ଭାରତରେ କୋଭିଡ ମାମଲାରେ ୨୩.୪ ପ୍ରତିଶତ ଲମ୍ଫ, ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ ଆକ୍ରାନ୍ତ ଚିହ୍ନଟ

Published: Jun 22, 2022, 10:11 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୧୨ ହଜାର ୨୪୯ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୨୩.୪ ପ୍ରତିଶତ ଅଧିକ। ଗତକାଲି ମୋଟ ୯ ହଜାର ୯୨୩ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ଏହା ସହିତ ଦେଶରେ ସଂକ୍ରମିତ କୋଭିଡ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୩ ଲକ୍ଷ ୩୧ ହଜାର ୬୪୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୨୪ ହଜାର ୯୦୩ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ସକ୍ରିୟ ମାମଲା ୮୧ ହଜାର ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ୮୧ ହଜାର ୬୮୭ ସକ୍ରିୟ ମାମଲା ପଞ୍ଜିକୃତ ହୋଇଛି।

Related posts