ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: May 30, 2022, 9:17 am IST

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତିନି ଦିନିଆ ଦିଲ୍ଲୀ ଗସ୍ତ କରିବେ। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିବେ ସାକ୍ଷାତ। ଅପରାହ୍ନ 4.30 ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସାଉଥ ବ୍ଲକରେ ମୋଦୀଙ୍କୁ ନବୀନ ଭେଟିବେ।

ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହି ଥିବାବେଳେ ଏଭଳି ସମୟରେ ନବୀନଙ୍କ ଦିଲ୍ଲୀ ଗସ୍ତ ଏବଂ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଭେଟଘାଟ ସମୟରେ ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

Related posts