Categories
ଆଜିର ଖବର ଜାତୀୟ ଖବର

ହୋଲି ପୂର୍ବରୁ ଏହି ଟ୍ରେନଗୁଡିକର ବଦଳିଲା ସମୟ, ଦେଖନ୍ତୁ ନୂଆ ଟାଇମ୍ ଟେବୁଲ୍

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳପଥରେ ଯାତ୍ରା କରନ୍ତି ଏବଂ ହୋଲିରେ ଘରକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି, ଯେଉଁଥିରେ ଆପଣ ବୁକିଂ କରି ନିଶ୍ଚିତ ଟିକେଟ୍ ପାଇପାରିବେ। ଏଥିସହିତ ଅନେକ ଟ୍ରେନର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏପରି ପରିସ୍ଥିତିରେ ଯାତ୍ରା କରିବା ପୂର୍ବରୁ ଆପଣ ଏହି ଟ୍ରେନର ସମୟ ବିଷୟରେ ଜାଣିବା ଉଚିତ୍। କାରଣ ଯଦି ଆପଣ ପୁରୁଣା ସମୟରେ ରେଳ ଷ୍ଟେସନରେ ଫଞ୍ଚିବେ, ତେବେ ଆପଣଙ୍କୁ ଫେରିବାକୁ ପଡିପାରେ କିମ୍ବା ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିପାରେ।

ରେଳବାଇ କହିଛି ଯେ, ବିଭିନ୍ନ ରୁଟ ବିଶିଷ୍ଟ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନଗୁଡିକର ସମୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି। ଏହି ଟ୍ରେନ୍ ଗୁଡିକରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, DWR-MYS ଏକ୍ସପ୍ରେସ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଟ୍ରେନ୍ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ବର୍ତ୍ତମାନ ନୂଆ ଟାଇମ୍ ଟେବୁଲ୍ କ’ଣ ହେବ?

ନୂଆ ସମୟ ସାରଣୀ କ’ଣ?

ଟ୍ରେନ୍ ନମ୍ବର 17302- DWR-MYS ଏକ୍ସପ୍ରେସ: 21.05 ପରିବର୍ତ୍ତେ 22.10 ରେ ଛାଡି ପରଦିନ 7.00 ପରିବର୍ତ୍ତେ 7.10 ରେ ପହଞ୍ଚିବ। ଏହି ନୂତନ ସମୟ ସାରଣୀ 6 ମାର୍ଚ୍ଚରୁ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 12630 – NZM-YPR ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 8 ତାରିଖରୁ ଏହି ନୂତନ ସମୟ ସାରଣୀ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16590 – MRJ-SBC ଏକ୍ସପ୍ରେସ: 23.59 ପରିବର୍ତ୍ତେ 23.50 ରେ ଚାଲିବ, ଏହାର ସମୟ ମାର୍ଚ୍ଚ 6 ତାରିଖରୁ ଲାଗୁ ହେବ।

ଟ୍ରେନ୍ ନମ୍ବର 22686 CDG-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁର ଛାଡିବ। ମାର୍ଚ୍ଚ 4 ତାରିଖରୁ ଏହା ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16542 PVR-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 10 ତାରିଖରୁ ଏହି ସମୟ ପ୍ରଯୁଜ୍ୟ ହେବ।

କୌଣସି ସୂଚନା ପାଇଁ ଏଠାରେ ଯୋଗାଯୋଗ କରନ୍ତୁ:

ଯଦି ଆପଣ ଟ୍ରେନର ସମୟ ଜାଣିବାକୁ ଚାହାଁନ୍ତି, ଯାହାର ସମୟ ଦକ୍ଷିଣ ରେଳବାଇ ଦ୍ୱାରା ପରିବର୍ତ୍ତିତ ହୋଇଛି କିମ୍ବା ଯଦି ଆପଣ ଅନ୍ୟ କୌଣସି ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 139 ଟୋଲ୍ ଫ୍ରି ନମ୍ବରକୁ କଲ କରି ଜାଣିପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତୀୟ ରେଳର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣ ଯୋଜନା ଆରମ୍ଭ: ସଞ୍ଚୟ ହେବ ବିଦେଶୀ ମୁଦ୍ରା

