ଦେଶରେ ୨,୧୨୪ ଆକ୍ରାନ୍ତ ଚିହ୍ନଟ, ଗତକାଲି ତୁଳନାରେ ୨୬.୮ ପ୍ରତିଶତ ଅଧିକ

Published: May 25, 2022, 11:05 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨,୧୨୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ରିପୋର୍ଟ ହୋଇଥିବା ମାମଲା ଗତକାଲି ତୁଳନାରେ ୨୬.୮ ପ୍ରତିଶତ ଅଧିକ। ବାସ୍ତବରେ ଗତକାଲି ଦେଶରେ ୧,୬୭୫ ଟି କରୋନା ମାମଲା ରୁଜୁ ହୋଇଥିଲା। ସେହିଭଳି ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ପରିପ୍ରେକ୍ଷୀରେ, ଏହା ସ୍ପଷ୍ଟ ହୋଇଛି ଯେ ଗତ ଚବିଶ ଘଣ୍ଟା ମଧ୍ୟରେ କରୋନାର ଅଧିକ ନୂତନ ମାମଲା ପଞ୍ଜିକୃତ ହୋଇଛି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଲୋକଙ୍କୁ ନିରନ୍ତର ଟିକା ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୨୭,୫୪୪ ଡୋଜ୍ ଟୀକା ଦିଆଯାଇଛି। ଏହା ପରେ ଦେଶର ମୋଟ ୧,୯୨,୬୭,୪୪,୭୬୯ ଡୋଜ ଟିକା ଲୋକଙ୍କୁ ଦିଆଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୯୭୧ ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧.୯୭୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ କରୋନାରୁ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୪,୨୬,୦୨,୭୧୪ ରେ ପହଞ୍ଚିଛି।

Related posts