Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ
ଆଜିର ଖବର

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ
ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

ଭୁବନେଶ୍ୱର: ଡ୍ରୋନ୍ ଆଧାରିତ ନିରୀକ୍ଷଣ କ୍ଷେତ୍ରରେ ପୂର୍ବ ତଟ ରେଳପଥ ଭାରତୀୟ ରେଳପଥ ମଧ୍ୟରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ବର୍ତ୍ତମାନ ଏହାର ତିନୋଟି ମଣ୍ଡଳରେ ୧୧ଟି ଡ୍ରୋନ୍ ନିୟୋଜିତ ହୋଇଥିବାବେଳେ, ମାର୍ଚ୍ଚ ୨୦୨୭ ସୁଦ୍ଧା ଏହି ସଂଖ୍ୟା ୨୨କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହି ପଦକ୍ଷେପ ରେଳପଥର ସୁରକ୍ଷା, ଯାତ୍ରୀଙ୍କ ନିରାପତ୍ତା, ଭିଡ଼ ନିୟନ୍ତ୍ରଣ ଏବଂ ରେଳ ସମ୍ପତ୍ତିର ସୁରକ୍ଷାକୁ ଅଧିକ ସୁଦୃଢ଼ କରୁଛି।

“ଡ୍ରୋଆକ୍ ଆଇ – ଅବଜରଭେସନ୍, ଡିଟେକ୍ସନ୍, ପ୍ରିଭେନସନ୍” (DROAWK EYE – Observation, Detection, Prevention) ନାମରେ ପରିଚାଳିତ ଏହି ବ୍ୟବସ୍ଥା ରେଳ ସୁରକ୍ଷା ବଳ (RPF)କୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା, ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ କରିବା ଏବଂ ଅପରାଧ ନିବାରଣ କରିବାରେ ସହାୟତା କରୁଛି। ଏହି ୧୧ଟି ଡ୍ରୋନ୍ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ୪ଟି, ସମ୍ବଲପୁର ମଣ୍ଡଳରେ ୬ଟି ଏବଂ ରାୟଗଡ଼ା ମଣ୍ଡଳରେ ଗୋଟିଏ ଡ୍ରୋନ୍ ନିୟୋଜିତ ହୋଇଛି। ଏହାର ପରିଚାଳନାରେ DGCA ପ୍ରମାଣପତ୍ରପ୍ରାପ୍ତ ୧୬୦ ଜଣ ଡ୍ରୋନ୍ ପାଇଲଟ୍ ସହଯୋଗ କରୁଛନ୍ତି। ଏହି ନେଟୱର୍କ ୩୧ଟି ରେଳ ସୁରକ୍ଷା ବଳ ପୋଷ୍ଟ ଅଧୀନରେ ୨୮୪ଟି ଷ୍ଟେସନ, ୨,୭୦୮ ରୁଟ୍ କିଲୋମିଟର ଏବଂ ୬,୦୭୨ ଟ୍ରାକ୍ କିଲୋମିଟର ରେଳପଥକୁ ଆଚ୍ଛାଦିତ କରୁଛି।

୧ ଜାନୁଆରୀରୁ ୧୫ ସେପ୍ଟେମ୍ବର ୨୦୨୬ ମଧ୍ୟରେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ପକ୍ଷରୁ ମୋଟ ୩,୦୩୩ଟି ଡ୍ରୋନ୍ ଉଡ଼ାଣ (ସର୍ଟି) ପରିଚାଳନା କରାଯାଇଥିଲା। ଏଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ୬୮୦ଟି, ରାୟଗଡ଼ା ମଣ୍ଡଳରେ ୧,୦୨୪ଟି ଏବଂ ସମ୍ବଲପୁର ମଣ୍ଡଳରେ ୧,୩୨୯ଟି ସର୍ଟି କରାଯାଇଥିଲା। ଏଥିମଧ୍ୟରୁ ୧,୨୬୫ଟି ରେଡ୍ କୋଡେଡ୍ ସର୍ଟି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କାର୍ଯ୍ୟକଳାପ ଉପରେ କେନ୍ଦ୍ରିତ ଥିଲା। ଏହା ମଧ୍ୟରେ ବିଧ୍ୱଂସାତ୍ମକ କାର୍ଯ୍ୟ ଓ ପଥର ଫିଙ୍ଗିବା ନିବାରଣ, କେବୁଲ୍ ଚୋରି ଚିହ୍ନଟ ଏବଂ ଅଗ୍ନି ନିରାପତ୍ତା ତଦାରଖ ଆଦି ଅନ୍ତର୍ଭୁକ୍ତ ଥିଲା।