ଭୁବନେଶ୍ଵର: ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡ୍ ଗେଜ୍ ନେଟୱର୍କର ବିଦ୍ୟୁତିକରଣର ଯୋଜନା ଆରମ୍ଭ କରିଛନ୍ତି, ଯାହାର ଫଳସ୍ବରୂପ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ, ଥ୍ରୁପୁଟରେ ବୃଦ୍ଧି ଓ ଇନ୍ଧନରେ ହେଉଥିବା ବ୍ୟୟ ହ୍ରାସ ପାଇଛି। ଏହା ଜରିଆରେ ବହୁମୁଲ୍ୟ ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇପାରିବ।

ଆର୍ଥିକ ବର୍ଷ 2022-23 ସମୟରେ, ସେପ୍ଟେମ୍ବର 2022 ସୁଦ୍ଧା ଭାରତୀୟ ରେଳ ଆର୍ଥିକ ବର୍ଷ 2021-22 ର ଏହି ଅବଧି ସମୟରେ ହାସଲ କରିଥିବା 562 ରୁଟ୍ କିଲୋମିଟର (ଆରକେଏମ୍) ତୁଳନାରେ 851 ରୁଟ୍ କିଲୋମିଟର (ଆରକେଏମ୍‌) ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହା ଗତ ବର୍ଷର ଏହି ଅବଧିର ସଂଖ୍ୟା ଠାରୁ 51.4% ଅଧିକ ଅଟେ। ଏହି ଆର୍ଥିକ ବର୍ଷ ସମୟରେ ବିଦ୍ୟୁତିକରଣର ଲକ୍ଷ୍ୟ 6500 ଆରକେଏମ୍ ଅଟେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ 2021-22 ସମୟରେ ଭାରତୀୟ ରେଳ ଇତିହାସରେ 6366 ଆରକେଏମ୍ ର ରେକର୍ଡ ବିଦ୍ୟୁତିକରଣ ହାସଲ କରିଥିଲା। ଏହା ପୂର୍ବରୁ 2020-21 ସମୟରେ ସର୍ବାଧିକ ବିଦ୍ୟୁତିକରଣ 6015 ଆରକେଏମ୍ ଥିଲା।

30.09.2022 ସୁଦ୍ଧା, ଭାରତୀୟ ରେଳର ବିଜି ନେଟୱର୍କର 65141 ଆରକେଏମ୍ (କେଆରସିଏଲ୍ ସହିତ) ରେ 53,098 ବିଜି ଆରକେଏମ୍ ର ବିଦ୍ୟୁତିକରଣ କରାଯାଇ ସାରିଛି ଯାହା ସମୁଦାୟ ବିଜି ନେଟୱର୍କ ର 81.51% ଅଟେ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ରେଳପଥ: ଦେଶର ଜୀବନରେଖା

ନୂଆଦିଲ୍ଲୀ: ଭାରତୀୟ ରେଳପଥ ଦେଶର ଜୀବନରେଖା ଏବଂ ଭାରତର ଅର୍ଥନୀତିର ମେରୁଦଣ୍ଡ। ଦେଶର ପ୍ରଗତି ଓ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୧୮୫୩ରେ ସାଧାରଣ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଭାରତୀୟ ରେଳବାଇ ଆଜି ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି। ୧୬ ଏପ୍ରିଲ୍ ୧୮୫୩ରେ ଭାରତୀୟ ଉପମହାଦେଶରେ ୧୪ଟି ରେଳ ଡବାରେ ୪୦୦ ଯାତ୍ରୀଙ୍କୁ ନେଇ ପ୍ରଥମ ରେଳଗାଡ଼ି ବମ୍ବେରୁ ଥାନେ ପର୍ଯ୍ୟନ୍ତ ୨୧ ମାଇଲ୍ ରାସ୍ତା ଅତିକ୍ରମ କରିବା ସହ ଭାରତୀୟ ରେଳବାଇର ଇତିହାସର ଶୁଭାରମ୍ଭ ହୋଇଥିଲା।

