Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ
ଆଜିର ଖବର

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ
ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

ଭୁବନେଶ୍ୱର: ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ ଚାଲୁରହିଥିବା ରଥଯାତ୍ରା ଉତ୍ସବ ସମୟରେ ପୁରୀ ରେଳଷ୍ଟେସନରେ ଏହାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)-ସଞ୍ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” (Dedicated Security Chassis Advanced Railway Junction Under Network Enabled Surveillance) ମୁତୟନ କରିଛି।

ବାହୁଡ଼ା ଯାତ୍ରା, ଏହା ପରେ ପବିତ୍ର ସୁନାବେଶ ଓ ଅଧରପଣା ନୀତି ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଭିଡ଼ ପୁରୀ ରେଳଷ୍ଟେସନରେ ଦେଖିବାକୁ ମିଳୁଛି। ଏହି ଅତ୍ୟାଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା, ଷ୍ଟେସନ ନିରାପତ୍ତା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ, ଷ୍ଟେସନ ପରିସର ଉପରେ ନଜର ରଖିବା ଏବଂ ତୀର୍ଥଯାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ରେଳ ସୁରକ୍ଷା ବଳ କର୍ମଚାରୀଙ୍କୁ ସହାୟତା କରିବା ପାଇଁ “ଡିଏସ୍‌ସି ଅର୍ଜୁନ” କୁ ମୁତୟନ କରାଯାଇଛି।

ଏହି ଏଆଇ-ସଞ୍ଚାଳିତ ରୋବୋର୍ଟ ରେଳ ପ୍ଲାଟଫର୍ମ, ସର୍କୁଲେଟିଂ ଏରିଆ, ୱେଟିଂ ହଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯାତ୍ରୀ ଚଳାଚଳ ସ୍ଥାନରେ ନିରନ୍ତର ନିରୀକ୍ଷଣ କରିବା ସହିତ ଏହାର ସଂଯୋଜିତ ସାର୍ବଜନୀନ ସୂଚନା ପ୍ରଣାଳୀ (ପବ୍ଲିକ୍ ଆନାଉନ୍ସମେଣ୍ଟ ସିଷ୍ଟମ୍) ମାଧ୍ୟମରେ ଯାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତ୍ତା ପ୍ରସାରିତ କରୁଛି। ଯାତ୍ରୀମାନଙ୍କୁ ନିରାପଦ ଭାବେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା, ନିଜ ସାମଗ୍ରୀ ପ୍ରତି ସତର୍କ ରହିବା, ଅନାଧିକାର ପ୍ରବେଶ ଓ ଅସୁରକ୍ଷିତ କାର୍ଯ୍ୟକଳାପରୁ ନିବୃତ୍ତ ରହିବା, ଶୃଙ୍ଖଳିତ ଯାତାୟାତ ଏବଂ ରେଳ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ମାର୍ଗଦର୍ଶନ କରୁଛି। ଏହି ରିଅଲ୍-ଟାଇମ୍ ଘୋଷଣାଗୁଡ଼ିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ରେଳ ସୁରକ୍ଷା ବଳକୁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ସହାୟତା କରୁଛି।

ଉନ୍ନତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ଭିଜନ୍, ମେସିନ୍ ଲର୍ନିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ (IoT) ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ, “ଡିଏସ୍‌ସି ଅର୍ଜୁନ” ରେଳ ସୁରକ୍ଷା ବଳ ପାଇଁ ଏକ ଶକ୍ତି ବର୍ଦ୍ଧକ (ଫୋର୍ସ ମଲ୍ଟିପ୍ଲାୟର୍) ଭାବରେ କାର୍ଯ୍ୟ କରୁଛି। ଏହାର ଉନ୍ନତ କ୍ଷମତା ଗୁଡିକ ମଧ୍ୟରେ ଏଆଇ-ଆଧାରିତ ଚେହେରା ଚିହ୍ନଟ (ଫେସିଆଲ୍ ରେକଗନିସନ୍), ରିଅଲ୍-ଟାଇମ୍ ଭିଡ଼ ବିଶ୍ଲେଷଣ, ଯାତ୍ରୀ ଗଣନା, ଦାବିଦାର ନଥିବା ଲାଗେଜ୍ ଚିହ୍ନଟ, ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ, ଲାଇଭ୍ ଭିଡିଓ ଷ୍ଟ୍ରିମିଂ, ସାର୍ବଜନୀନ ସୂଚନା ଘୋଷଣା ଏବଂ ତତ୍କ୍ଷଣାତ୍ ସତର୍କ ସୂଚନା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏହି ସବୁ ବୈଶିଷ୍ଟ୍ୟ ପରିସ୍ଥିତିଗତ ସଚେତନତା ବୃଦ୍ଧି କରିବା, ଦ୍ରୁତ ନିଷ୍ପତ୍ତି ଗ୍ରହଣରେ ସହାୟତା କରିବା ଏବଂ ପ୍ରତିଷେଧମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛି।

ପୁରୀ ରେଳଷ୍ଟେସନରେ “ଡିଏସ୍‌ସି ଅର୍ଜୁନ” ର ମୁତୟନ ରେଳ ସୁରକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସମନ୍ୱୟ ମାଧ୍ୟମରେ ଅଧିକ ସ୍ମାର୍ଟ, ଦ୍ରୁତ ପ୍ରତିକ୍ରିୟାଶୀଳ ଏବଂ ଯାତ୍ରୀ-କେନ୍ଦ୍ରିତ ସୁରକ୍ଷା ବ୍ୟବସ୍ଥା ଗଠନ ପ୍ରତି ପୂର୍ବତଟ ରେଳପଥର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରତିଫଳିତ କରୁଛି। ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିବିଦ୍ୟାକୁ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ଓ ସତର୍କତା ସହ ସମନ୍ୱୟ କରି, “ଡିଏସ୍‌ସି ଅର୍ଜୁନ” ନିରାପଦ ରେଳଯାତ୍ରା, ଯାତ୍ରୀଙ୍କ ବିଶ୍ୱାସ ବୃଦ୍ଧି ଏବଂ ଦେଶର ସର୍ବବୃହତ ଧାର୍ମିକ ସମାବେଶମାନଙ୍କ ମଧ୍ୟରୁ ଅନ୍ୟତମ ରଥଯାତ୍ରା ଅବସରରେ ଏକ ସୁରକ୍ଷିତ ରେଳ ପରିବେଶ ସୁନିଶ୍ଚିତ କରିବାରେ ସହାୟକ ହେଉଛି।

“ଡିଏସ୍‌ସି ଅର୍ଜୁନ” ପୁରୀ ରେଳ ଷ୍ଟେସନ ପୂର୍ବ ତଟ ରେଳପଥ ରଥଯାତ୍ରା ଉତ୍ସବ ସୁରକ୍ଷା ଓ ନିରାପତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026
Latest News

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.