
ନୂଆଦିଲ୍ଲୀ: ଯମୁନା ଘାଟିରେ ଯାତ୍ରୀଙ୍କ ବସ୍ ଖସିଯିବା ପରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏହି ବସ୍ ପ୍ରାୟ ୨୦୦ ମିଟର ଗଭୀର ଏକ ଘାଟିରେ ପଡିଯାଇଛି। ସୂଚନା ପାଇବା ପରେ, ରିଲିଫ୍ କାର୍ଯ୍ୟ ପାଇଁ SDRF କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଡାମଟା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ନୌଗାଓଁ ଦିଗରେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା। ତିନୋଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ବସ୍ରେ ୨୮ ରୁ ୨୯ ଜଣ ଲୋକ ଥିଲେ। ଚାରିରୁ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି, ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟ ସଚିବ ସୁଖବୀର ସିଂ ସାନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।