ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୫୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୨୨
ଭଦ୍ରକ ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ- ୮୮
ଦେବଗଡ ଜିଲ୍ଲାରୁ- ୧
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୬
ଯାଜପୁର ଜିଲ୍ଲାରୁ- ୫
ଝାରସୁଗୁଡା ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୧
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୧୮୩
କୋରାପୁଟ ଜିଲ୍ଲାରୁ- ୧
ମାଲକାନଗିରି ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୮
ନୟାଗଡ ଜିଲ୍ଲାରୁ- ୪
ନୂଆପଡା ଜିଲ୍ଲାରୁ- ୩
ପୁରୀ ଜିଲ୍ଲାରୁ- ୧୧
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୯
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୨୦
ଷ୍ଟେଟ ପୁଲରୁ- ୪୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୫୩୨ ଏବଂ ବର୍ତ୍ତମାନ ୨୨୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।