Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଚଳିତ ବର୍ଷ ରଥଯାତ୍ରାରେ ଯୋଗ ହେଲା ଆଉ ୨୦ ଟି ସ୍ୱତନ୍ତ୍ର ଟ୍ରେନ୍
ଆଜିର ଖବର

ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଚଳିତ ବର୍ଷ ରଥଯାତ୍ରାରେ ଯୋଗ ହେଲା ଆଉ ୨୦ ଟି ସ୍ୱତନ୍ତ୍ର ଟ୍ରେନ୍

July 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରା
ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଥିଲା ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରତିଶୃତି ଦିଆଯାଇଥିଲା। ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି ୨୦ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ ଶ୍ରେଣୀ ଯାତ୍ରା ଉପଲବ୍ଧ କରାଇବାପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

ରଥଯାତ୍ରା ଅବଧି ସମୟରେ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ଦୈନିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି। ୦୨୮୯୧/୦୨୮୧୦ ଭୁବନେଶ୍ୱର-ପୁରୀ-ଭୁବନେଶ୍ୱର ବିଶେଷ ଟ୍ରେନ ଜୁଲାଇ ମାସ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୦୫ମି.ରେ ପୁରୀକୁ ଯାତ୍ରା କରୁଥିବାବେଳେ ଏହା ପୁରୀ ଠାରୁ ଅପରାହ୍ନ ୩ଘ.୧୦ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରୁଛି।

ସନ୍ଧ୍ୟା ଦର୍ଶନ ଦିନ ଅର୍ଥାତ ୮ ଜୁଲାଇ, ୨୦୨୨ ରେ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡି ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡି) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, ୦୮୯୩୩/୦୮୯୩୪ ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୯୩୭/୦୮୯୩୮ ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍, ୦୮୯୪୫/୦୮୯୪୬ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, ୦୮୯୪୧/୦୮୯୪୨ ଗୁଣୁପୁର-ପୁରୀ-ଗୁଣୁପୁର ବିଶେଷ ଟ୍ରେନ ପୁରୀକୁ ଆସି ପୁଣି ସେମାନଙ୍କ ଉତ୍ପତି ସ୍ଥାନ ମାନଙ୍କୁ ଫେରିବ।

ବାହୁଡା ଯାତ୍ରାରେ, ଅର୍ଥାତ ୯ ଜୁଲାଇ, ୨୦୨୨ ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ରୁ ୧୦ ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଆଡକୁ ଯାତ୍ରା କରିବାକୁ ପୂର୍ବରୁ ଘୋଷଣା କରାଯାଇ ଅଛି। ଉପରୋକ୍ତ ବିଶେଷ ଟ୍ରେନ ମାନଙ୍କ ବ୍ୟତୀତ ଆହୁରି ୦୫ ଟି ସ୍ପେଶାଲ୍ ଟ୍ରେନ୍ ଭଦ୍ରକ, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ ଏବଂ ବ୍ରହ୍ମପୁରରୁ ପୁରୀକୁ ଯାତ୍ରା କରିବ। ଫେରିବା ମାର୍ଗରେ ପୁରୀରୁ କେନ୍ଦୁଝରଗଡ, ବ୍ରହ୍ମପୁର, କଟକ, ଭଦ୍ରକ, ପାରାଦୀପ ଏବଂ ଖୋର୍ଦ୍ଧା ରୋଡ ଅଭିମୁଖେ 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ।

ସୁନାବେଶ ଦିବସରେ, ଅର୍ଥାତ୍ ୧୦ ଜୁଲାଇ, ୨୦୨୨ ରେ; ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ୍, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡରୁ ୧୧ ଟି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏଗୁଡିକ ବ୍ୟତୀତ, ୦୮୯୭୧/୦୮୯୭୨ ଜୁନାଗଡ଼ ରୋଡ୍-ପୁରୀ-ଜୁନାଗଡ଼ ରୋଡ୍ ସ୍ପେଶାଲ୍, ୦୮୯୫୭/୦୮୯୫୮ ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍, ୦୮୯୭୯/୦୮୯୮୦ ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ୍, ୦୮୯୭୫/୦୮୯୭୬ ବିଶାଖାପାଟନମ୍-ପୁରୀ-ବିଶାଖାପାଟଣା ବିଶେଷ ଟ୍ରେନ ଚଳାଚଳ କରାଇବାକୁ ମଧ୍ୟ ଘୋଷଣା କରାଯାଇଥିଲା।

ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ କଟକ, ଭଦ୍ରକ, ବ୍ରହ୍ମପୁର, ପାରାଦୀପ, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ପୁରୀକୁ ଆହୁରି ୮ ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଚଳ କରାଇବାକୁ ଯୋଜନା କରାଯାଇଥିବାବେଳେ ଫେରିବା ଦିଗରେ ପୁରୀରୁ କଟକ, ଭଦ୍ରକ, ବ୍ରହ୍ମପୁର ଏବଂ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆହୁରି 8 ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ସୁନାବେଶ ପରଦିନ ଅର୍ଥାତ ୧୧ ଜୁଲାଇ, ୨୦୨୨ ରେ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। ୦୮୯୮୩ ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ ୧୧.୦୭.୨୦୨୨ ମଧ୍ୟାହ୍ନ ୧୨ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ପୂର୍ବ ତଟ ରେଳପଥ ରଥ ଯାତ୍ରା ସମୟରେ ପୁରୀକୁ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ସର୍ବକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ସ୍ଥିର କରିଅଛି। ପୂର୍ବ ଯୋଜନାବଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ବଦଳରେ ବାହୁଡା ଏବଂ ସୁନା ବେଶ ପାଇଁ ଆହୁରି ଅତିରିକ୍ତ ୨୦ ଟି ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇ ଦିଆଯାଇଅଛି।

ତୀର୍ଥଯାତ୍ରୀ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.