Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ
ରାଜ୍ୟ ଖବର

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକ୍ସପ୍ରେସ ଟ୍ରେନ
ଯାତ୍ରୀଙ୍କ ସୁବିଧା ପାଇଁ ଏକାଧିକ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତୀୟ ରେଳପଥ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଗତ ୦୬ ଜୁଲାଇ ୨୦୨୬ ତାରିଖରେ ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଶୁଭାରମ୍ଭ ପରେ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ବର୍ତ୍ତମାନ ନିୟମିତ ଭାବେ ଚଳାଚଳ କରିବ। ଏହି ଟ୍ରେନ ୧୧ ଜୁଲାଇ ୨୦୨୬ ଠାରୁ ପୁରୀରୁ ଏବଂ ୧୨ ଜୁଲାଇ ୨୦୨୬ ଠାରୁ କୋରାପୁଟରୁ ନିୟମିତ ଭାବରେ ଚଳାଚଳ କରିବ।

ଟ୍ରେନ ନଂ. ୧୮୪୦୭ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ ୧୧ ଜୁଲାଇ ୨୦୨୬ ଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ। ଟ୍ରେନଟି ସକାଳ ୭:୦୦ଟାରେ ପୁରୀରୁ ଛାଡ଼ି ସେହିଦିନ ରାତି ୧୧:୩୦ଟାରେ କୋରାପୁଟରେ ପହଞ୍ଚିବ। ସେହିପରି ଟ୍ରେନ ନଂ. ୧୮୪୦୮ କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ୧୨ ଜୁଲାଇ ୨୦୨୬ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ। ଏହା ସକାଳ ୫:୦୦ଟାରେ କୋରାପୁଟରୁ ଛାଡ଼ି ସେହିଦିନ ରାତି ୧୦:୨୦ଟାରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ରଇରାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ଼, କାକିରିଗୁମ୍ମା ଏବଂ ଦାମନଯୋଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ଏହା ଦ୍ୱାରା ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଅଧିକ ସୁବିଧାଜନକ ରେଳ ସଂଯୋଗ ପାଇପାରିବେ।

ଏହି ଟ୍ରେନ ରେ ସମୁଦାୟ ୧୮ଟି ଆଧୁନିକ ଏଲ୍‌ଏଚ୍‌ବି କୋଚ୍ ରହିବ। ସେଥିରେ ଗୋଟିଏ ଏସି ଦ୍ୱିତୀୟ ଶ୍ରେଣୀ କୋଚ୍, ତିନୋଟି ଏସି ତୃତୀୟ ଶ୍ରେଣୀ କୋଚ୍, ଆଠଟି ଶୟନଯାନ କୋଚ୍, ଚାରିଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍, ଗୋଟିଏ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ ବ୍ରେକ୍ ଭ୍ୟାନ୍ ଏବଂ ଗୋଟିଏ ଦିବ୍ୟାଙ୍ଗ-ଅନୁକୂଳ ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ କୋଚ୍ ରହିଛି, ଯାହା ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କୁ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ।

ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ଆରମ୍ଭ ଓଡ଼ିଶାରେ ଯାତ୍ରୀ ସୁବିଧା ବୃଦ୍ଧି ଏବଂ ରେଳ ସଂଯୋଗ ବିସ୍ତାର ଦିଗରେ ଭାରତୀୟ ରେଳପଥର ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଟ୍ରେନ୍ ସେବା ପର୍ଯ୍ୟଟନ, ତୀର୍ଥଯାତ୍ରା, ବାଣିଜ୍ୟ, ଶିକ୍ଷା ଏବଂ ସାମାଜିକ ଓ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଦ୍ରୁତ ଓ ସୁବିଧାଜନକ ରେଳ ସଂଯୋଗ ପ୍ରଦାନ କରିବ।

ଯାତ୍ରୀମାନେ ଏହି ନୂତନ ଟ୍ରେନ ନଂ. ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ ସେବାର ଲାଭ ଉଠାଇପାରିବେ। ଟ୍ରେନ୍ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ ଏନ୍‌କ୍ୱାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳପଥର ଅଧିକୃତ ୱେବସାଇଟ୍ ପରିଦର୍ଶନ କରି ଯାତ୍ରା ଯୋଜନା କରିବାକୁ ଅନୁରୋଧ।

ଅଶ୍ୱିନୀ ବୈଷ୍ଣବ ତ୍ରି-ସାପ୍ତାହିକ ଏକ୍ସପ୍ରେସ ନିୟମିତ ସେବା ପୁରୀ ରେଳ ଷ୍ଟେସନ ପୁରୀ–କୋରାପୁଟ ଭାରତୀୟ ରେଳପଥ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026
Latest News

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.