Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିକାଶ କାର୍ଯ୍ୟ ତଦାରଖ ପାଇଁ ପୁରୀ ରେଲୱେ ଷ୍ଟେସନ ଠାରେ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ
ଆଜିର ଖବର

ବିକାଶ କାର୍ଯ୍ୟ ତଦାରଖ ପାଇଁ ପୁରୀ ରେଲୱେ ଷ୍ଟେସନ ଠାରେ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ

December 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puri
ପୂର୍ବତଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

ଭୁବନେଶ୍ଵର: ପୁରୀ ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟର ତଦାରଖ ପାଇଁ ପୁରୀ ରେଳ ଷ୍ଟେସନ ଠାରେ ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି।

ଯାତ୍ରୀମାନଙ୍କ ଅନୁକୂଳ ସୁବିଧା ସହ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ପୁରୀ ରେଳ ଷ୍ଟେସନକୁ ପୁନଃ ନିର୍ମାଣ କରାଯାଉଛି। ଷ୍ଟେସନର ମୁଖଦ୍ଵାର ଏବଂ ଯାତ୍ରୀ ନିବାସ ଓଡିଶାର ମନ୍ଦିର ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦ୍ଵାରା ଅନୁପ୍ରାଣିତ ହେବ।

ପୁନଃ ବିକାଶ ଯୋଜନାରେ ବିଭିନ୍ନ ଆଧୁନିକ ସୁବିଧା ଅନ୍ତର୍ଭୁକ୍ତ:

ନୂତନ ବିଲଡିଂ, ଏୟାର କନକୋର୍ସ, ପ୍ଲାଟଫର୍ମ ଓ ପ୍ଲାଟଫର୍ମ ଆଶ୍ରୟସ୍ଥଳର ଏବଂ ପ୍ରସସ୍ତ ଚଳପ୍ରଚଳ କ୍ଷେତ୍ରର ନବୀକରଣ। ବର୍ଜ୍ୟବସ୍ତୁ ପରିଚାଳନା ସହିତ ଫୁଡ୍ କୋର୍ଟ ଜୋନ୍, ସପିଙ୍ଗ ଜୋନ୍। ସୁ-ପରିକଳ୍ପିତ ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡର୍ସର ବ୍ୟବସ୍ଥା ରହିବ। ଏଥିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ମଧ୍ୟ ରହିବ।  ନୂତନ ବିଲ୍ଡିଂରେ ସୁସଜ୍ଜିତ ଚଳପ୍ରଚଳ କ୍ଷେତ୍ର ବ୍ୟତୀତ ଉଚ୍ଚ ମାନକ ଡର୍ମିଟୋରି ଏବଂ ରିଟାୟରିଙ୍ଗ ରୁମ ରହିବ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର ଗତ ପୁରୀ ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକଳାପ ଉପରେ ନିରୀକ୍ଷଣ କରିଥିଲେ ଏବଂ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତ୍ରା ନିଶ୍ଚିତ କରିବାକୁ ଆଲୋଚନା କରିଥିଲେ। ପରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ପ୍ରତି ପୁରୀ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ନିରୀକ୍ଷଣ କରିବା ସହିତ ସମସ୍ତ ବିକାଶମୂଳକ କାର୍ଯ୍ୟ ସହ ସବୁ ଶ୍ରେଣୀର ଯାତ୍ରୀ ମାନଙ୍କ ପାଇଁ ଅନୁକୂଳ ଭିତ୍ତିଭୂମି ନିର୍ମାଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପ୍ରକଳ୍ପ 2021-22 ମସିହାରେ 161.5 କୋଟି ଟଙ୍କା ବ୍ୟୟରେ ଅନୁମୋଦନ କରାଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ ହେବାର 30 ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ଷ୍ଟେସନର ରୂପାଙ୍କନ ଭବିଷ୍ୟତର ଯାତ୍ରୀ ଚାହିଦା ଓ ବୃଦ୍ଧିକୁ ନଜରରେ ରଖି ନିର୍ମାଣ କରାଯାଉଅଛି। ସମସ୍ତ ଶ୍ରେଣୀର ଯାତ୍ରୀମାନଙ୍କ ଚଳପ୍ରଚଳ ପାଇଁ ଥିବା ସାଧାରଣ ସ୍ଥାନରେ ଏୟାର କନକର୍ସକୁ ମଧ୍ୟ ସୁ-ପରିକଳ୍ପିତ ଭାବରେ ଡିଜାଇନ୍ କରାଯାଇଛି ଏବଂ ଏଥିରେ ବିଭିନ୍ନ ଆଧୁନିକ ଯାତ୍ରୀ ସୁବିଧା ରହିବ।

ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗଜନଙ୍କୁ ସୁହାଇବା ଭଳି ଯାତ୍ରୀ ସୁବିଧା, ୱାଲ୍ ପେଣ୍ଟିଂ ଏବଂ ଗ୍ରୀନ୍ ସ୍ପେସ୍ ବ୍ୟବସ୍ଥା, ବର୍ଦ୍ଧିତ ସିସିଟିଭି ନୀରିକ୍ଷଣ, ପ୍ରିପେଡ୍ କ୍ୟାବ୍ ସୁବିଧା, ପର୍ଯ୍ୟଟନ ସୂଚନା ଏବଂ ବୁକିଂ କେନ୍ଦ୍ର, ଫାର୍ମାସି ଏବଂ ମେଡିକାଲ୍ ସୁବିଧା, ସାଇନେଜ୍ ଏବଂ ଡିଭାଇଡର୍, ଷ୍ଟେସନରେ ଗ୍ରୀନ୍ କଭର, ଡର୍ମିଟୋରି ଏବଂ ରିଟାୟରିଙ୍ଗ ରୁମ ସହିତ ପ୍ରତ୍ୟେକ ପ୍ଲାଟଫର୍ମରେ ୱେଟିଂ ଚେୟାର / ବେଞ୍ଚ, କନକୋର୍ସରେ ସିଟିଂ ବେଞ୍ଚ ଇତ୍ୟାଦି ଉପଲବ୍ଧ ହେବ।

ପୁରୀ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.