ଆଜି ଚାଷୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ, ୧୦ କୋଟି ଚାଷୀଙ୍କୁ ମିଳିବ ୨୧ ହଜାର କୋଟି

Published: May 31, 2022, 11:05 am IST

ନୂଆଦିଲ୍ଲୀ: ମୋଦୀ ସରକାର ଆଜି ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି। ତେଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ପିଏମ ମୋଦୀ ବଟନକୁ ଦବାଇ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଗରିବ କଲ୍ୟାଣ ସମ୍ମିଳନୀରେ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏକାଦଶ କିସ୍ତି ରାଶି ସ୍ଥାନାନ୍ତର କରିବେ।

Related posts