Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର
ଆଜିର ଖବର

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

June 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Treatment
AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ୨୦ତମ ସ୍ଥାନ ମିଳିଛି। ଗତବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି। କାରଣ ଗତବର୍ଷ ଏମ୍ସ ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା।

‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି।

ରୋଗୀ ସେବା ପ୍ରତି ବିସ୍ତୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରି ଉନ୍ନତ ମାନ୍ୟତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଏହି ସର୍ଭେରେ ଏମ୍ସ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି।

ସେହିଭଳି, ୨୦୦୦ ମସିହା କିମ୍ବା ପରେ ସ୍ଥାପିତ ଶ୍ରେଷ୍ଠ ୧୦ଟି ଉଦୀୟମାନ / ସର୍ବାଧିକ ସ୍କୋରିଂ କଲେଜ ମଧ୍ୟରେ ଏମ୍ସ ଭୁବନେଶ୍ୱରକୁ ଶ୍ରେଷ୍ଠ ଦ୍ୱିତୀୟ ମାନ୍ୟତା ମିଳିଛି। ଏଥିସହିତ ଏହି ସର୍ଭେ ଏମ୍ସ ଭୁବନେଶ୍ୱରକୁ ସର୍ବନିମ୍ନ ଫି ନେଉଥିବା ସରକାରୀ ମେଡିକାଲ କଲେଜଗୁଡିକ ମଧ୍ୟରେ ଚତୁର୍ଥ ସ୍ଥାନ ଦେଇଛି।

ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହିତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଜିଗାଇଦେବାକୁ ଏମ୍ସ ଭୁବନେଶ୍ୱର ପ୍ରତିବଦ୍ଧ। ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହା ବର୍ତ୍ତମାନ ଦେଶରେ ବିଶ୍ୱାସର ପ୍ରତୀକ ପାଲଟିଛି ବୋଲି ଡକ୍ଟର ତ୍ରିପାଠୀ କହିଛନ୍ତି।

ବିଗତ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଏକ ଉତ୍ତମ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି। ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ତାଲିମ, ଚିକିତ୍ସା ଏବଂ ଅନୁସନ୍ଧାନ, ପ୍ରତ୍ୟେକ କ୍ଷେତ୍ରରେ ଏହା ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରୁଥିବା ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ଡିନ ଡାକ୍ଟର ଦେବାଶିଷ ହୋତା, ରେଜିଷ୍ଟ୍ରାର ବି ବି ମିଶ୍ର ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିରେ ଅନେକ ପ୍ରଶଂସା ସାଉଁଟିଛି।  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରିକଳ୍ପନାକୁ ଏହା ବାସ୍ତବରେ ପରିଣତ କରିବାକୁ ପ୍ରଚେଷ୍ଟା ଜାରିରଖିଛି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026

ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

January 22, 2026

ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

January 22, 2026
Latest News

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026

ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

January 22, 2026

ମନ୍ତ୍ରୀ ହରିଚନ୍ଦନଙ୍କୁ ଭେଟିଲେ HDFC Bank ଅଧିକାରୀ, ଜଗନ୍ନାଥ ଦାନ ଗ୍ରହଣ ଉପରେ ଆଲୋଚନା

January 22, 2026

ଟି-୨୦ ବିଶ୍ୱକପରୁ ବିଦା ହେଲା ବାଂଲାଦେଶ?: ଭାରତରେ ଖେଳିବାକୁ ମନା କଲା ପଡୋଶୀ ଦେଶ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.