ବସ ଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ରାଜ୍ୟର ବସ ଭଡା

Published: May 26, 2022, 2:47 pm IST

ଭୁବନେଶ୍ବର: ରାଜ୍ୟରେ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବସ ଭଡା ହ୍ରାସ ହୋଇଛି। ତୈଳ ଦର ହ୍ରାସ ହେବା ପରେ ରାଜ୍ୟରେ ବସ ଭଡାକୁ ମଧ୍ୟ କମ କରାଯାଇଛି। ଅର୍ଡିନାରୀ ବସ ଭଡା ୯୨ ରୁ ୮୯ ପଇସାକୁ ହ୍ରାସ ହୋଇଥିବା ବେଳେ ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲେକ୍ସ ଭଡା ୧.୩୫ରୁ ୧.୨୯ ପଇସା, ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ହୋଇଛି। ସେହିଭଳି ପ୍ରିମିୟମ ଭଡା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି।

Related posts