ଆଜି ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ, ୧୮ ଟି ଜିଲ୍ଲାରେ ୨୪୫ ଆକ୍ରାନ୍ତ ଚିହ୍ନଟ

Published: Jul 4, 2022, 11:14 am IST

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୩୮

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୪

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୧୩୫

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ- ୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୩

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୯

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୧୧୪ ଏବଂ ବର୍ତ୍ତମାନ ୧୪୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts