କରୋନା ଅପଡେଟ୍: ଦେଶରେ ୧୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ୨୪ ରୋଗୀ ମୃତ

Published: Jul 4, 2022, 11:04 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୯ ହଜାର ୯୫୮ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୫ ଲକ୍ଷ ୨ ହଜାର ୪୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ୪ କୋଟି ୨୮ ଲକ୍ଷ ୭୯ ହଜାର ୪୭୭ ରୋଗୀ ସୁସ୍ଥ ହୋଇଯାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

Related posts