Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକ ସମ୍ମୁଖରେ ହରିପୁର ସରପଞ୍ଚ ସମେତ ଶତାଧିକ ଜନତାଙ୍କ ବିକ୍ଷୋଭ
ଆଜିର ଖବର

ଚିଲିକା ବ୍ଲକ ସମ୍ମୁଖରେ ହରିପୁର ସରପଞ୍ଚ ସମେତ ଶତାଧିକ ଜନତାଙ୍କ ବିକ୍ଷୋଭ

June 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗୁରୁବାର ପୂର୍ବାହ୍ନରେ ହରିପୁର ପଂଚାୟତର ନବନିର୍ବାଚିତ ସରପଞ୍ଚଙ୍କ ସମେତ ଶତାଧିକ ଲୋକ ଚିଲିକା ବ୍ଲକ ସମ୍ମୁଖରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ ଜନସାଧାରଣଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେବା ସହ ସରକାରଙ୍କ ଧାର୍ଯ୍ୟ ୬ ଟି ପ୍ରକଳ୍ପ ଅଦ୍ୟାବଧି ସାଧିତ ହୋଇପାରୁନଥିବା ନେଇ ଚିଲିକା ମଣ୍ଡଳ ଉନ୍ନୟନ ଅଧିକାରୀଣି ୨୦/୦୬/୨୦୨୨ ରେ ଚିଠି ନଂ ୧୭୬୧ ରେ ନବନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କୁ ଅବଗତ କରାଇଥିଲେ।

ଏଥିସହିତ ୦୪/୦୬/୨୦୨୨ ରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଂଚାୟତ ନିରୀକ୍ଷଣ କରିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁଁ ତାହା ସମ୍ପାଦନ ହୋଇପାରିନଥିଲା।ଯାହାଫଳରେ ବିଡ଼ିଓ ଡ଼ା ସୁଷମା ବାରିକ ଏସମ୍ବନ୍ଧରେ ଉପରିସ୍ଥ ଅଧିକାରୀ ଜିଲ୍ଲା ପଞ୍ଚାୟତ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ସରପଞ୍ଚ ଶ୍ରୀମତୀ ବେହେରା ତାଙ୍କ ଚାରି ମାସ କାର୍ଯ୍ୟକାଳ ମଧ୍ୟରେ ଧାର୍ଯ୍ୟ ଉକ୍ତ ୬ ପ୍ରକଳ୍ପ ସମ୍ବନ୍ଧରେ କୌଣସି ନଥିପତ୍ର ପାଇନଥିବା ବେଳେ ପଞ୍ଚାୟତ ନିରୀକ୍ଷଣ ନେଇ କୌଣସି କର୍ମଚାରୀ ସୂଚନା ଦେଇନଥିବା ଅଭିଯୋଗ କରିଛନ୍ତି।

ଏଥିସହିତ ପଞ୍ଚାୟତ ପିଇଓ ରବୀନ୍ଦ୍ର ପୃଷ୍ଟି ମନଇଚ୍ଛା କାର୍ଯ୍ୟାଳୟକୁ ଆସିବା ଏବଂ ନିଜ ଇଛା ମୁତାବକ କାର୍ଯ୍ୟ ସମ୍ପାଦନ କରିବା ନେଇ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସରପଞ୍ଚଙ୍କ ସମେତ ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଶତାଧିକ କର୍ମୀ ଚିଲିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବାସହ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯଦି ଉଚିତ ନ୍ୟାୟ ନମିଳେ ତେବେ ଆଗାମି ଦିନରେ ଏହାକୁ ତୀବ୍ରତର କରାଯିବ ନେଇ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ସରପଞ୍ଚ ଉକ୍ତ କାର୍ଯ୍ୟଗୁଡ଼ିକ ବିଷୟରେ ଅବଗତ ଅଛନ୍ତି ଏବଂ ଜାଣି ଶୁଣି ବିଲ ପାସ କରୁନଥିବାର କହିଛନ୍ତି।

ତେବେ ପୁଣି ଆସନ୍ତାକାଲି ଏ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ପୁଣି ଚିଠି କରାଯିବା ସହ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡ଼ିଓ ଡ଼ା ବାରିକ।

ଚିଲିକା ବ୍ଲକ ବିକ୍ଷୋଭ ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

September 19, 2026

କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ: ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେଲା ରିଲାଏନ୍ସ ଫାଉଣ୍ଡେସନ

September 19, 2026

 ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

September 19, 2026

ୟୁଏଇ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

September 19, 2026
Latest News

ଭାରତ-ପାକ୍ ହ୍ୟାଣ୍ଡ୍‌ସେକ୍ ବିବାଦ: ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ହେବ-କପିଳଦେବ

September 19, 2026

Coffee Side Effects: ଅଧିକ କଫି ପିଉଛନ୍ତି କି? ଜାଣନ୍ତୁ ସାଇଡ୍ ଇଫେକ୍ଟ

September 19, 2026

ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

September 19, 2026

କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ: ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେଲା ରିଲାଏନ୍ସ ଫାଉଣ୍ଡେସନ

September 19, 2026

ସିନେମା ପ୍ରମାଣପତ୍ର ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.