Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ବ୍ୟବସ୍ଥା
ଆଜିର ଖବର

ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ବ୍ୟବସ୍ଥା

July 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେଏସଆର ବେଙ୍ଗାଲୁରୁ – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲାରେ ବର୍ତ୍ତମାନ ଆଧୁନିକ LHB କୋଚ ଉପଲବ୍ଧ।

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି। ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ।

ଏହି ଟ୍ରେନ ଦ୍ବୟ ହେଲା ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ଆଧୁନିକ LHB କୋଚ୍ ସଂଯୋଗ କରାଇ ଏହି ସୁବିଧା ଯୋଗାଇ ଦେଇଛି। ଏହି କୋଚଗୁଡ଼ିକ ହେଉଛି ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା।

18463/18464 ଭୁବନେଶ୍ୱର – କେଏସଆର ବେଙ୍ଗାଲୁରୁ ସିଟି – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା LHB କୋଚ ସହିତ ସେବା 05.07.2022 ଠାରୁ ଭୁବନେଶ୍ୱରରୁ ଏବଂ 06.07.2022 ଠାରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇ ଅଛି।

12281/12282 ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଦ୍ୱାରା LHB କୋଚ ସୁବିଧା ସହିତ ଚଳାଚଳ 13.07.2022 ଠାରୁ ଭୁବନେଶ୍ୱରରୁ ଏବଂ 14.07.2022 ଠାରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ।

ସେହିଭଳି 22805/22806 ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନ ରେ LHB କୋଚ ସୁବିଧା 16.07.2022 ଠାରୁ ଭୁବନେଶ୍ୱରରୁ ଏବଂ 18.07.2022 ଠାରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ।

ଏହା ସହିତ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ଆହୁରି ଅଧିକ ଟ୍ରେନ ମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯାଇଅଛି। ଏହି ଟ୍ରେନ ଗୁଡିକ ହେଲା 22869/22870 ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଜୁଲାଇ ମାସ 11 ତାରିଖ ଠାରୁ ଏବଂ ଚେନ୍ନାଇ ଠାରୁ ଜୁଲାଇ ମାସ 12 ତାରିଖ ଠାରୁ ସେବା ଯୋଗାଇବ।

ଏହି ସୁବିଧା ମଧ୍ୟ 18503/18504 ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ଉପଲବ୍ଧ କରାଯାଇଅଛି। ଏହି ସୁବିଧା ବିଶାଖାପାଟଣା ଠାରୁ ଜୁଲାଇ ମାସ 7 ତାରିଖ ଠାରୁ ଏବଂ ସାଇ ନଗର ସିରିଡ଼ି ଠାରୁ ଜୁଲାଇ ମାସ 8 ତାରିଖ ଠାରୁ ଉପଲବ୍ଧ କରାଯାଇଅଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 49 ଟି ଟ୍ରେନ ରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଅଛି।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା 12839/12840 ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ 12841/12842 ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା 5 ଜୁଲାଇ, 2022 ଠାରୁ ହାଓଡ଼ା / ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି।

LHB କୋଚ ଓଡିଶା ପ୍ରଶାନ୍ତି ଏକ୍ସପ୍ରେସ ରାଜଧାନୀ ଏକ୍ସପ୍ରେସ ସୁପର ଫାଷ୍ଟ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026
Latest News

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.