Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି: ଅର୍ଥ ହେରେଫେର ମାମଲାରେ ଇଡି କରିବ ଜେରା
ଆଜିର ଖବର

ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି: ଅର୍ଥ ହେରେଫେର ମାମଲାରେ ଇଡି କରିବ ଜେରା

June 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋନିଆ ଗାନ୍ଧୀ
ହଠାତ୍ ଖରାପ ହେଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତେବେ ଡାକ୍ତରମାନେ ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ କରୋନା ସଂକ୍ରମଣ ପରେ ଜଟିଳତା ପାଇଁ ଚିକିତ୍ସିତ ହେଉଥିଲେ। ଜୁନ୍ ୨ତାରିଖରେ ଶ୍ରୀମତୀ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ ତାରିଖରେ ମନି ଲଣ୍ଡରିଂ ମାମଲାରେ ହାଜର ହେବାକୁ କୁହାଯାଇଛି। ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋନିଆ ଗାନ୍ଧୀଙ୍କୁ ଟ୍ୱିଟ୍ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ସୂଚନା ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କୁ ଜୁନ୍ ୧୨ ତାରିଖରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୟରାମ ରମେଶ କହିଛନ୍ତି ଯେ, ଆଜି ସନ୍ଧ୍ୟାରେ କଂଗ୍ରେସ ସଭାପତି ସାର୍ ଗଙ୍ଗାରାମ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଏବଂ ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। କଂଗ୍ରେସ ପାର୍ଟି ଅନୁଯାୟୀ, ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସୋନିଆ ଗାନ୍ଧୀଙ୍କ ଶ୍ୱାସକ୍ରିୟାରେ ‘ଫଙ୍ଗଲ୍ ସଂକ୍ରମଣ’ ଥିବା ଜଣାପଡିଛି।

ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତଦନ୍ତରେ ଯୋଗଦେବାକୁ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୂତନ ସମନ ଜାରି କରିଛି। ସୋନିଆ ଗାନ୍ଧୀଙ୍କୁ ପୂର୍ବରୁ ଜୁନ୍ ୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ କରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ତାଙ୍କୁ ଅନୁସନ୍ଧାନ ଏଜେନ୍ସିରେ ହାଜର ହେବାକୁ ଏକ ନୂତନ ତାରିଖ ଦେବାକୁ କୁହାଯାଇଥିଲା।

ଉଲ୍ଲେଖନୀୟ କଥା ହେଉଛି, ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ଘଟଣାରେ ମଙ୍ଗଳବାର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧୦ ଘଣ୍ଟା ପ୍ରଶ୍ନ କରାଯାଇଥିଲା। ତାଙ୍କୁ ଇଡି କାର୍ଯ୍ୟାଳୟରେ ରାତି ପ୍ରାୟ ୩.୩୦ ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା। ଏହା ପରେ ସେ ଇଡି ଅଫିସ ଛାଡିଥିଲେ। ପ୍ରାୟ ଏକ ଘଣ୍ଟା ପରେ, ସେ ଅଧିକ ପଚରାଉଚରା ପାଇଁ ପୁନର୍ବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପଚରାଉଚୁରାର ଏହି ଚତୁର୍ଥ ପର୍ଯ୍ୟାୟ ପ୍ରାୟ ଛଅ ଘଣ୍ଟା ଧରି ଚାଲିଥିଲା। ଏହାପୂର୍ବରୁ ସୋମବାର ମଧ୍ୟ ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା।

କଂଗ୍ରେସ ଡାକ୍ତରଖାନାରୁ ଡିସଚାର୍ଜ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026
Latest News

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.