Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରର ରାଜ୍ୟମାନଙ୍କୁ ପତ୍ର
ଆଜିର ଖବର

ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରର ରାଜ୍ୟମାନଙ୍କୁ ପତ୍ର

June 5, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜୁନ୫,୨୦୨୨ ବିଶ୍ୱ ପରିବେଶ ଦିବସ। ଦେଶକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ (ଏସୟୁପି) ମୁକ୍ତ କରିବା ନିମନ୍ତେ ଓ ସ୍ୱଚ୍ଛ ଓ ସବୁଜ ଜନାଦେଶ ଜରିଆରେ ପରିବେଶର ଉନ୍ନତି ପାଇଁ ଲାଗିପଡିବେ।

ପ୍ରଧାନମନ୍ତ୍ରୀ ୨୯ ମେ, ୨୦୨୨ ଦିନ ତାଙ୍କର ୮୯ତମ ମନ୍ କୀ ବାତ୍‌ରେ ଦେଶକୁ ସମ୍ବୋଧିତ କଲାବେଳେ ଦେଶବାସୀଙ୍କୁ ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛତା ଓ ବୃକ୍ଷରୋପଣ ଦିଗରେ କିଛି କରିବାକୁ ନିବେଦନ କରିଥିଲେ।

ଦୁଇଟି ଜନାଦେଶ ବିଶ୍ୱ ପରିବେଶ ଦିବସ ଓ ଜୁନ ୩୦, ୨୦୨୨ ସୁଦ୍ଧା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ର ସମାପ୍ତି ଘଟାଇବା ଲକ୍ଷ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମାର୍ଗଦର୍ଶିକା ଜାରି କରି ଏହି ଦୁଇଟି ଜନାଦେଶକୁ ସଫଳ କରିବା ପାଇଁ ବିବିଧ କାର୍ଯ୍ୟକଳାପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିମଧ୍ୟରେ ବଡ ଧରଣର ସଫେଇ ଅଭିଯାନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଧ୍ୟାନ ଓ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏଥିରେ ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଏନଜିଓ/ସିଏସଓ, ଏନଏସ୍‌ଏସ୍ ଓ ଏନସିସି କ୍ୟାଡେଟ, ଆରଡବ୍ଲୁଏଏସ, ବଜାର ସଂଘ, ବାଣିଜ୍ୟିକ ପ୍ରତିଷ୍ଠାନମାନେ ଅଂଶ୍ରଗ୍ରହଣ କରିବେ।

ଦେଶବ୍ୟାପୀ ଏସୟୁପି ନିଷେଧ ପାଇଁ ଅଙ୍ଗୀକାରବଦ୍ଧ ଦେଶରେ ଅସଂଖ୍ୟ ପ୍ରସ୍ତାବ ଆସିଥିଲା। ସ୍ୱଚ୍ଛ ଭାରତ ଅଭିଯାନ-ଅର୍ବାନ ୨.୦ କାର୍ଯ୍ୟକ୍ରମ ଦେଶର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଅଭିଯାନ ଅଧୀନରେ ଏସୟୁପି ବା ପ୍ଲାଷ୍ଟିକ ବର୍ଜ୍ୟ ପରିଚଳନାକୁ ଅଗ୍ରାଧିକାର ଦିଆଯାଉଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ବର୍ଜ୍ୟବସ୍ତୁ ଅଲଗା କରିବ। ପ୍ଲାଷ୍ଟିକ ବର୍ଜ୍ୟ ସାମଗ୍ରୀ ସମେତ ଶୁଖିଲା ବର୍ଜ୍ୟବସ୍ତୁକୁ ପୁନଃ ପ୍ରକ୍ରିୟାକରଣ କରି ତାହାକୁ ମୂଲ୍ୟଯୁକ୍ତ ପଦାର୍ଥରେ ପରିଣତ କରିବେ ଯେପରିକି ପ୍ଲାଷ୍ଟିକ କାର୍ଯ୍ୟ ସାମଗ୍ରୀ ଖତଗଦା ବା ଜଳାଶ୍ରୟ ଇତ୍ୟାଦିରେ ନ ମିଶେ ତାହା ଦେଖିବାକୁ ହେବ।

