ପ୍ରଧାନମନ୍ତ୍ରୀ ନିଜର କାନ ଖୋଲା ରଖନ୍ତୁ : ରାହୁଲ

Published: May 2, 2019, 10:35 am IST
PM NEEDS TO OPEN HIS EARS

ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୯୪୨ ଟି ବୋମା ବିସ୍ଫୋରଣ ହୋଇଥିବା ବେଳେ ଏହାକୁ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର କାନ ଖୋଲା ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ଦୁଇଦିନ ତଳେ ମୋଦି କହିଥିଲେ ଦେଶରେ ୨୦୧୪ ପରଠାରୁ କୌଣସି ବିସ୍ଫୋରଣ ହୋଇନାହିଁ। ଗତକାଲି ମହାରାଷ୍ଟ୍ରର ଗଡିଚିରୋଲିରେ ଏକ ବିସ୍ଫୋରଣରେ ୧୬ ସୁରକ୍ଷା କର୍ମୀଙ୍କ ପ୍ରାଣହାନି ପରେ ରାହୁଲ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ୨୦୧୪ ପରଠାରୁ ମୋହରା, ଦାନ୍ତେଓ୍ବାଡେ, ପାଲାମୁ, ଅଉରଙ୍ଗାବାଦ, କୋରାପୁଟକ, ସୁକମା, ଅଓ୍ବାପଲ୍ଲୀ ଏବଂ ଛତିଶଗଡରେ ବିସ୍ଫୋରଣ ଘଟିଛି। ଏହି ସମସ୍ତ ବିସ୍ଫୋରଣରେ ଦେଶ ଏହାର ଅନେକ ସୁରକ୍ଷାକର୍ମୀଙ୍କୁ ହରାଇଛି। ଏହି ସମସ୍ତ ଘଟଣା ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିଜ କାନ ଖୋଲା ରଖିବାକୁ ପଡିବ ବୋଲି ରାହୁଲ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ଏହି ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କେହି ପଢି ଶୁଣାଇବା ଉଚିତ୍‌।

Related posts