ଗତକାଲି ତୁଳନାରେ କରୋନା ମାମଲାରେ ବଡ ହ୍ରାସ, ୬ ହଜାର ୫୯୪ ଟି ନୂଆ ଆକ୍ରାନ୍ତ ଚିହ୍ନଟ

Published: Jun 14, 2022, 2:44 pm IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -୧୯ ର ୬ ହଜାର ୫୯୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୩୫ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୬୧ ହଜାର ୩୭୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୫୦ ହଜାର ୫୪୮ କୁ ବୃଦ୍ଧି ପାଇଛି। ଆଜି କରୋନା ର ନୂଆ ମାମଲାରେ ଏକ ବଡ ହ୍ରାସ ଘଟିଛି। ଯାହାକି ସୋମବାର ଦିନ ୮ ହଜାର ୮୪ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା।

Related posts