Categories
ଆଜିର ଖବର ରାଜ୍ୟ ଖବର

ପୁରୀ ରେଳ ଷ୍ଟେସନ ଦୁର୍ଘଟଣା ମାମଲା: ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳବାଇ

ପୁରୀ: ପୁରୀ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ ଷ୍ଟେସନ କୋଠାର ସମ୍ମୁଖ ପୋର୍ଟିକୋ ଭୁଶୁଡ଼ି ପଡ଼ିବାରୁ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘଟଣା ସମୟରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିଲେ।

ଆହତ ୪ ଜଣ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି।

ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ: ନିରୀକ୍ଷଣ କରିବେ ପୁରୀ ରେଳ ଷ୍ଟେସନ

ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୯ ଜୁନ୍ ୨୦୨୩ ରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ୧୯ ତାରିଖ ସନ୍ଧ୍ୟାରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମୀକ୍ଷା କରିବେ।

ଜୁନ ୨୦ ତାରିଖ ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ।

ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

 ପୁରୀ: ରେଳ ଓ କପଡା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ରେଳବାଇ ଅଧିକାରୀମାନଙ୍କ ସହ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀମତୀ ଜରଦୋଶ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ।  ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ବିଶେଷ ଭାବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀମତୀ ଜରଦୋଶ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ସମସ୍ତ ପ୍ରକାର ଯାତ୍ରୀ ବିଶେଷ କରି ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଛନ୍ତି। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଜରଦୋଶ କହିଛନ୍ତି ଯେ ପୁରୀ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ଏଥିରେ ଜଗନ୍ନାଥ ମନ୍ଦିରର ଛାପ ଦିଆଯିବ ଓ ନିର୍ମାଣ କାର୍ଯ୍ୟ ସମୟରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯାଉଅଛି।

ସମୀକ୍ଷା ବୈଠକରେ ଶ୍ରୀମତୀ ଜରଦୋଶ ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିକାଶ କାର୍ଯ୍ୟ ତଦାରଖ ପାଇଁ ପୁରୀ ରେଲୱେ ଷ୍ଟେସନ ଠାରେ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ

ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟର ତଦାରଖ ପାଇଁ ପୁରୀ ରେଳ ଷ୍ଟେସନ ଠାରେ ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି।

ଯାତ୍ରୀମାନଙ୍କ ଅନୁକୂଳ ସୁବିଧା ସହ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ପୁରୀ ରେଳ ଷ୍ଟେସନକୁ ପୁନଃ ନିର୍ମାଣ କରାଯାଉଛି। ଷ୍ଟେସନର ମୁଖଦ୍ଵାର ଏବଂ ଯାତ୍ରୀ ନିବାସ ଓଡିଶାର ମନ୍ଦିର ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦ୍ଵାରା ଅନୁପ୍ରାଣିତ ହେବ।

ପୁନଃ ବିକାଶ ଯୋଜନାରେ ବିଭିନ୍ନ ଆଧୁନିକ ସୁବିଧା ଅନ୍ତର୍ଭୁକ୍ତ:

