Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରେଳପଥ: ଦେଶର ଜୀବନରେଖା
ଆଜିର ଖବର

ଭାରତୀୟ ରେଳପଥ: ଦେଶର ଜୀବନରେଖା

May 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ରେଳପଥ ଦେଶର ଜୀବନରେଖା ଏବଂ ଭାରତର ଅର୍ଥନୀତିର ମେରୁଦଣ୍ଡ। ଦେଶର ପ୍ରଗତି ଓ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୧୮୫୩ରେ ସାଧାରଣ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଭାରତୀୟ ରେଳବାଇ ଆଜି ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି। ୧୬ ଏପ୍ରିଲ୍ ୧୮୫୩ରେ ଭାରତୀୟ ଉପମହାଦେଶରେ ୧୪ଟି ରେଳ ଡବାରେ ୪୦୦ ଯାତ୍ରୀଙ୍କୁ ନେଇ ପ୍ରଥମ ରେଳଗାଡ଼ି ବମ୍ବେରୁ ଥାନେ ପର୍ଯ୍ୟନ୍ତ ୨୧ ମାଇଲ୍ ରାସ୍ତା ଅତିକ୍ରମ କରିବା ସହ ଭାରତୀୟ ରେଳବାଇର ଇତିହାସର ଶୁଭାରମ୍ଭ ହୋଇଥିଲା।

ଗତ ବର୍ଷ, ଭାରତୀୟ ରେଳପଥ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି । ଏହି ସଫଳତା ମଧ୍ୟରେ ମାଲ ପରିବହନ, ବିଦ୍ୟୁତୀକରଣ, ନୂତନ ଲାଇନ୍ / ଦୋହରୀକରଣ / ଗେଜ୍ ପରିବର୍ତ୍ତନ, ଇଂଜିନ୍ ନିର୍ମାଣ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବୈଷୟିକ ଏକୀକରଣ ଆଦି ଅନ୍ତର୍ଭୂକ୍ତ।

ଦେଶର ପ୍ରତିଷ୍ଠିତ ପରିବହନ ସଂସ୍ଥା ଭାରତୀୟ ରେଳପଥ, ଏସିଆର ସବୁଠାରୁ ଦୀର୍ଘ ରେଳ ନେଟୱର୍କ ତଥା ଗୋଟିଏ ପରିଚାଳନା ପଦ୍ଧତି ଅଧିନରେ କାର୍ଯ୍ୟରତ ବିଶ୍ୱର ଦ୍ୱିତୀୟ ବୃହତ୍ ଅନୁଷ୍ଠାନ। ବର୍ତ୍ତମାନ, ଦେଶର ଜୀବନରେଖା ଭାରତୀୟ ରେଳପଥ ଭାରତର ସମସ୍ତ କୋଣ ଅନୁକୋଣରେ ବିଦ୍ୟମାନ। ଆକାର ଅନୁସାରେ, ଏହା ବିଶ୍ୱର ଚତୁର୍ଥ ବୃହତ୍ ଜାତୀୟ ରେଳପଥ ବ୍ୟବସ୍ଥା ଏବଂ ଏହାର ନେଟୱର୍କ ୧,୨୭,୭୬୦ କିଲୋମିଟର୍ ଦୀର୍ଘ ଅଂଚଳରେ ପରିବ୍ୟାପ୍ତ। ଏହା ଦ୍ୱାରା ପ୍ରତି ଦିନ ଉଭୟ ଦୀର୍ଘ-ଦୂରତା ବିଶିଷ୍ଟ ଓ ସବ୍‌ଅର୍ବାନ୍ ରେଳପଥରେ ୭,୩୪୯ଟି ଷ୍ଟେସନ୍ ମଧ୍ୟ ଦେଇ ୧୩,୪୫୨ ଯାତ୍ରୀବାହୀ ଟ୍ରେନ୍ ପରିଚାଳିତ ହୋଇଥାଏ। ବାର୍ଷିକ ୮.୦୮୬ ବିଲିୟନ୍ ଯାତ୍ରୀ ଏବଂ ୧୪୧୮.୧୦ ନିୟୁତ ମାଲ ପରିବହନ କରୁଥିବା ଏହା ବିଶ୍ୱର ବ୍ୟସ୍ତତମ ନେଟୱର୍କ ଅଟେ।

ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତୀୟ ରେଳପଥ ଅନେକ ମାଇଲ୍‌ଖୁଣ୍ଟଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି। ଏହି ବର୍ଷରେ ଭାରତୀୟ ରେଳବାଇ ରେକର୍ଡ୍ ୧୪୧୮.୧୦ ମିଲିଅନ୍ ଟନ୍ ପରିମାଣର ମାଲ୍ ବୋଝେଇ କରିଥିଲା। ଏହା ଏଯାବତ୍ କୌଣସି ଏକ ଆର୍ôଥକ ବର୍ଷରେ ହୋଇଥିବା ମାଲ୍ ବୋଝେଇ ପରିମାଣ ଠାରୁ ସର୍ବାଧିକ। ୨୦୨୧-୨୨ରେ, ନୂତନ ଲାଇନ୍ / ଦୋହରୀକରଣ / ଗେଜ ୍‌ରୂପାନ୍ତରଣ କ୍ଷେତ୍ରରେ, ଧାର୍ଯ୍ୟ ଲକ୍ଷ୍ୟ ୨୪୦୦ କିଲୋମିଟର୍ ତୁଳନାରେ ୨୯୦୪ କିଲୋମିଟର୍ ଅଧିକା ହାସଲ କରିଛି ।୨୦୨୧-୨୨ ଆର୍ôଥକ ବର୍ଷରେ, ଏଯାବତ୍ ସର୍ବାଧିକ ୧,୧୦୦ ବୈଦ୍ୟୁତିକ ଇଂଜିନ୍ ନିର୍ମାଣ କରାଯାଇଛି । ଆହୁରି ମଧ୍ୟ, ଏଯାବତ୍ ସର୍ବାଧିକ ୫୩୧୬.୧ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି କରାଯାଇଛି । ୪୪୪ଟି ସ୍ଥାନରେ ଷ୍ଟେସନ୍‌ଗଡ଼ିକର ଇଣ୍ଟର୍‌ଲକିଂ କରାଯାଇଛି ଏବଂ ୮୫୦ ରୁଟ୍ କିଲୋମିଟର କବଚ କାର୍ଯ୍ୟକ୍ଷମ କରାଯାଇଛି ।
ଭାରତୀୟ ରେଳପଥ ଦ୍ୱାରା ୮୪୦ଟି ଷ୍ଟେସନ୍‌ରେ ସିସିଟିଭି ଏବଂ ୬୦୮୯ଟି ଷ୍ଟେସନ୍‌ରେ ୱାଇ-ଫାଇ କାର୍ଯ୍ୟକ୍ଷମ କରାଯାଇଛି, ଯାହାମଧ୍ୟରୁ ଚଳିତ ବର୍ଷ ୪୭ଟି ଷ୍ଟେସନ୍‌ରେ ସିସିଟିଭି ଓ ୧୨୦ଟି ଷ୍ଟେସନ୍‌ରେ ୱାଇ-ଫାଇ ଲଗାଯାଇଛି । ବ୍ୟବହାର ଉପଯୋଗୀ ମାଲ ଓ ଯାତ୍ରୀ ବ୍ୟବସାୟ ସମ୍ପର୍କୀୟ ୱେବସାଇଟ୍ ଆରମ୍ଭ କରାଯାଇଛି । ଅନ୍‌ଲାଇନ୍ ତଥା ଏକୀକୃତ ବିକ୍ରେତା ଅନୁମୋଦନ ବ୍ୟବସ୍ଥା (ୟୁନିଫାଏଡ୍ ଭେଣ୍ଡର୍ ଆପ୍ରୁଭାଲ୍ ମଡ୍ୟୁଲ୍‌) (ୟୁ.ଭି.ଏ.ଏମ୍‌.) ମଧ୍ୟ ଆରମ୍ଭ ହୋଇଛି ।