୪୭୦୪ ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରୁ ୨୫୯୧ ଜଣ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏମଓଇଏଫ ଆଣ୍ଡ ସିସି ନିର୍ଦ୍ଦେଶକ୍ରମେ ଏସୟୁପି ନିଷେଧ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରି ସାରିଥିବାବେଳେ, ଅବଶିଷ୍ଟ ୨୧୦୦ ରୁ ଅଧିକ ସ୍ୱାୟତ୍ତଶାସନ ସଂସ୍ଥା ଯେପରି ଏହା ଜୁନ ୩୦, ୨୦୨୨ ସୁଦ୍ଧା ପ୍ରକାଶ କରିବେ ତାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସୁନିଶ୍ଚିତ କରିବେ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ହଟସ୍ପଟମାନ ଚିହ୍ନଟ କରି ସେଗୁଡିକୁ ହଟାଇ ଦେବେ। ଏଥିରେ ସେମାନେ ରାଜ୍ୟ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହାୟତା ନେବା ସହ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ପ୍ରବର୍ତ୍ତନବାହିନୀ ଗଠନ ସହ ଆକସ୍ମିକ ନିରୀକ୍ଷଣ ଓ ଭାରି ଅର୍ଥଦଣ୍ଡ ଏହାର ଖିଲାପକାରୀଙ୍କ ଉପରେ କରି ଏସୟୁପି ନିଷେଧ ଦିଗରେ କାର୍ଯ୍ୟ କରିବେ।

ପିଡବ୍ଲୁଏମ ସଂଶୋଧିତ ନିୟମ ୨୦୨୧ ଅନୁସାରେ ପ୍ରସ୍ତୁତି ଆମଦାନୀ, ଭଣ୍ଡାରଣ, ବଣ୍ଟନ, ବିକ୍ରୟ ଓ ପଲିଥିନ ବ୍ୟାଗ ପ୍ରକ୍ରିୟାକୃତ ପ୍ଳାଷ୍ଟିକ ୭୫ମାଇକ୍ରନରୁ କମ୍ (୭୫ ଅର୍ଥାତ୍ ୦.୦୭୫୩ ମୋଟୋଇ) ୩୦ ସେପ୍ଟେମ୍ବର ୨୦୨୧ଠାରୁ ନିଷେଧ କରାଯାଇଛି। ପୂର୍ବରୁ ୫୦ମାଇକ୍ରମ ପିଡବ୍ଲଏମ ନିୟମ, ୨୦୧୬ ଅଧୀନରେ ସୁପାରିଶ କରାଯାଇଥିଲା। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଏଣିକି ରାସ୍ତାକଡ ବିକ୍ରେତା, ସ୍ଥାନୀୟ ଦୋକାନୀ, ପରିବା ବିକ୍ରେତା ଇତ୍ୟାଦିଙ୍କଠାରୁ ପ୍ଲାଷ୍ଟିକ କ୍ୟାରୀ ବ୍ୟାଗ ନ ନେଇ ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ।

ପିଡବ୍ଲଏମ (ସଂଶୋଧିତ)ନିୟମ ୨୦୨୧ ଅନୁସାରେ ଆଇନକୁ ଲାଗୁ କରିବା ପାଇଁ ପ୍ରଶଂସାସୂଚକ ପଦକ୍ଷେପମାନ ନିଆ ହେବ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଏସୟୁପି ବିକଳ୍ପ(କପଡା, ଝୋଟ, ମାଟିରେ ମିଶିଯାଉଥିବା ଖାଇବା ସାଜ) ଇତ୍ୟାଦି ଯେପରି ବଜାରରେ ଉପଲବ୍ଧ ହୁଏ ଓ ପ୍ଲାଷ୍ଟିକ ବିକଳ୍ପ ସାମଗ୍ରୀ ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ବାଣିଜ୍ୟିକ ସଂସ୍ଥା ଯେଉଁମାନେ ବୋତଲଯୁକ୍ତ ପାନୀୟ କାରବାର କରୁଛନ୍ତି, ସେମାନଙ୍କୁ ବୋତଲ ବ୍ୟାଙ୍କ ସ୍ଥାପନା ନିମନ୍ତେ ଅନୁରୋଧ କରାଯାଇପାରିବ ଏବଂ ସେମାନେ ପୁନଃବ୍ୟବହରକ୍ଷମ ରିହାତି ମୂଲ୍ୟ ପ୍ଲାଷ୍ଟିକ ବୋତଲ ବୁଥ ବିଭିନ୍ନ ସ୍ଥାନରେ ‌ସ୍ଥାପନ କରି ତାଙ୍କର ଉତ୍ପାଦ ଦାୟିତ୍ୱଭାବେ ବହନ କରିବେ। ଏଥିରେ ସ୍ୱାୟତ୍ତ ଶାସନ ସଂସ୍ଥାଗଣ ଝୋଲା, ବାସନକୁସନ, ଟୁଙ୍ଗୀ ବା ଭଣ୍ଡାର ସ୍ଥାପନ କରି ନାଗରିକମାନଙ୍କୁ ଏସୟୁପିର ବିକଳ୍ପ ପ୍ରଦାନ କରିପାରିବେ। ଏହି ସବୁ ବ୍ୟବସ୍ଥା ସାଧାରଣ ସଭା ଓ ପର୍ବପର୍ବାଣୀରେ କରାଯାଇ ଏସୟୁପି ବ୍ୟବହାର ରୋକାଯିବ।