ନୂତନ ବିଲଡିଂ, ଏୟାର କନକୋର୍ସ, ପ୍ଲାଟଫର୍ମ ଓ ପ୍ଲାଟଫର୍ମ ଆଶ୍ରୟସ୍ଥଳର ଏବଂ ପ୍ରସସ୍ତ ଚଳପ୍ରଚଳ କ୍ଷେତ୍ରର ନବୀକରଣ। ବର୍ଜ୍ୟବସ୍ତୁ ପରିଚାଳନା ସହିତ ଫୁଡ୍ କୋର୍ଟ ଜୋନ୍, ସପିଙ୍ଗ ଜୋନ୍। ସୁ-ପରିକଳ୍ପିତ ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡର୍ସର ବ୍ୟବସ୍ଥା ରହିବ। ଏଥିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ମଧ୍ୟ ରହିବ।  ନୂତନ ବିଲ୍ଡିଂରେ ସୁସଜ୍ଜିତ ଚଳପ୍ରଚଳ କ୍ଷେତ୍ର ବ୍ୟତୀତ ଉଚ୍ଚ ମାନକ ଡର୍ମିଟୋରି ଏବଂ ରିଟାୟରିଙ୍ଗ ରୁମ ରହିବ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର ଗତ ପୁରୀ ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକଳାପ ଉପରେ ନିରୀକ୍ଷଣ କରିଥିଲେ ଏବଂ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତ୍ରା ନିଶ୍ଚିତ କରିବାକୁ ଆଲୋଚନା କରିଥିଲେ। ପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ପ୍ରତି ପୁରୀ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସମସ୍ତ ବିକାଶମୂଳକ କାର୍ଯ୍ୟ ସହ ସବୁ ଶ୍ରେଣୀର ଯାତ୍ରୀ ମାନଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି ନିର୍ମାଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପ୍ରକଳ୍ପ 2021-22 ମସିହାରେ 161.5 କୋଟି ଟଙ୍କା ବ୍ୟୟରେ ଅନୁମୋଦନ କରାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ହେବାର 30 ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଷ୍ଟେସନର ରୂପାଙ୍କନ ଭବିଷ୍ୟତର ଯାତ୍ରୀ ଚାହିଦା ଓ ବୃଦ୍ଧିକୁ ନଜରରେ ରଖି ନିର୍ମାଣ କରାଯାଉଅଛି। ସମସ୍ତ ଶ୍ରେଣୀର ଯାତ୍ରୀମାନଙ୍କ ଚଳପ୍ରଚଳ ପାଇଁ ଥିବା ସାଧାରଣ ସ୍ଥାନରେ ଏୟାର କନକର୍ସକୁ ମଧ୍ୟ ସୁ-ପରିକଳ୍ପିତ ଭାବରେ ଡିଜାଇନ୍ କରାଯାଇଛି ଏବଂ ଏଥିରେ ବିଭିନ୍ନ ଆଧୁନିକ ଯାତ୍ରୀ ସୁବିଧା ରହିବ।

ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗଜନଙ୍କୁ ସୁହାଇବା ଭଳି ଯାତ୍ରୀ ସୁବିଧା, ୱାଲ୍ ପେଣ୍ଟିଂ ଏବଂ ଗ୍ରୀନ୍ ସ୍ପେସ୍ ବ୍ୟବସ୍ଥା, ବର୍ଦ୍ଧିତ ସିସିଟିଭି ନୀରିକ୍ଷଣ, ପ୍ରିପେଡ୍ କ୍ୟାବ୍ ସୁବିଧା, ପର୍ଯ୍ୟଟନ ସୂଚନା ଏବଂ ବୁକିଂ କେନ୍ଦ୍ର, ଫାର୍ମାସି ଏବଂ ମେଡିକାଲ୍ ସୁବିଧା, ସାଇନେଜ୍ ଏବଂ ଡିଭାଇଡର୍, ଷ୍ଟେସନରେ ଗ୍ରୀନ୍ କଭର, ଡର୍ମିଟୋରି ଏବଂ ରିଟାୟରିଙ୍ଗ ରୁମ ସହିତ ପ୍ରତ୍ୟେକ ପ୍ଲାଟଫର୍ମରେ ୱେଟିଂ ଚେୟାର / ବେଞ୍ଚ, କନକୋର୍ସରେ ସିଟିଂ ବେଞ୍ଚ ଇତ୍ୟାଦି ଉପଲବ୍ଧ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ଵାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା 

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀ ସୁନକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଥିଲେ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ସମୀକ୍ଷା ବୈଠକରେ ଶ୍ରୀ ସୁନକର ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରକଳ୍ପ ଅଧିକାରୀ (ନିର୍ମାଣ) ଅମର ପ୍ରାକାଶ ଦ୍ଵିବେଦୀ, ପ୍ରମୁଖ ମେକାନିକାଲ ଇଞ୍ଜିନିୟର ଆର. ରାଜା ଗୋପାଳ ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।