ଭାରତୀୟ ରେଳପଥ ଦ୍ୱାରା ୧୫ଟି ରାଜ୍ୟକୁ ୮୯୯ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରାଯାଇଥିଲା ଏବଂ ୩୬,୮୪୦ ଟନ୍ ଲିକ୍ୱିଡ୍ ଅକ୍ସିଜେନ୍ ପରିବହନ କରାଯାଇଥିଲା। ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ବାଙ୍ଗଲାଦେଶକୁ ମଧ୍ୟ ଅମ୍ଳଜାନ ପରିବହନ କରିଥିଲା। ପବ୍ଲିକ୍ ପ୍ରଇଭେଟ୍ ସହଭାଗୀତା (ପି.ପି.ପି.) ଏବଂ ଅନ୍ୟ ମଡେଲ୍ ବ୍ୟବହାର କରି ରେଳ ଷ୍ଟେସନ୍‌ର ବିକାଶ କରିବାର ସମସ୍ତ ସମ୍ଭାବନାକୁ ରେଳ ମନ୍ତ୍ରାଳୟ ଅନୁସନ୍ଧାନ କରୁଛି । ଭାରତୀୟ ରେଳବାଇ ପାଇଁ ସୁରକ୍ଷା ସଦାସର୍ବଦା ପ୍ରମୁଖ ପ୍ରାଥମିକତା ରହିଆସିଛି ଏବଂ ଏଦିଗରେ ସ୍ୱଦେଶୀ ଭାବରେ କରାଯାଇଥିବା ଉଦ୍ୟମ ଫଳରେ କବଚ ବ୍ୟବସ୍ଥାର ବିକାଶ କରାଯାଇପାରିଛି। ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା (ଏ.ଟି.ପି.) ବ୍ୟବସ୍ଥା ଚାଲୁଥିବା ଟ୍ରେନ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ସଂପ୍ରତି, ନୂଆଦିଲ୍ଲୀ-ହାଓଡା ଓ ନୂଆଦିଲ୍ଲୀ-ମୁମ୍ବାଇ ଶାଖା ମଧ୍ୟରେ କବଚ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଯୋଜନା ରହିଛି, ଯାହାକି ମାର୍ଚ୍ଚ୍ ୨୦୨୪ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଅଛି ।

ଭାରତୀୟ ରେଳବାଇ ପକ୍ଷରୁ ଭାରତ ପାଇଁ ଏକ ଜାତୀୟ ରେଳ ଯୋଜନା (ଏନ୍‌.ଆର୍‌.ପି) -୨୦୩୦ ପ୍ରସ୍ତୁତ କରାଯାଇଛି । ୨୦୩୦ ସୁଦ୍ଧା ଏକ \’ଭାବିଷ୍ୟତ ଅଭିମୁଖୀ\’ ରେଳବାଇ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଉଭୟ ପରିଚାଳନାଗତ ଦକ୍ଷତା ତଥା ରେଳପଥର ଶେୟାର୍ ବୃଦ୍ଧି ଦିଗରେ ଉଦ୍ଦିଷ୍ଟ ବାଣିଜ୍ୟିକ ନୀତି ସମ୍ପର୍କୀୟ ପଦକ୍ଷେପ ଆଧାରରେ ରଣନୀତି ପ୍ରସ୍ତୁତ କରିବା ଏହି ଯୋଜନାର ଲକ୍ଷ୍ୟ । ଚାହିଦାଠାରୁ ଅଧିକ କ୍ଷମତା ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ, ଯାହାକି ୨୦୫୦ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବା ଚାହିଦାକୁ ମଧ୍ୟ ପୂରଣ କରିବାକୁ ସକ୍ଷମ ହେବ ।

ଦେଶର ଶେଷ ମାଇଲ୍ ପର୍ଯ୍ୟନ୍ତ ସଂଯୋଗୀକରଣ ଏବଂ ଏହାର ସମ୍ମାନିତ ଯାତ୍ରୀମାନଙ୍କୁ ଉତ୍କୃଷ୍ଟ ସୁବିଧା ପ୍ରଦାନ କରିବା ପାଇଁ ଭାରତୀୟ ରେଳବାଇ ପ୍ରତିବଦ୍ଧ । ଭାରତୀୟ ରେଳବାଇ ଏହାକୁ ଅଧିକ ଦକ୍ଷ, ପରିବେଶ ପ୍ରତି ଅନୁକୂଳ ଏବଂ ଆଧୁନିକ ଭାବେ ବିକଶିତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ଏଥି ସହିତ, ଉଭୟ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଓ ସୁଲଭ ପରିବହନ ବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବା ପାଇଁ ଭାରତୀୟ ରେଳପଥର ପ୍ରଚେଷ୍ଟା ଜାରୀ ରହିଛି।

ଅର୍ଥନୀତି ଦେଶର ଜୀବନରେଖା ଭାରତୀୟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.