ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରାୟ ୧୩ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ, ୭୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

Published: Jun 19, 2022, 11:14 am IST

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଥମିବାରେ ନାମ ନେଉନାହିଁ। ପୁଣିଥରେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦେଶରେ ପ୍ରାୟ ୧୩ ହଜାର କରୋନା ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୨ ହଜାର ୮୯୯ ଟି ନୂଆ ମାମଲା ହୋଇଥିବାବେଳେ କରୋନା କାରଣରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକଳନ ପରେ, ସକ୍ରିୟ ମାମଲାଗୁଡ଼ିକର ମୋଟ ସଂଖ୍ୟା ୭୨,୪୭୪ ରେ ପହଞ୍ଚିଛି। ଯାହା ଦେଶ ପାଇଁ ବହୁତ ଚିନ୍ତାର ବିଷୟ।

ଦେବେ ଗତକାଲି ଦେଶରେ ସମୁଦାୟ ୧୩,୨୧୬ ନୂତନ କରୋନା ମାମଲା ରିପୋର୍ଟ ହୋଇଥିଲା, ୧୧୩ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ୧୩ ହଜାରରୁ ଅଧିକ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଥିଲା।

Related posts