Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ
ଆଜିର ଖବର

ଡାକ ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ

June 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
post office
ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

ଭୁବନେଶ୍ବର: ‘‘ଭିଜନ ଫର ଇଣ୍ଡିଆ ୨୦୪୭’’ (ଭାରତର ୨୦୪୭ ସଂକଳ୍ପ) ଶୀର୍ଷକ ବିଷୟବସ୍ତୁ ଉପରେ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଡାକ ସର୍କଲ ସ୍ତର ଏବଂ ଜାତୀୟ ସ୍ତରରେ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ ଆୟୋଜନ କରାଯିବ। ଜୁଲାଇ ପହିଲା ୨୦୨୨ ଠାରୁ ଅକ୍ଟୋବର ୩୧, ୨୦୨୨ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଜାରି ରହିବ। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଇଂରାଜୀ, ହିନ୍ଦୀ, ସ୍ଥାନୀୟ ଭାଷା (ଓଡ଼ିଆ)ରେ ପତ୍ର ଲେଖି ମୁଖ୍ୟ ମହାଡାକପାଳ, ଓଡ଼ିଶା ସର୍କଲ, ଭୁବନେଶ୍ବର-୭୫୧୦୦୧ ଠିକଣାରେ ପଠାଇ ପାରିବେ।

ଉଭୟ ୧୮ ବର୍ଷରୁ ଅଧିକ ଏବଂ ୧୮ ବର୍ଷରୁ କମ ବର୍ଗରେ ପତ୍ର ଲିଖିନ ପ୍ରତିଯୋଗିତା ଆୟୋଜନ କରାଯିବ। ଉଭୟ ବୟସ ବର୍ଗରେ ଆଉ ଦୁଇଟି ଉପବର୍ଗ ମଧ୍ୟ ରହିଛି। ଅନ୍ତର୍ଦେଶୀୟ ପତ୍ର ବା ଇନଲାଣ୍ଡ ଲେଟର ଉପବର୍ଗରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ୫୦୦ ଶବ୍ଦ ମଧ୍ୟରେ ସେମାନଙ୍କର ପତ୍ର ଲେଖି ଉପରୋକ୍ତ ଠିକଣାରେ ପଠାଇବେ। ଅନ୍ୟପକ୍ଷରେ ଲଫାପା ବା ଏନଭଲପ୍ ବର୍ଗରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀ ୧୦୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ସମାନ ଠିକଣାରେ ଚିଠି ପ୍ରେରଣ କରିବେ। ପ୍ରତିଯୋଗିତାରେ ଟାଇପ୍ ହୋଇଥିବା ପତ୍ର ଗ୍ରହଣ କରାଯିବ ନାହିଁ। କେବଳ ହାତଲେଖା ପତ୍ର ହିଁ ଗ୍ରହଣ କରାଯିବ।

ଉଭୟ ସର୍କଲ ସ୍ତର ଏବଂ ଜାତୀୟ ସ୍ତରରେ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରାଯିବ। ସର୍କଲ ସ୍ତରରେ ପ୍ରଥମ ପୁରସ୍କାର ସ୍ବରୂପ ୨୫ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ସ୍ବରୂପ ୧୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ସ୍ବରୂପ ୫,୦୦୦ ଟଙ୍କାର ଅର୍ଥରାଶି କୃତି ପ୍ରତିଯୋଗୀମାନଙ୍କୁ ପ୍ରଦାନ କରାଯିବ। ଅନ୍ୟପଟେ ଜାତୀୟ ସ୍ତରରେ କୃତି ପ୍ରତିଯୋଗୀମାନେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ସ୍ବରୂପ ଯଥାକ୍ରମେ ୫୦,୦୦୦, ୨୫,୦୦୦ ଏବଂ ୧୦,୦୦୦ ଟଙ୍କାର ଅର୍ଥରାଶି ପାଇବେ। ଏହି ପ୍ରତିଯୋଗିତା ବିଷୟରେ ସବିଶେଷ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ଲାଗି ଡାକ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆସନ୍ତା ୨୦୪୭ରେ ଦେଶ ସ୍ବାଧୀନତାକୁ ୧୦୦ ବର୍ଷ ପୂରଣ ହେବ। ଏହାକୁ ଦୃଷ୍ଟିରେ ରଖି ଡାକ ବିଭାଗ ପକ୍ଷରୁ ଏଭଳି ଏକ ପ୍ରତିଯୋଗିତାର ପରିକଳ୍ପନା କରାଯାଇଛି।

ଡାକ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.