କରୋନା ମାମଲାରେ ୪୫% ବୃଦ୍ଧି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାରରୁ ଆକ୍ରାନ୍ତ ଚିହ୍ନଟ

Published: Jun 27, 2022, 10:24 am IST

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୭୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହିତ କରୋନା ସଂକ୍ରମଣ ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆହୁରି ୨୧ ଜଣ ପ୍ରାଣ ହରାଇଛନ୍ତି। ତେବେ ଦେଶରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୦ କୁ ବୃଦ୍ଧି ପାଇଛି। ଗତକାଲି ୧୧ ହଜାର ୭୩୯ ଟି ନୂଆ କରୋନା ମାମଲା ରୁଜୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ୯୪ ହଜାର ୪୨୦ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ରବିବାର ଦିନ, କରୋନାର ସକ୍ରିୟ ମାମଲା ସଂଖ୍ୟା ୯୨ ହଜାର ୫୭୬ ଥିଲା।

Related posts