Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ କଡ଼ା ଜବାବ ଦେଲେ ଅରବିନ୍ଦ କେଜ୍‌ରୀଓ୍ବାଲ
ଆଜିର ଖବର

ମୋଦିଙ୍କୁ କଡ଼ା ଜବାବ ଦେଲେ ଅରବିନ୍ଦ କେଜ୍‌ରୀଓ୍ବାଲ

May 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
delhi cm criticised modi
delhi cm criticised modi

ଦିଲ୍ଲୀରେ ମତଦାନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିର୍ବାଚନୀ ସମର ଆରମ୍ଭ ହୋଇଯାଇଛି । ବୁଧବାର ଦିନ ଏକ ରାଲିକୁ ସମ୍ବୋଧନ କରି ପିଏମ୍‌ ମୋଦି କେଜ୍‌ରୀଓ୍ବାଲ ସରକାରଙ୍କୁ ଘେରିଥିଲେ । ମୋଦି ଏଠାରେ କେଜ୍‌ରୀଓ୍ବାଲା ସରକାରଙ୍କ ଅରାଜକତା ତଥା ନିପାଣିଆ ଓ ବିଶ୍ବାସଘାତକତା କରିଥିବାର କହିଥିଲେ । ତେବେ ଏହାର ଜବାବ୍‌ ରଖିଛନ୍ତି ଅରବିନ୍ଦ କେଜ୍‌ରୀଓ୍ବାଲା । ଅରବିନ୍ଦ କେଜ୍‌ରୀଓ୍ବାଲ ଏକ ଟୁଇଟ୍‌ ଜରିଆରେ ମୋଦିଙ୍କ ଉପରେ ପାଲ୍‌ଟା ଆକ୍ରମଣ କରିଛନ୍ତି । ମୋଦିଙ୍କୁ ଜବାବ ଦେବା ସହିତ କେଜ୍‌ରୀଓ୍ବାଲ ମୋଦି ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି ଯେ, ଆପ୍‌ ସରକାର ୫ ବର୍ଷରେ ଶିକ୍ଷା, ବିଜୁଳି, ପାଣି, ସ୍ବାସ୍ଥ୍ୟ ପାଇଁ କାମ କରିଛି କିନ୍ତୁ ମୋଦି ୫ ବର୍ଷରେ କେବଳେ ଭାଷଣ, ବିଦେଶ ଭ୍ରମଣ ଓ ଜୁମ୍‌ଲାବାଜି କରିଛନ୍ତି ? ଦିଲ୍ଲୀବାସୀ ଆପଣଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ମଧ୍ୟ ମୋଦିଙ୍କ ପାଖରେ ନାହିଁ ବୋଲି କହିଛନ୍ତି ଅରବିନ୍ଦ । ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ଫୌଜ୍‌ ଓ ମିଛ ରାଷ୍ଟ୍ରବାଦକୁ ନେଇ ଭୋଟ୍‌ ମାଗିଛନ୍ତି ।  ସେହିପରି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଦିଆ ମୋଦିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ସାର୍‌ ! ଆପଣଙ୍କ ଜୁମଲାପନ୍ଥୀ ମଡେଲ୍‌ ଠାରୁ ବହୁତ ଭଲ ହେଉଛି ଆମର ନିପାଣିଆ ମଡେଲ୍‌ । ପାଞ୍ଚ ବର୍ଷର ସରକାର ଗଢିବା ପରେ ବି ନେହେରୁଙ୍କୁ ଗାଳି ଦେଇ ଭୋଟ୍‌ ମାଗୁଛନ୍ତି । ଆପଣଙ୍କ ଭାରତୀୟ ଜୁମ୍‌ଲା ପାର୍ଟି ସରକାର ଗଢିଥିବା ରାଜ୍ୟରେ ଦିଲ୍ଲୀଠାରେ ଥିବା ସରକାରୀ ସ୍କୁଲ ପରି କୌଣସି ଗୋଟିଏ ବି ସ୍କୁଲ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ମନୀଷ୍‌ । ପ୍ରଧାନମନ୍ତ୍ରୀ ରାଲିରେ ଆପ୍‌ ସହିତ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ଏହି ଅବସରରେ ଗାନ୍ଧି ପରିବାରର ଯୁଦ୍ଧପୋତ ଆଇଏନଏସ୍‌ ବିରାଟର ଉପଯୋଗ ବ୍ୟକ୍ତିଗତ ରୂପେ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026
Latest News

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.