ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ହେଲା ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ଟ୍ରେନ ସେବା

Published: Jun 14, 2022, 7:36 pm IST

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ, 05870/05869 ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ ସେବାକୁ ରଙ୍ଗପଡ଼ା ନର୍ଥ ଠାରୁ 25 ଜୁଲାଇ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ପୁରୀ ଠାରୁ ଏହାର ସେବାକୁ 27 ଜୁଲାଇ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତନ କରାଯାଇ ନାହିଁ।

ଏହା ବ୍ୟତୀତ, ଟ୍ରେନଗୁଡିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ 18 ଏବଂ 19 ଜୁନ, 2022 ରେ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

A. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

B. 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

C. 22820/22819 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ।

D. 18532/18531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍।

E. 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ

F. 18417/18418 ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ।

Related posts