ଦେଶରେ ପ୍ରାୟ ୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୨୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

Published: Jun 4, 2022, 10:48 am IST

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଛି। ଗତ କିଛି ଦିନ ହେବ କରୋନା ମାମଲା ଉପରମୁହାଁ ହେବାରେ ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ହଜାର ୯୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କରୋନା ଯୋଗୁଁ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ସକ୍ରିୟ ମାମଲା ସଂଖ୍ୟାରେ ମଧ୍ୟ ଏକ ବଡ଼ ଲମ୍ଫ ଦେଇଛି, ଯାହା ବର୍ତ୍ତମାନ ୨୨ ହଜାର ୪୧୬ ରେ ପହଞ୍ଚିଛି।

ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଦିନ ମଧ୍ୟ ଦେଶରେ ପ୍ରାୟ ଚାରି ହଜାର କରୋନା ମାମଲା ରିପୋର୍ଟ ହୋଇଥିଲା। ଗତକାଲି ୪ ହଜାର ୪୧ ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଭାରତରେ ୮୪ ଦିନ ପରେ ଗୋଟିଏ ଦିନରେ କୋଭିଡ -୧୯ ର ୪ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିଲା। ଭାରତରେ ସମୁଦାୟ କରୋନା ମାମଲା ବର୍ତ୍ତମାନ ୪ କୋଟି ୩୧ ଲକ୍ଷ ୭୨ ହଜାର ୫୪୭ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୫ ଲକ୍ଷ ୨୪ ହଜାର ୬୭୭ ଲୋକ ପ୍ରାଣ ହରାଇଛନ୍ତି।

Related posts