Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତ୍ୟ ହେଲେ ସାଂଘାତିକ!: ଅଣ-ଓଡିଆ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ କଳାହାଣ୍ଡି, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ
ଆଜିର ଖବର

ସତ୍ୟ ହେଲେ ସାଂଘାତିକ!: ଅଣ-ଓଡିଆ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ କଳାହାଣ୍ଡି, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

May 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପ୍ରୋଜେକ୍ଟ ଅଂଚଳରେ ବ୍ୟାପକ ଭାବେ ଅଣ-ଓଡିଆ ମାନେ ଜମିବାଡି କିଣି ଚାଷବାସ କରି ଦୀର୍ଘ ଦିନରୁ ରହିଆସୁଥିବା ବେଳେ ଜମି ମାଫିଆ ମାନେ ସକ୍ରୀୟ ଥିବା ଅଭିଯୋଗ ହେଉଛି। ନିକଟ ଅତୀତରେ ଲାଂଜିଗଡ ଅଂଚଳରେ ଏହି ଅଣ-ଓଡିଆ ମାନେ ସ୍ଥାନୀୟ ନୀରିହ ଗରିବ ଆଦିବାସୀ ମାନଙ୍କ ଜମି ଜବରଦଖଲ କରିବା ସହିତ ସରକାରୀ ଜମିକୁ ମଧ୍ୟ କବଜା କରିଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଥିଲା।

ପଡୋଶୀ ରାଜ୍ୟରେ ଜମି ମୂଲ୍ୟ ଓଡିଶାର ଜମି ମୂଲ୍ୟ ଠାରୁ ବହୁ ଗୁଣରେ ଅଧିକ ଥିବା ବେଳେ ସେଠାକାର ମୂଲ୍ୟବାନ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରୀ କରିଦେଇ ଏହି ଅଣ-ଓଡିଆ ମାନେ ଓଡିଶାର ଉପାନ୍ତ ଅଂଚଳକୁ ଆସି ସେହି ଟଙ୍କାରେ ଶାଗ ମାଛ ଦରରେ ଅନେକ ଜମି ନିଜ ପରିବାର ଲୋକଙ୍କ ନାମରେ କିଣି ଆସ୍ଥାନ ଜମାଉଥିବା ଦେଖା ଯାଉଛି। ବିଶେଷ କରି ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଏହି ଅଣ ଓଡିଆ ମାନେ ସ୍ଥାନୀୟ ଲୋକଙ୍କ ଠାରୁ ଶାଗମାଛ ଦରରେ ଅନେକ ଜମି କିଣି ନିଜ ନିଜ ସଂପର୍କୀୟ ମାନଙ୍କ ନାମରେ ରଖିଥିବା ଆଲୋଚନା ହେଉଛି। ଏପରିକି ଏହି ଅଣ-ଓଡିଆ ମାନଙ୍କ ଦ୍ୱାରା ବିଭିନ୍ନ ଶସ୍ୟ ତଥା ବିହନ, ଔଷଧ, ଖତସାର ଇତ୍ୟାଦି ସରକାରୀ ବ୍ୟବସ୍ଥା ଅଗୋଚରରେ ଅନେକ କାରବାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଲାଂଜିଗଡ ବ୍ୟତୀତ ମୋଟେର-ଜୟପାଟଣା ରାସ୍ତା ଉପରେ ବଡକୁଟ୍ରୁଛକରେ, ଲଡୁଗାଁ ରାସ୍ତାରେ ବିମଳା ଗ୍ରାମରେ, ଗୁନଗୁନିଆ ରାସ୍ତାରେ ରେଙ୍ଗାଲପାଲି ଗ୍ରାମରେ, ବୁଢୀଦର ରାସ୍ତାରେ ତେତେଲପଡା ଗ୍ରାମରେ ବିଶେଷ କରି ଏହି ଅଣ-ଓଡିଆ ମାନେ ବହୁମାତ୍ରାରେ ବସତି ସ୍ଥାପନ କରୁଥିବା ଏବଂ ଚାଷ ବାସ ସହିତ ବିଭିନ୍ନ କାରବାର କରୁଥିବା ଦେଖାଯାଉଛି। ବିମଳା ଗ୍ରାମର କେନାଲ ହୁଡା ପାଶ୍ୱର୍ରେ ରହୁଥିବା ଜନୈକ ଅଣଓଡିଆ ପ୍ରାୟ ୨୭ ଗୋଟି କମ୍ବାଇନ ହାରଭେଷ୍ଟର ବିଭିନ୍ନ ଆଦିବାସୀ ଲୋକଙ୍କ ନାମରେ ସବସିଡି ମାଧ୍ୟମରେ କିଣି ସେସବୁକୁ ଭଡାରେ ଲଗାଉଥିବା ଅଭିଯୋଗ ହୋଇଛି।