ଗତ ବର୍ଷ, ଭାରତୀୟ ରେଳପଥ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି । ଏହି ସଫଳତା ମଧ୍ୟରେ ମାଲ ପରିବହନ, ବିଦ୍ୟୁତୀକରଣ, ନୂତନ ଲାଇନ୍ / ଦୋହରୀକରଣ / ଗେଜ୍ ପରିବର୍ତ୍ତନ, ଇଂଜିନ୍ ନିର୍ମାଣ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବୈଷୟିକ ଏକୀକରଣ ଆଦି ଅନ୍ତର୍ଭୂକ୍ତ।

ଦେଶର ପ୍ରତିଷ୍ଠିତ ପରିବହନ ସଂସ୍ଥା ଭାରତୀୟ ରେଳପଥ, ଏସିଆର ସବୁଠାରୁ ଦୀର୍ଘ ରେଳ ନେଟୱର୍କ ତଥା ଗୋଟିଏ ପରିଚାଳନା ପଦ୍ଧତି ଅଧିନରେ କାର୍ଯ୍ୟରତ ବିଶ୍ୱର ଦ୍ୱିତୀୟ ବୃହତ୍ ଅନୁଷ୍ଠାନ। ବର୍ତ୍ତମାନ, ଦେଶର ଜୀବନରେଖା ଭାରତୀୟ ରେଳପଥ ଭାରତର ସମସ୍ତ କୋଣ ଅନୁକୋଣରେ ବିଦ୍ୟମାନ। ଆକାର ଅନୁସାରେ, ଏହା ବିଶ୍ୱର ଚତୁର୍ଥ ବୃହତ୍ ଜାତୀୟ ରେଳପଥ ବ୍ୟବସ୍ଥା ଏବଂ ଏହାର ନେଟୱର୍କ ୧,୨୭,୭୬୦ କିଲୋମିଟର୍ ଦୀର୍ଘ ଅଂଚଳରେ ପରିବ୍ୟାପ୍ତ। ଏହା ଦ୍ୱାରା ପ୍ରତି ଦିନ ଉଭୟ ଦୀର୍ଘ-ଦୂରତା ବିଶିଷ୍ଟ ଓ ସବ୍‌ଅର୍ବାନ୍ ରେଳପଥରେ ୭,୩୪୯ଟି ଷ୍ଟେସନ୍ ମଧ୍ୟ ଦେଇ ୧୩,୪୫୨ ଯାତ୍ରୀବାହୀ ଟ୍ରେନ୍ ପରିଚାଳିତ ହୋଇଥାଏ। ବାର୍ଷିକ ୮.୦୮୬ ବିଲିୟନ୍ ଯାତ୍ରୀ ଏବଂ ୧୪୧୮.୧୦ ନିୟୁତ ମାଲ ପରିବହନ କରୁଥିବା ଏହା ବିଶ୍ୱର ବ୍ୟସ୍ତତମ ନେଟୱର୍କ ଅଟେ।

ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତୀୟ ରେଳପଥ ଅନେକ ମାଇଲ୍‌ଖୁଣ୍ଟଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି। ଏହି ବର୍ଷରେ ଭାରତୀୟ ରେଳବାଇ ରେକର୍ଡ୍ ୧୪୧୮.୧୦ ମିଲିଅନ୍ ଟନ୍ ପରିମାଣର ମାଲ୍ ବୋଝେଇ କରିଥିଲା। ଏହା ଏଯାବତ୍ କୌଣସି ଏକ ଆର୍ôଥକ ବର୍ଷରେ ହୋଇଥିବା ମାଲ୍ ବୋଝେଇ ପରିମାଣ ଠାରୁ ସର୍ବାଧିକ। ୨୦୨୧-୨୨ରେ, ନୂତନ ଲାଇନ୍ / ଦୋହରୀକରଣ / ଗେଜ ୍‌ରୂପାନ୍ତରଣ କ୍ଷେତ୍ରରେ, ଧାର୍ଯ୍ୟ ଲକ୍ଷ୍ୟ ୨୪୦୦ କିଲୋମିଟର୍ ତୁଳନାରେ ୨୯୦୪ କିଲୋମିଟର୍ ଅଧିକା ହାସଲ କରିଛି ।୨୦୨୧-୨୨ ଆର୍ôଥକ ବର୍ଷରେ, ଏଯାବତ୍ ସର୍ବାଧିକ ୧,୧୦୦ ବୈଦ୍ୟୁତିକ ଇଂଜିନ୍ ନିର୍ମାଣ କରାଯାଇଛି । ଆହୁରି ମଧ୍ୟ, ଏଯାବତ୍ ସର୍ବାଧିକ ୫୩୧୬.୧ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି କରାଯାଇଛି । ୪୪୪ଟି ସ୍ଥାନରେ ଷ୍ଟେସନ୍‌ଗଡ଼ିକର ଇଣ୍ଟର୍‌ଲକିଂ କରାଯାଇଛି ଏବଂ ୮୫୦ ରୁଟ୍ କିଲୋମିଟର କବଚ କାର୍ଯ୍ୟକ୍ଷମ କରାଯାଇଛି ।
ଭାରତୀୟ ରେଳପଥ ଦ୍ୱାରା ୮୪୦ଟି ଷ୍ଟେସନ୍‌ରେ ସିସିଟିଭି ଏବଂ ୬୦୮୯ଟି ଷ୍ଟେସନ୍‌ରେ ୱାଇ-ଫାଇ କାର୍ଯ୍ୟକ୍ଷମ କରାଯାଇଛି, ଯାହାମଧ୍ୟରୁ ଚଳିତ ବର୍ଷ ୪୭ଟି ଷ୍ଟେସନ୍‌ରେ ସିସିଟିଭି ଓ ୧୨୦ଟି ଷ୍ଟେସନ୍‌ରେ ୱାଇ-ଫାଇ ଲଗାଯାଇଛି । ବ୍ୟବହାର ଉପଯୋଗୀ ମାଲ ଓ ଯାତ୍ରୀ ବ୍ୟବସାୟ ସମ୍ପର୍କୀୟ ୱେବସାଇଟ୍ ଆରମ୍ଭ କରାଯାଇଛି । ଅନ୍‌ଲାଇନ୍ ତଥା ଏକୀକୃତ ବିକ୍ରେତା ଅନୁମୋଦନ ବ୍ୟବସ୍ଥା (ୟୁନିଫାଏଡ୍ ଭେଣ୍ଡର୍ ଆପ୍ରୁଭାଲ୍ ମଡ୍ୟୁଲ୍‌) (ୟୁ.ଭି.ଏ.ଏମ୍‌.) ମଧ୍ୟ ଆରମ୍ଭ ହୋଇଛି ।

