ଭାରତୀୟ ରେଳପଥର ସବୁଠାରୁ ଲାଭଜନକ ଜୋନ ପୂର୍ବତଟ ରେଳପଥ

Published: Dec 1, 2021, 6:07 pm IST

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ପୂର୍ବ ତଟ ରେଳପଥ ୧୫୦.୫୬ ମେଟ୍ରିକ ଟନ୍ ମାଲ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ୧୨୩.୭୨ ମେଟ୍ରିକ ଟନ୍ ଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ୨୬.୮୪ ମେଟ୍ରିକ ଟନ୍ ଅଧିକ ମାଲ ବୋଝେଇ କରିଛି ଯାହର ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପରିମାଣ ୨୨%।

ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୋଡ ଡିଭିଜନ ରୁ ୧୦୦.୬୫ ମେଟ୍ରିକ ଟନ୍‌, ୱାଲଟିୟର ଡିଭିଜନରୁ ୪୨.୧୫ ମେଟ୍ରିକ ଟନ୍ ଓ ସମ୍ବଲପୁର ଡିଭିଜନରୁ ୭.୭୬ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇ ଅଛି।

କେବଳ ନଭେମ୍ବର ମାସରେ ଏହି ଜୋନ ଗତ ବର୍ଷର ଏହି ମାସରେ ୧୮.୮୪ଏମଟି ବୋଝେଇ କରିଥିବା ବେଳେ ଚଳିତ ବର୍ଷ ୧୯.୭୧ ମେଟ୍ରିକ ଟନ୍ ମାଲ ବୋଝେଇ କରିଛି, ଯାହାର ବୃଦ୍ଧିର ପରିମାଣ ୫% ଅଟେ।

ପୂର୍ବ ତଟ ଜୋନ ମଧ୍ୟ ଏହି ସମୟ ପାଇଁ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ ୧୪୫.୫୩ ମେଟ୍ରିକ ଟନ୍ କୁ ଅତତିକ୍ରମ କରି ପାରିଛି। ପୂର୍ବ ତଟ ରେଳପଥର ସବୁ ୩ ଗୋଟି ଡିଭିଜନ ଯଥା ଖୋର୍ଦ୍ଦାରୋଡ, ୱାଲଟିୟର ଓ ସମ୍ବଲପୁରର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ହେତୁ ସମ୍ଭବ ହୋଇ ପାରିଛି। ଏହି ସମୟରେ ପୂର୍ବତଟ ରେଳପଥ ୮୪.୯୩ ମେଟ୍ରିକ ଟନ୍ ର କୋଇଲା, ୫.୨୫ ମେଟ୍ରିକ ଟନ୍ ର ଷ୍ଟିଲ ପ୍ଲାଂଟ ପାଇଁ କଂଚାମାଲ,୧୪.୦୬ ମେଟ୍ରିକ ଟନ୍ ର ଲୁହା ଓ ଇସ୍ପାତ, ୨୦.୩୭ ମେଟ୍ରିକ ଟନ୍ ର ଲୁହା ପଥର,୦.୭୫ ମେଟ୍ରିକ ଟନ୍ ର ସିମେଂଟ, ୧.୯୮ ମେଟ୍ରିକ ଟନ୍ ର ଖାଦ୍ୟ ଶସ୍ୟ, ୩.୩୯ ମେଟ୍ରିକ ଟନ୍ ର ସାର,୧.୭୪ ମେଟ୍ରିକ ଟନ୍ ର ପିଓଏଲ, ୨.୭୩ ମେଟ୍ରିକ ଟନ୍ ର ମାଲକୁ କଂଟେନରରେ ଓ ୧୪.୯୬ ମେଟ୍ରିକ ଟନ୍ କୁ ଅନ୍ୟାନ୍ୟ ମାଲ ରୂପେ ପରିବହନ କରିଛି।

ମାଲ ପରିବହନ କରିବାରେ ପ୍ରମୁଖ ଭୂମିକା ଭାବରେ ଅବଦାନ ଦେଇଥିବା ସଂସ୍ଥା ଗୁଡ଼ିକ ହେଲା ତାଳଚେର, ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ, ନୟାଗଡ଼ ଏରିଆ, କେକେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଓ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳ।

Related posts