ପଶ୍ଚିମ ଓଡିଶାରେ ରାଜନୈତିକ ତାତି ସହିତ ବର୍ଷିଲା ପ୍ରକୃତି ନିଆଁ, ଟିଟିଲାଗଡରେ ସର୍ବାଧିକ ତାପମାତ୍ର

Published: Jun 3, 2022, 11:40 pm IST

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରେ ରାଜନୈତିକ ପାଣିପାଗ ଯେପରି ସରଗରମ ଥିଲା, ସେହିପରି ପ୍ରକୃତି ପାଗ ମଧ୍ୟ ବେଶ ଗରମ ହୋଇପଡିଥିଲା। କାରଣ ଆଜି ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତିକୁ ନେଇ ସାରା ଓଡିଶାରେ ତାତି ପ୍ରବାହିତ ହେଉଥିଲା। ତାହାକୁ ତାଳ ଦେଇ ପ୍ରକୃତି ମଧ୍ୟ ଗରମ ବର୍ଷା କରିଥିଲା।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ଅନୁସାରେ ଟିଟଲାଗଡ ରେ ୪୫ ଡିଗ୍ରୀ , ବଲାଙ୍ଗୀର ୪୪.୯ ଡିଗ୍ରୀ, ବୌଦ୍ଧ ୪୪.୫ ଡିଗ୍ରୀ , ସମ୍ବଲପୁରରେ ୪୪.୪ ଡିଗ୍ରୀ, ସୋନପୁର ୪୪.୩ ଡିଗ୍ରୀ, ଏବଂ ଝାରସୁଗୁଡା ରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Related posts