Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରଙ୍କ ଆଠ ବର୍ଷ ଶାସନ ପୂର୍ତ୍ତି ଅବସରରେ ଓଡ଼ିଶାରେ “ଗରିବ କଲ୍ୟାଣ ସମ୍ମିଳନୀ” ଆୟୋଜିତ
ଆଜିର ଖବର

ସରକାରଙ୍କ ଆଠ ବର୍ଷ ଶାସନ ପୂର୍ତ୍ତି ଅବସରରେ ଓଡ଼ିଶାରେ “ଗରିବ କଲ୍ୟାଣ ସମ୍ମିଳନୀ” ଆୟୋଜିତ

May 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗରିବ କଲ୍ୟାଣ ଓ ମହିଳା ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ସମାଜର ସବୁ ଶ୍ରେଣୀ ନାଗରିକଙ୍କ କଲ୍ୟାଣ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଆଠ ବର୍ଷ ଶାସନ କାର୍ଯ୍ୟକାଳ ପୂରଣ ଅବସରରେ ଆଜି (୩୧-୦୫-୨୦୨୨) କଟକ ଜିଲ୍ଲାର ମାହାଙ୍ଗା ଠାରେ ଆୟୋଜିତ ସମ୍ମିଳନୀରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ଅନେକ କେନ୍ଦ୍ରୀୟ ଯୋଜନାର ସୁଫଳ ହିତାଧିକାରୀମାନେ ପାଇଥିବା ବେଳେ ୨୦୧୪ ମସିହା ଠାରୁ ଦେଶର ଏଗାର କୋଟି ପାଖାପାଖି ଶୌଚାଳୟ ପାଇଛନ୍ତି ବୋଲି ସେ କହିଥିଲେ । ଗରିବ ପରିବାରଗୁଡ଼ିକୁ ନଅ କୋଟି ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ କେବଳ ଓଡ଼ିଶାର ୪୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆଠ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥ ନେତୃତ୍ୱ ଯୋଗୁଁ ଦେଶବ୍ୟାପୀ ୧୯୦ କୋଟି ଟିକା ମାତ୍ରା ଦିଆଯାଇଥିବା ବେଳେ, କେବଳ ଓଡ଼ିଶାରେ ୬ କୋଟି ୭୨ ଲକ୍ଷ ମାତ୍ରା କୋଭିଡ-୧୯ ଟିକା ମାଗଣା ପ୍ରଦାନ କରାଯାଇଛି। ଏହା ହେଉଛି ଶାସନ, ଏହା ହେଉଛି ଦାୟିତ୍ୱ ଯାହା ମୋଦି ସରକାର ଦକ୍ଷତାର ସହ ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଥିଲେ।

ଜନଧନ ଯୋଜନାର ସୁବିଧା ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଟ ୪୫ କୋଟି ବ୍ୟାଙ୍କ ଖାତା ମଧ୍ୟରୁ କେବଳ ଓଡ଼ିଶାରେ ୧.୯୦ କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି ଯାହାକି ପ୍ରଧାନମନ୍ତ୍ରୀଙ୍କ ଅଖଣ୍ଡ ଭାରତ ଚିନ୍ତାଧାରାର ପ୍ରତୀକ। ମୋଦି ସରକାର ସବୁବେଳେ ପ୍ରତ୍ୟେକ ଶ୍ରେଣୀର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଛଅ ଜଣ ଅଗ୍ରଣୀ ଚାଷୀ ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରି ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ୩୩ ଲକ୍ଷରୁ ଅଧିକ ଚାଷୀ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ୭୦୩.୪୬ କୋଟି ଟଙ୍କା ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପାଇଛନ୍ତି। ପରେ ମନ୍ତ୍ରୀ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଓ ହିତାଧିକାରୀମାନଙ୍କୁ ସିମିଳାରେ ହୋଇଥିବା ଗରିବ କଲ୍ୟାଣ ସମ୍ମିଳନୀ ସହ ଭର୍ଚୁଆଲ ମୋଡରେ ସଂଯୋଗ କରାଯାଇଥିଲା।

ସେହିପରି ବାରିପଦା ଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇଁ ଏ ଦେଶର ଜନସାଧାରଣ ବେଶ ଖୁସି ବୋଲି କହିଥିଲେ।

ଗରିବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କେବଳ ଗରିବ କଲ୍ୟାଣ ଉପରେ ଗୁରୁତ୍ୱ ଦେଉନାହାନ୍ତି, ବରଂ ଜାତୀୟ ସୁରକ୍ଷା ହେଉ ବା ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରୁ ୨୩ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଉପରେ ମଧ୍ୟ ପ୍ରାଥମିକତା ଦେଇଛନ୍ତି। “ପ୍ରଧାନମନ୍ତ୍ରୀଙ୍କ ଅଧିନରେ ଭାରତର ଛବି ସମଗ୍ର ବିଶ୍ୱରେ ଉଜ୍ୱଳ ହୋଇଛି” ବୋଲି ଶ୍ରୀ ଟୁଡୁ କହିଥିଲେ।

ପ୍ରତ୍ୟେକ ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ କାଳରେ ୭୫ଟି ସରୋବର ସୃଷ୍ଟି ନେଇ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ ଭାବାପନ୍ନ ଓ ନିଷ୍ଠାପର ଭାବେ କରିବାକୁ ସେ ଏହାର ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେଇଥିଲେ। “ଅମୃତ ସରୋବର କେବଳ ସ୍ଥାନୀୟ ପାନୀୟ ଜଳ ଓ ଜଳସେଚନ ଆବଶ୍ୟକ ପୂରଣ କରିବ ନାହିଁ ବରଂ ରୋଜଗାର ସୁଯୋଗ ସୃଷ୍ଟି କରିବ” ବୋଲି ସେ କହିଥିଲେ।

ପରେ ମନ୍ତ୍ରୀ ଅନ୍ୟାନ୍ୟ ଜନ ପ୍ରତିନିଧି, ସରକାରୀ କର୍ମକର୍ତ୍ତା, ହିତାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ସିମଳାରେ ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡରେ ହେଉଥିବା କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କ ମତ ବିନିମୟ ଓ ତାଙ୍କର ଅଭିଭାଷଣ ଶୁଣିଥିଲେ।

ଓଡିଶା ଗରିବ କଲ୍ୟାଣ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.