ୍ କ୍ୟୁଆର୍ ସୁବିଧା ଉପଲବ୍ଧ।

ଆଭା ମୋବାଇଲ ଆପ୍ ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍ ଏସ୍ ଶର୍ମା କହିଛନ୍ତି ଯେ ବ୍ୟବହାରକାରୀ ଏହା ସାହାଯ୍ୟରେ ନିଜର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ରେକର୍ଡ ରଖିପାରିବେ। ଆବଶ୍ୟକ ସମୟରେ ରୋଗୀ/ବ୍ୟକ୍ତିବିଶେଷ ନିମିଷକ ମଧ୍ୟରେ ଆଭା ଆଡ୍ରେସରେ ଏହାକୁ ପାଇପାରିବେ। ଏହା ଫଳରେ ସେମାନେ ଉପକୃତ ହେବେ। ଗୋଟିଏ ସ୍ଥାନରେ ଲୋକେ ନିଜର ସମସ୍ତ ସ୍ୱାସ୍ଥ୍ୟ ଗତ ତଥ୍ୟ ଠୁଳ କରି ରଖିବାର ସୁବିଧା ଏହା ମାଧ୍ୟମରେ ପାଇବେ। ଆବଶ୍ୟକସ୍ଥଳେ ସେମାନେ ଏହି ତଥ୍ୟକୁ ଯେତେବେଳେ ଯାହା ପାଖକୁ ଚାହିଁବେ ସେୟାର କରିପାରିବେ। ଏହା ଫଳରେ ସେମାନଙ୍କୁ ଚିକିତ୍ସାଗତ ସୁବିଧା ଅଧିକ ସୁଗମ ହେବ।

ଆୟୁଷ୍ମାନ ଭାରତ ହେଲ୍ପ ଆକାଉଂଟ (ଆଭା) ମୋବାଇଲ ଆପ୍ (ପୂର୍ବରୁ ଏନ୍‌ଡିଏଚଏମ ବା ହେଲଥ ରେକର୍ଡ ବା ପିଏଚଆର୍ ଆପ୍ ନାମରେ ପରିଚିତ)କୁ https:// play.google.com/ store/apps/ details ?id= in. ndhm. phr .  ଲିଙ୍କରେ ଗୁଗୁଲ ପ୍ଲେ ଷ୍ଟୋରକୁ ଡାଉନଲୋଡ କରିହେବ। ଆଭା ମୋବାଇଲ ଆପ୍‌ର ଆଇଓଏସ୍ ଭର୍ସନ ଖୁବ୍ ଶୀଘ୍ର ଆରମ୍ଭ ହେବ।

ଏବିଡିଏମ୍ ବିଷୟରେ ଅଧିକ ତଥ୍ୟ https://abdm.gov.in/ରେ ଉପଲବ୍ଧ।

ଆୟୁଷ୍ମାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026
Latest News

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.