Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
ଆଜିର ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

May 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର / ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗ ଢେଙ୍କାନାଳର ଭଗବାନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡିଶାର ପୂର୍ବ ଭାଗରେ ଥିବା ୧୬ଟି ଜିଲ୍ଲାର ୧୫୨ଜଣ ଶିକ୍ଷାର୍ଥୀଙ୍କ ସମେତ ୫୨ ଜଣ ଶିକ୍ଷକ ଓ ପ୍ରବନ୍ଧକ ଏହିଭଳି ୨୦୪ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ହାତରୁ ୮ଶହ ଟଙ୍କା ଶୁଳ୍କ ପ୍ରଦାନ କରି ୨୦ଦିନ ଧରି ଏହି ଶିବିରରେ ବିଭିନ୍ନ ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ସ୍ନାତକ ଓ ସ୍ନାତକୋତର ଛାତ୍ର, ବ୍ୟବସାୟୀ ଓ କୃଷକ ଉପସ୍ଥିତ ଥିଲେ। ପ୍ରତ୍ୟହ ସକାଳ ୪.୩୦ମି. ସମୟରେ ପ୍ରାତଃ ଜାଗରଣ ପରେ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱୟଂସେବକମାନେ ବିଭିନ୍ନ ଶାରିରୀକ ଓ ବୌଦ୍ଧିକ କାର୍ଯ୍ୟକ୍ରମର ଅଭ୍ୟାସ କରିଥିଲେ। ଶନିବାର ଦିନ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ସେମାନେ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାରକ ବିପିନ୍ ପ୍ରସାଦ ନନ୍ଦ ଯୋଗଦେଇ ଉପସ୍ଥିତ ସ୍ୱୟଂସେବକ ଓ ସାଧାରଣଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବର୍ତମାନ ସମୟରେ ବିଶ୍ୱରେ ଚାଲୁଥିବା ବିଭିନ୍ନ ବିଚାରଧାରାର ସଂଘର୍ଷ ମଧ୍ୟରେ ଭାରତୀୟ ବିଚାର ବା ହିନ୍ଦୁ ବିଚାରର ପ୍ରତିନିଧିତ୍ୱ କରେ। ସଂଘର ଏହି କାର୍ଯ୍ୟ କେବଳ ସଂଘର ମୌଳିକ ବିଚାର ନୁହେଁ, ବରଂ ସ୍ୱାମୀ ବିବେକାନନ୍ଦ ଓ ରାମତୀର୍ଥଙ୍କ ଭଳି ମହାପୁରୁଷମାନେ ଯେଉଁ ବିଚାରକୁ ରଖିଥିଲେ ସେହି ବିଚାର ଅନୁରୂପ ସମାଜର ସମସ୍ତ ବ୍ୟବସ୍ଥା ନିର୍ମାଣର ଦାୟିତ୍ୱ ସଂଘ ନିଜ ଉପରକୁ ନେଇଛି। ଏହି କାର୍ଯ୍ୟକୁ ଅଧିକ ଗତିଶୀଳ ହେବା ପାଇଁ ମୁଖ୍ୟବକ୍ତା ସଂପୂର୍ଣ୍ଣ ସମାଜକୁ ନିବେଦନ କରିଥିଲେ।

ଉକ୍ତ ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସରକାରୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ, ଲେଖକ, ଗାଳ୍ପିକ, ସମାଲୋଚକ ଓ ସମାଜସେବୀ ଡ. ଭବାନୀ ଶଙ୍କର ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ସଂଗଠନ ମାଧ୍ୟମରେ ଏକତ୍ରିତ ହୋଇ ଦେଶର ବିକାଶ କରିବା ପାଇଁ ସେ ସମସ୍ତ ନାଗରିକ ତଥା ସ୍ୱୟଂସେବକମାନଙ୍କୁ ଆହ୍ୱାନ ଜଣାଇଥିଲେ।

ସଂଘ ଶିକ୍ଷାବର୍ଗର ସମାରୋପ ଉତ୍ସବରେ ମଂଚାସୀନ ଥିବା ଶିକ୍ଷା ବର୍ଗର ବର୍ଗାଧିକାରୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବୈକୁଣ୍ଠନାଥ ସାହୁ ବର୍ଗର ବିବରଣୀ ପାଠ କରିଥିଲେ। ବର୍ଗର କାର୍ଯ୍ୟବାହ ଅଶୋକ ରଣଜିତ୍ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026
Latest News

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି

March 7, 2026

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.