ଆୟୋଜିତ ହେଲା ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ

Published: Jun 7, 2022, 8:53 pm IST

ଭୁବନେଶ୍ୱର :  ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବସନ୍ତପୁର ପଂଚାୟତଠାରେ ଅନୁଷ୍ଠିତ ହୋଇଯାଇଛି ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’। ଏଥିରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ୨୪ଟି ବିଧାନସଭା କ୍ଷେତ୍ର ଅନୁସୁଚିତ ଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ତାଙ୍କ ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ଆଗାମୀ ଦିନରେ ଶାସକ ବିଜେଡି ଏହାର ଉଚିିତ୍ ଜବାବ୍ ପାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ଅନୁସୂଚିତ ବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯାଉଛି । ଆଜି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେ ଆୟୋଜନ କରାଯାଇଛି ।

Related posts