ନାଇଟ୍ ଭିଜନ୍ ଓ ଥର୍ମାଲ୍ କ୍ୟାମେରା ସହିତ ସଜ୍ଜିତ ଏହି ଡ୍ରୋନ୍‌ଗୁଡ଼ିକ ଜଙ୍ଗଲ, ପାହାଡ଼ିଆ ଅଞ୍ଚଳ, ସୁଡ଼ଙ୍ଗ (ଟନେଲ୍), ପୋଲ (ବ୍ରିଜ୍) ଏବଂ ନିର୍ଜନ ରେଳପଥ—ବିଶେଷକରି କୋରାପୁଟ–ରାୟଗଡ଼ା–କିରଣ୍ଡୁଲ୍ ଲାଇନ୍‌ରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ଏଗୁଡ଼ିକ ରେଳ ଷ୍ଟେସନ୍, କୋଚିଂ ୟାର୍ଡ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖିବା, ବେଆଇନ ଅନୁପ୍ରବେଶ, ଚୋରି ଏବଂ ଜବରଦଖଲ ଚିହ୍ନଟ କରିବା ସହିତ ତଦନ୍ତ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟତା କରୁଛନ୍ତି।”

ପୁରୀରେ ରଥଯାତ୍ରା ୨୦୨୬ ସମୟରେ ଭିଡ଼ ପରିଚାଳନା କ୍ଷେତ୍ରରେ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ‘ମେରି ସହେଲୀ’ ପଦକ୍ଷେପ, ସ୍ୱଚ୍ଛତା ଅଭିଯାନ, ପରିବେଶ ସୁରକ୍ଷା ଏବଂ ସମ୍ବେଦନଶୀଳ ରେଳ ସମ୍ପତ୍ତିର ନିରୀକ୍ଷଣରେ ମଧ୍ୟ ସହାୟତା କରୁଛି। ଲାଇଭ୍ ସରଭେଲାନ୍ସ (ସିଧାସଳଖ ନଜର) ଓ ଅଡିଓ ଚେତାବନୀ ମାଧ୍ୟମରେ ଅନଧିକୃତ ଭାବେ ରେଳ ଧାରଣା ଅତିକ୍ରମ କରିବା ଏବଂ ପଥରମାଡ଼ ଭଳି ଘଟଣାକୁ ରୋକିବାରେ ସାହାଯ୍ୟ କରୁଛି।

ଗୋଟିଏ ଡ୍ରୋନ୍ ଟିମ୍ ପ୍ରାୟ ୮ରୁ ୧୦ କିଲୋମିଟର ରେଳପଥକୁ ପ୍ରଭାବଶାଳୀ ଭାବେ ନିରୀକ୍ଷଣ କରିପାରୁଛି। ଏହାଦ୍ୱାରା ବ୍ୟାପକ ଅଞ୍ଚଳରେ ସୁରକ୍ଷା ନିରୀକ୍ଷଣ ସମ୍ଭବ ହେବା ସହ ସୁରକ୍ଷା କର୍ମଚାରୀଙ୍କୁ ଅଧିକ ଦକ୍ଷତାର ସହ ନିୟୋଜିତ କରାଯାଇପାରୁଛି। ମାର୍ଚ୍ଚ ୨୦୨୭ ସୁଦ୍ଧା ଡ୍ରୋନ୍ ସଂଖ୍ୟା ୨୨କୁ ବୃଦ୍ଧି କରିବା ଯୋଜନା ମାଧ୍ୟମରେ ପୂର୍ବ ତଟ ରେଳପଥ ପ୍ରଯୁକ୍ତିବିଦ୍ୟା ଆଧାରିତ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ରେଳପଥର ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି।

ଡ୍ରୋନ୍ ଆଧାରିତ ନିରୀକ୍ଷଣ ପୂର୍ବତଟ ରେଳପଥ ଭାରତୀୟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026
Latest News

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.