
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ସହିତ ହଠାତ୍ ଏକ ପକ୍ଷୀ ଧକ୍କା ହୋଇଛି, ଯେଉଁଥିରେ ଏକ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା। କିନ୍ତୁ ଏହି ପକ୍ଷୀ ଧକ୍କା ଦେବା ପରେ ବାରାଣାସୀରେ ତାଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଏହି ସମୟରେ କେହି ଆହତ ହୋଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ୟ ଏକ ହେଲିକପ୍ଟରରେ ପଠାଯାଇଛି। ଯୋଗୀ ଆଦିତ୍ୟନାଥ ବାରାଣାସୀରୁ ଲକ୍ଷ୍ନୌ ଯାଉଥିଲେ, ମାତ୍ର କିଛି ସମୟ ପରେ ପକ୍ଷୀଟି ହେଲିକପ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ପରେ ତାଙ୍କୁ ଅବତରଣ କରିବାକୁ ପଡିଲା।