ଦେଶରେ କରୋନାରୁ ସାମାନ୍ୟ ଆଶ୍ବସ୍ତି, ଗତକାଲି ତୁଳନାରେ ୧୮.୯ ପ୍ରତିଶତ କମ ଆକ୍ରାନ୍ତ ଚିହ୍ନଟ

Published: Jul 5, 2022, 10:56 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍ ସଂକ୍ରମଣର ୧୩ ହଜାର ୮୬ ନୂତନ ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ କୋଭିଡର ଦୈନିକ ମାମଲାରେ ୧୮.୯ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟ ମଧ୍ୟରେ, ୧୨ ହଜାର ୪୫୬ ରୋଗୀ ସଂକ୍ରମଣରୁ ମୁକ୍ତ ହେବା ପରେ ଘରକୁ ଫେରିଛନ୍ତି। ଦେଶରେ ମୋଟ ୪ କୋଟି ୨୮ ଲକ୍ଷ ୯୧ ହଜାର ୯୩୩ ରୋଗୀ କୋଭିଡରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ସୋମବାର ଦିନ ଦେଶରେ ୧୬ ହଜାର ୧୩୫ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ବର୍ତ୍ତମାନ ୧ ଲକ୍ଷ ୧୪ ହଜାର ୪୭୫ ଟି ସକ୍ରିୟ ମାମଲା ରହିଛି।

Related posts