ଏହି ପଦକ୍ଷେପଗୁଡିକୁ ସ୍ୱଚ୍ଛତା ରଥ ଜରିଆରେ ସର୍ବସାଧାରଣ ସ୍ଥାନ, ବଜାରଘାଟ ଓ ଅନ୍ୟାନ୍ୟ ଭିଡ ଯାଗାରେ ସଚେତନତା ସୃଷ୍ଟି ଏସୟୁପି ବ୍ୟବହାର ବିକଳ୍ପ ପାଇଁ କରାଯାଇପାରିବ। ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକୁ ନିକଟବର୍ତ୍ତୀ ସିମେଣ୍ଟ କାରଖାନା ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରି ପ୍ଲାଷ୍ଟିକ ବର୍ଜ୍ୟ ଯେପରି ସିମେଣ୍ଟ କାରଖାନାରେ ବିକଳ୍ପ ଇନ୍ଧନ ବା ରାସ୍ତା ନିର୍ମାଣ ବାବଦ ଖର୍ଚ୍ଚ ହୁଏ ସେଥିପାଇଁ ପରାମର୍ଶ ଦିଆଯାଇଛି। ରାସ୍ତା ନିର୍ମାଣ ପାଇଁ ସ୍ୱାୟତ୍ତ ଶାସନ ସଂସ୍ଥା ବା ସେମାନଙ୍କ ପୂର୍ତ୍ତ ବିଭାଗକୁ ଏକ ସବିଶେଷ ଏସୟୁପି ବ୍ୟବହାର ଯୋଗ୍ୟ ଯୋଜନା ପ୍ରସ୍ତୁତ କରିବାକୁ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାର୍ଗଦର୍ଶିକା ବିପୁଳ ଜନ ସହଭାଗିତା ପାଇଁ ଇଙ୍ଗିତ ଦେଉଛି। ସେଥିପାଇଁ ବିଭିନ୍ନ ଶ୍ରେଣୀର ନାଗରିକ, ମେୟର, ୱାର୍ଡ ପରିଷଦ ସଭ୍ୟ ଭଳି ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଚାସେବୀ ସଂଗଠନ, ସ୍ଥାନୀୟ ଏନଜିଓ, ସିଏସଓ, ଆବାସିକ କଲ୍ୟାଣ ସଂଘ, ବଜାରସଂଘ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଯୁବା ସଂଗଠନ ମିଳିମିଶି ଏସୟୁପି ନିଷେଧ ଓ ଏହାକୁ ଲାଗୁ କରିବା ନେଇ ଉଦ୍ୟମ କରିବେ। ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବାକୁ ନାଗରିକମାନଙ୍କୁ ଶପଥପାଠ କରାଇବେ ବା ଏଥିପାଇଁ ଉତ୍ସାହିତ କରିବେ।

ଏହି ସମସ୍ତ ପଦକ୍ଷେପ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସ୍ୱାୟତଶାସନ ସଂସ୍ଥାଗୁଡିକ ଦ୍ୱାରା ଏକ ସବିଶେଷ ପ୍ରୋଟୋକଲ ଜରିଆରେ ନଥିଭୁକ୍ତ ହୋଇ ସର୍ବୋଚ୍ଚ ସ୍ତରରେ ନିରୀକ୍ଷଣ ହେବ।

ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତ୍ୱରାନ୍ୱିତ ହେଉଥିବାବେଳେ ଏହା ଆବର୍ଜନା ମୁକ୍ତ ନଗରୀ ସୃଷ୍ଟି ପାଇଁ ସଂକଳ୍ପବଦ୍ଧ। ବିସ୍ତୃତ ପରିମଳ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱାରା ଦେଶରେ ଏହା କରାଯାଇପାରିବ।

ବିଶ୍ୱ ପରିବେଶ ଦିବସ ରାଜ୍ୟମାନଙ୍କୁ ପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ଅପରେସନ୍ ସିନ୍ଦୁରରେ ମସୁଦ ଆଝାରର ପରିବାରର ମୃତ୍ୟୁ ଉପରେ ଜୈଶ କମାଣ୍ଡରଙ୍କ ବଡ଼ ଖୁଲାସା

September 16, 2025

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ନିର୍ଦ୍ଦେଶ ଦେଲେ ଇସିଆଇ

September 16, 2025

ପାର୍ବଣ ଋତୁରେ ଆରାମଦାୟକ ଯାତ୍ରା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

September 16, 2025
Latest News

ଦୁଷ୍କର୍ମରେ ଓଡିଶା ପାଲଟିଲା ମଣିପୁର, ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

September 16, 2025

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

September 16, 2025

୧୮ ରୁ ବିଧାନସଭାର ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

September 16, 2025

ବାଣପୁର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆସନ୍ତାକାଲି ପାଳନ ହେବ ‘ସେବା ପକ୍ଷ’

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.