ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍ ୨୦୨୨ ରେ ହେବାକୁ ଥିବା ଏହି ମାସର ମନ୍ କି ବାତ୍ ପାଇଁ ମତାମତ ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଲୋକମାନଙ୍କୁ ସେମାନଙ୍କର ମତାମତ ମାଇଁଗଭ୍ କିମ୍ବା ନମୋଆପ୍ରେ ସେୟାର କରିବାକୁ ଆହ୍ୱାନ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହି ମାସର ୨୬ ତାରିଖରେ ହେବାକୁ ଥିବା ମନ୍ କି ବାତ୍ ପାଇଁ ଅନେକ ମତାମତ ପାଇଥିବାରୁ ଖୁସି । ଆପଣମାନଙ୍କର ମତାମତ ମାଇଁଗଭ୍ କିମ୍ବା ନମୋ ଆପ୍ରେ ଆସିବା ଜାରି ରହୁ ।”
Tags: ମନ କି ବାତ୍