ଟାଇମ୍ସ ଇଞ୍ଜିନିୟରିଂ ସର୍ଭେ: ଦେଶରେ ୫ମ ସ୍ଥାନରେ ଆଇଟିଇଆର

Published: Jun 15, 2022, 12:25 pm IST
iter

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି।

ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା ବେଳେ ପ୍ଲେସ୍‌ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି।

ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ ଯଥା: ଡେସ୍କ ରିସର୍ଚ୍ଚ, ଅବଧାରଣାତ୍ମକ ଓ ବାସ୍ତବ ଅନୁସନ୍ଧାନକୁ ନେଇ କରାଯାଇଥିଲା।

ଏହି ସର୍ଭେରେ ଭିତିଭୂମୀ, ଫ୍ୟାକଲ୍ଟି, ପାଠ୍ୟକ୍ରମ, ଶିଳ୍ପଜଗତ ସହ ସମ୍ପର୍କ, ନିଯୁକ୍ତି ଇତ୍ୟାଦିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

୧୯୯୬-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଗବେଷଣା ଉପରେ ଗୁରୁତ୍ୱ, ନିଯୁକ୍ତି କ୍ଷେତ୍ରରେ ଅଧିକ ମନୋନିବେଶ ଓ କୌଶଳ ବିକାଶ କ୍ଷେତ୍ରକୁ ନେଇ ବେଶ ପରିଚିତ। ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ସମ୍ମାନଜନକ ସ୍ୱୀକୃତି ପ୍ରଦାନକାରୀ ଅନୁଷ୍ଠାନ ୟୁଏସ୍‌ଏର ଆକ୍ରିଡିଟେସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆଇଟିଇଆର ଇଞ୍ଜିନିୟରିଂ ପ୍ରୋଗ୍ରାମଗୁଡ଼ିକ ସ୍ୱୀକୃତି ଲାଭ କରିଛି।

Related posts