ଜୁନାଗଡ ଓ ବନମାଳିପୁର ଠାରେ ଜନୈକ ଅଣ-ଓଡିଆ ୟାନମାର କଂପାନୀର କମ୍ବାଇନ ହାରଭେଷ୍ଟର ଡିଲରସିପ କରି ଅନେକ ଆଦିବାସୀ ଲୋକଙ୍କ ନାମରେ ସବସିଡି ଉଠାଇ ଥିବା ଅଭିଯୋଗ ହୋଇଛି। ନିକଟ ଅତୀତରେ ଧର୍ମଗଡ ଉପଖଣ୍ଡରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଯୋଗାଇ ଦେଇଥିବା ଜମିକୁ ଅଣ-ଓଡିଆ ଲୋକେ ସଂପୃକ୍ତ କଂପାନୀ ଠାରୁ କୌଣସି ଉପାୟରେ କିଣି ନେଇ ଚାଷ କରୁଥିବା ମଧ୍ୟ ଜଣାପଡିଛି।

ସୂଚନା ଯୋଗ୍ୟ ଯେ ସ୍ଥାନିୟ ଲୋକେ ସରଳ ନୀରିହ ବିଶ୍ୱାସୀ ହୋଇଥିବା ବେଳେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ୱଳ୍ପ ଆୟ ହେତୁ ଗରିବ ମଧ୍ୟ ହୋଇଥାନ୍ତି। ଏଠାକାର ଜମିବାଡିର ମୂଲ୍ୟ ସେଭଳି ଚଢା ଦାମରେ ମଧ୍ୟ ବିକ୍ରୀ ହୋଇପାରିନଥାଏ। ଯାହାଫଳରେ ପଡୋଶୀ ରାଜ୍ୟରେ ଏକର ପିଛା ଲକ୍ଷ ଲକ୍ଷ ଟଙ୍କାରେ ଜମି ବିକି ଦେଇ କଳାହାଣ୍ଡିରେ ବହୁ ପରିମାଣରେ ଜମି କିଣୁଥିବା ଜଣାପଡିଛି।

ଅନ୍ୟପକ୍ଷରେ କଳାହାଣ୍ଡିର ନୀରିହ ଲୋକେ ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇଁ ପଡୋଶୀ ରାଜ୍ୟ ଉପରେ ଭରସା କରୁଥିବାରୁ ସେଠାରେ ଏହି ଅଣ-ଓଡିଆ ଦଲାଲ ମାନେ ହୁଏତ ହଇରାଣ ହରକତ କରିପାରନ୍ତି ବୋଲି ଆଶଙ୍କା କରି ନୀରିହ ଲୋକେ ଅଣ-ଓଡିଆ ମାନଙ୍କୁ ପ୍ରତିବାଦ କରୁନଥିବା ଜଣାପଡିଛି।

ଜୟପାଟଣା ବ୍ଲକ ଅଂଚଳର ଜନୈକ ଅଣ-ଓଡିଆଙ୍କ ସଂପର୍କୀୟ ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀ ଅଫ ଏଡମିନିଷ୍ଟ୍ରେସନରେ ପଦସ୍ଥ ପଦାଧିକାରୀ ରହିଥିବା ପ୍ରଚାର କରି ବିଭିନ୍ନ ପଦାଧିକାରୀ ମାନଙ୍କୁ ଚାପ ପକାଉଥିବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅଣ-ଓଡିଆ ମାନଙ୍କୁ ସୁହାଇବା ଭଲି ଫାଇଦା ନେଉଥିବା ବିଷୟ ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ପଦାଧିକାରୀ ମାନଙ୍କୁ ଚାପ ପକାଇ ଅଣ-ଓଡିଆ ମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏହି ବାବୁ ଦଲାଲି କରୁଥିବା ଅଭିଯୋଗ ହେଉଛି।

ଏହା ଯଦି ସତ୍ୟ ହୋଇଥାଏ ତେବେ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦଲାଲଗିରି ବନ୍ଦ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ସ୍ଥାନୀୟ ସାଧାରଣ ଲୋକେ ବିଭିନ୍ନ ସ୍ତରରେ ଉଚିତ ନ୍ୟାୟ ପାଇପାରୁନଥିବା ବେଳେ ପ୍ରଶାସନିକ ଟ୍ରେନିଂ ଏକାଡେମୀରେ ସଂପର୍କୀୟ ଥିବାର ପ୍ରକାଶ କରି ବିଭିନ୍ନ ସ୍ତରରେ ଚାପ ପକାଇ ଫାଇଦା ଉଠାଉଥିବା ଏଭଳି କାରବାର ସଂପର୍କରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହେଉଛି।

କଳାହାଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.