ନର୍ଦ୍ଧମା ପାଣି ଭିତରେ ପ୍ରତିବାଦ କଲେ କଟକ ବିଧାୟକ ମହମ୍ମଦ ମୋକିମ

Published: Jun 30, 2022, 12:14 pm IST

କଟକ: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜର ଦାବୀ ହାସଲ ପାଇଁ କରିଛନ୍ତି ଅଭିନବ ପ୍ରତିବାଦ। ସେ ବାରମ୍ବାର ରାଜ୍ୟ ସରକାରଙ୍କ ତାଙ୍କର ଦାବୀ କରୁଥିଲେ ମଧ୍ୟ ତାହାର କୌଣସି ସମାଧାନ ହେଲା ନାହିଁ। ଶେଷରେ ସେ ଯେଉଁ ନର୍ଦ୍ଧମା ପାଣି ବିରୋଧରେ କହୁଥିଲେ ସେଥିରେ ସେ ଖୋଦ ଭିତରେ ପଶି ପ୍ରତିବାଦ କରିଛନ୍ତି।

ମୋକିମ କଟକ ପେଟାନାଳର ପୁନରୁଦ୍ଧାର ଦାବୀ କରି ଆସୁଛନ୍ତି। ଏହି ନାଳକୁ ରାଜ୍ୟ ସରକାର ଗନ୍ଧମୟ ପରିବେଶରୁ ଉଦ୍ଧାର କରି ସୌନ୍ଦର୍ଯ୍ୟକରଣ କରନ୍ତୁ। ବର୍ତ୍ତମାନ ଏହି ନାଳଟି ଏକ ଡ୍ରେନେଜ ହୋଇଯାଇଛି। ସବୁବେଳେ ମଇଳାପାଣି ଏଥିରେ ନିଷ୍କାସିତ ହେଇଛି। ଫଳରେ କଟକ ବିଡାନାସୀ ଏହାକୁ ନେଇ ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏଥିପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଦେବା ପାଇଁ ମୋକିମ ଏପରି ପ୍ରତିବାଦ କରିଛନ୍ତି।

Related posts