ଭାରତୀୟ ରେଳପଥ ଦ୍ୱାରା ୧୫ଟି ରାଜ୍ୟକୁ ୮୯୯ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରାଯାଇଥିଲା ଏବଂ ୩୬,୮୪୦ ଟନ୍ ଲିକ୍ୱିଡ୍ ଅକ୍ସିଜେନ୍ ପରିବହନ କରାଯାଇଥିଲା। ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ବାଙ୍ଗଲାଦେଶକୁ ମଧ୍ୟ ଅମ୍ଳଜାନ ପରିବହନ କରିଥିଲା। ପବ୍ଲିକ୍ ପ୍ରଇଭେଟ୍ ସହଭାଗୀତା (ପି.ପି.ପି.) ଏବଂ ଅନ୍ୟ ମଡେଲ୍ ବ୍ୟବହାର କରି ରେଳ ଷ୍ଟେସନ୍‌ର ବିକାଶ କରିବାର ସମସ୍ତ ସମ୍ଭାବନାକୁ ରେଳ ମନ୍ତ୍ରାଳୟ ଅନୁସନ୍ଧାନ କରୁଛି । ଭାରତୀୟ ରେଳବାଇ ପାଇଁ ସୁରକ୍ଷା ସଦାସର୍ବଦା ପ୍ରମୁଖ ପ୍ରାଥମିକତା ରହିଆସିଛି ଏବଂ ଏଦିଗରେ ସ୍ୱଦେଶୀ ଭାବରେ କରାଯାଇଥିବା ଉଦ୍ୟମ ଫଳରେ କବଚ ବ୍ୟବସ୍ଥାର ବିକାଶ କରାଯାଇପାରିଛି। ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା (ଏ.ଟି.ପି.) ବ୍ୟବସ୍ଥା ଚାଲୁଥିବା ଟ୍ରେନ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ସଂପ୍ରତି, ନୂଆଦିଲ୍ଲୀ-ହାଓଡା ଓ ନୂଆଦିଲ୍ଲୀ-ମୁମ୍ବାଇ ଶାଖା ମଧ୍ୟରେ କବଚ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଯୋଜନା ରହିଛି, ଯାହାକି ମାର୍ଚ୍ଚ୍ ୨୦୨୪ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଅଛି ।

ଭାରତୀୟ ରେଳବାଇ ପକ୍ଷରୁ ଭାରତ ପାଇଁ ଏକ ଜାତୀୟ ରେଳ ଯୋଜନା (ଏନ୍‌.ଆର୍‌.ପି) -୨୦୩୦ ପ୍ରସ୍ତୁତ କରାଯାଇଛି । ୨୦୩୦ ସୁଦ୍ଧା ଏକ \’ଭାବିଷ୍ୟତ ଅଭିମୁଖୀ\’ ରେଳବାଇ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଉଭୟ ପରିଚାଳନାଗତ ଦକ୍ଷତା ତଥା ରେଳପଥର ଶେୟାର୍ ବୃଦ୍ଧି ଦିଗରେ ଉଦ୍ଦିଷ୍ଟ ବାଣିଜ୍ୟିକ ନୀତି ସମ୍ପର୍କୀୟ ପଦକ୍ଷେପ ଆଧାରରେ ରଣନୀତି ପ୍ରସ୍ତୁତ କରିବା ଏହି ଯୋଜନାର ଲକ୍ଷ୍ୟ । ଚାହିଦାଠାରୁ ଅଧିକ କ୍ଷମତା ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ, ଯାହାକି ୨୦୫୦ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବା ଚାହିଦାକୁ ମଧ୍ୟ ପୂରଣ କରିବାକୁ ସକ୍ଷମ ହେବ ।

ଦେଶର ଶେଷ ମାଇଲ୍ ପର୍ଯ୍ୟନ୍ତ ସଂଯୋଗୀକରଣ ଏବଂ ଏହାର ସମ୍ମାନିତ ଯାତ୍ରୀମାନଙ୍କୁ ଉତ୍କୃଷ୍ଟ ସୁବିଧା ପ୍ରଦାନ କରିବା ପାଇଁ ଭାରତୀୟ ରେଳବାଇ ପ୍ରତିବଦ୍ଧ । ଭାରତୀୟ ରେଳବାଇ ଏହାକୁ ଅଧିକ ଦକ୍ଷ, ପରିବେଶ ପ୍ରତି ଅନୁକୂଳ ଏବଂ ଆଧୁନିକ ଭାବେ ବିକଶିତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ଏଥି ସହିତ, ଉଭୟ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଓ ସୁଲଭ ପରିବହନ ବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବା ପାଇଁ ଭାରତୀୟ ରେଳପଥର ପ୍ରଚେଷ୍ଟା ଜାରୀ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତୀୟ ରେଳପଥର ସବୁଠାରୁ ଲାଭଜନକ ଜୋନ ପୂର୍ବତଟ ରେଳପଥ

