
ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତାରାଖଣ୍ଡର ରାମନଗରରେଏକ ବଡ ଦୁର୍ଘଟଣା ଘଟିଯାଇଛି।
ପଞ୍ଜାବରୁ ଆସିଥିବା ନଅ ଜଣ ପର୍ଯ୍ୟଟକ ଏଠାରେ ନଦୀରେ ବୁଡି ପ୍ରାଣହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ କାର ଯୋଗେ ପଞ୍ଜାବରୁ ନଅ ଜଣ ପର୍ଯ୍ୟଟକ ଉତ୍ତରାଖଣ୍ଡ ଆସିଥିଲେ। ସେମାନେ ଭ୍ରମଣ ସାରି ପଞ୍ଜାବ ଫେରୁଥିବା ବେଳେ ସେମାନଙ୍କ କାରଟି ଢେଲା ନଦୀକୁ ଖସିପଡିଥିଲା। ଫଳରେ ସେମାନଙ୍କ କାରଟି ନଦୀର ପ୍ରବଳ ସ୍ରୋତରେ ଯୋଗୁଁ ଭାସିଯାଇଥିଲା। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଚିକିତ୍ସା ପାଇଁ ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।