ବିଶ୍ୱଜିତ୍ ସାହୁ ହେଲେ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

Published: Nov 10, 2021, 8:46 pm IST

ଭୁବନେଶ୍ବର: ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ (ଆଇଆରଏସଏସ) ୨୦୧୩ ବ୍ୟାଚର ଅଧିକାରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ (ସିପିଆରଓ) ତଥା ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ କୋୖଶଳେନ୍ଦ୍ର କିଶୋର ଖାଡ଼ଙ୍ଗାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି।

ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବରେ ଦାଇତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାହୁ ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ।  ରେଳବାଇର କାର୍ଯ୍ୟ ସମ୍ପାଦନାରେ ସାମଗ୍ରୀ ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ସେ ବିଶାଖାପାଟନମ ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ୱରସ୍ଥିତ କଲେଜ ଅଫ୍ ଇଂଜିନିୟରିଂ ରୁ ବି.ଟେକ ଏବଂ ଆଇ.ଆଇ.ଟି. କାନପୁରରୁ ଏମ.ଟେକ୍ ଡିଗ୍ରୀ ହାସଲ କରିବା ପରେ ଶ୍ରୀ ସାହୁ ୨୦୧୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ଓଡ଼ିଶାର ଦେବଗଡ଼ ଜିଲ୍ଲା ବୁଢାପାଳ ନିବାସୀ ପୁରୁଷୋତ୍ତମ ସାହୁଙ୍କ ସୁପୁତ୍ର ଅଟନ୍ତି। ଶ୍ରୀ ସାହୁ ବହି ପଢିବା ଓ କ୍ରୀଡାରେ ରୁଚି ରଖନ୍ତି।

Related posts