ପୁଣି ଦେଶରେ ୮ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

Published: Jun 15, 2022, 11:09 am IST

ନୂଆଦିଲ୍ଲୀ: ଭାରତରେ କରୋନାର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଦୈନିକ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଗତ ୨୪ ଘଣ୍ଟା ପାଇଁ ଏହି ସଂଖ୍ୟା ମଧ୍ୟ ସରକାର ପ୍ରକାଶ କରିଛନ୍ତି, ଯେଉଁଥିରେ ସମାନ ଧାରା ଦେଖିବାକୁ ମିଳିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୮୨୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଥିସହିତ କରୋନା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକଳନ ପରେ, ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୩ ହଜାର ୬୩୭ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୭୧୮ ଜଣଙ୍କୁ ଡିସଚାର୍ଜ କରାଯାଇଛି। ନୂତନ କରୋନା ମାମଲା ପରେ, ମୋଟ କରୋନା ମାମଲା ୪ କୋଟି ୩୨ ଲକ୍ଷ ୪୫ ହଜାର ୫୧୭ ରେ ପହଞ୍ଚିଥିବାବେଳେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୬ ଲକ୍ଷ ୬୭ ହଜାର ୮୮ ରେ ପହଞ୍ଚିଛି। କରୋନା ହେତୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୯୨ ରେ ପହଞ୍ଚିଛି।

Related posts