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨%।

ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍‌, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି।

କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ।

ପୂର୍ବ ତଟ ଜୋନ ମଧ୍ୟ ଏହି ସମୟ ପାଇଁ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ ୧୪୫.୫୩ ମେଟ୍ରିକ ଟନ୍ କୁ ଅତତିକ୍ରମ କରି ପାରିଛି। ପୂର୍ବ ତଟ ରେଳପଥର ସବୁ ୩ ଗୋଟି ଡିଭିଜନ ଯଥା ଖୋର୍ଦ୍ଦାରୋଡ, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ହେତୁ ସମ୍ଭବ ହୋଇ ପାରିଛି। ଏହି ସମୟରେ ପୂର୍ବତଟ ରେଳପଥ ୮୪.୯୩ ମେଟ୍ରିକ ଟନ୍ ର କୋଇଲା, ୫.୨୫ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଲାଂଟ ପାଇଁ କଂଚାମାଲ,୧୪.୦୬ ମେଟ୍ରିକ ଟନ୍ ର ଲୁହା ଓ ଇସ୍ପାତ, ୨୦.୩୭ ମେଟ୍ରିକ ଟନ୍ ର ଲୁହା ପଥର,୦.୭୫ ମେଟ୍ରିକ ଟନ୍ ର ସିମେଂଟ, ୧.୯୮ ମେଟ୍ରିକ ଟନ୍ ର ଖାଦ୍ୟ ଶସ୍ୟ, ୩.୩୯ ମେଟ୍ରିକ ଟନ୍ ର ସାର,୧.୭୪ ମେଟ୍ରିକ ଟନ୍ ର ପିଓଏଲ, ୨.୭୩ ମେଟ୍ରିକ ଟନ୍ ର ମାଲକୁ କଂଟେନରରେ ଓ ୧୪.୯୬ ମେଟ୍ରିକ ଟନ୍ କୁ ଅନ୍ୟାନ୍ୟ ମାଲ ରୂପେ ପରିବହନ କରିଛି।

ମାଲ ପରିବହନ କରିବାରେ ପ୍ରମୁଖ ଭୂମିକା ଭାବରେ ଅବଦାନ ଦେଇଥିବା ସଂସ୍ଥା ଗୁଡ଼ିକ ହେଲା ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, ନୟାଗଡ଼ ଏରିଆ, କେକେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଓ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱଜିତ୍ ସାହୁ ହେଲେ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ବର: ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ (ଆଇଆରଏସଏସ) ୨୦୧୩ ବ୍ୟାଚର ଅଧିକାରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ (ସିପିଆରଓ) ତଥା ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ କୋୖଶଳେନ୍ଦ୍ର କିଶୋର ଖାଡ଼ଙ୍ଗାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି।

ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବରେ ଦାଇତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାହୁ ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ।  ରେଳବାଇର କାର୍ଯ୍ୟ ସମ୍ପାଦନାରେ ସାମଗ୍ରୀ ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ସେ ବିଶାଖାପାଟନମ ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ରୁ ବି.ଟେକ ଏବଂ ଆଇ.ଆଇ.ଟି. କାନପୁରରୁ ଏମ.ଟେକ୍ ଡିଗ୍ରୀ ହାସଲ କରିବା ପରେ ଶ୍ରୀ ସାହୁ ୨୦୧୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ଓଡ଼ିଶାର ଦେବଗଡ଼ ଜିଲ୍ଲା ବୁଢାପାଳ ନିବାସୀ ପୁରୁଷୋତ୍ତମ ସାହୁଙ୍କ ସୁପୁତ୍ର ଅଟନ୍ତି। ଶ୍ରୀ ସାହୁ ବହି ପଢିବା ଓ କ୍ରୀଡାରେ ରୁଚି ରଖନ୍ତି।