କରୋନା ଅପଡେଟ୍: ଭାରତରେ ନୂତନ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି

Published: May 26, 2022, 11:12 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ହଜାର ୬୨୮ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାଫଳରେ ଗତକାଲି ତୁଳନାରେ ଆକ୍ରାନ୍ତ ସଂଖ୍ୟା ୨୩.୭ ପ୍ରତିଶତକୁ ବୃଦ୍ଧି ହୋଇଛି। ଏହି ସମୟ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୨୫ ରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୪ ହଜାର ୮୮୧ ଲୋକ ଏହି ଜୀବାଣୁକୁ ପରାସ୍ତ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୬୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫ ହଜାର ୪୧୪ ରେ ପହଞ୍ଚିଛି।

ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୧୩ ହଜାର ୬୮୭ ଟିକା ଡୋଜ ଦିଆଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୧୯୨ କୋଟି ୮୨ ଲକ୍ଷ ୩ ହଜାର ୫୫୫ ଟିକା ଡୋଜ ଦିଆଯାଇଛି।

Related posts