ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୩
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୩୮
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୪
ଝାରସୁଗୁଡା ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୧୩୫
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୭
ନୟାଗଡ ଜିଲ୍ଲାରୁ- ୨
ପୁରୀ ଜିଲ୍ଲାରୁ- ୨
ରାୟଗଡା ଜିଲ୍ଲାରୁ- ୧
ସମ୍ବଲପୁର ଜିଲ୍ଲାରୁ- ୩
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୯
ଷ୍ଟେଟ ପୁଲରୁ- ୨୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୧୧୪ ଏବଂ ବର୍ତ୍ତମାନ ୧୪୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।